• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଅଦାଲତର ଜୟ ହେଉ

May 1, 2017 by ଓଡିଶା ଡଟ କମ Leave a Comment

ଶାସକ ଭାରତୀୟ ଜନତା ପାର୍ଟି ପ୍ରତି ଉଚ୍ଚତମ ନ୍ୟାୟାଳୟ ଅନୁଗ୍ରହ ଦେଖାଇଛନ୍ତି । ସେ ନିଶ୍ଚିତ କରାଇଛନ୍ତି ଯେ ଅଯୋଧ୍ୟାରେ ବାବ୍ରି ମସଜିଦ୍ର ଧ୍ୱଂସାବଶେଷ ଉପରେ ବିବାଦୀୟ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗଟି ଯେମିତି ଜୀବନ୍ତ ରହେ ।

ଏପ୍ରିଲ ୨୩ରେ କେନ୍ଦ୍ର ତଦନ୍ତ ବ୍ୟୁରୋକୁ ନିର୍ଦ୍ଦେଶ ଦେବାବେଳେ ଏହି କଥାଟି ତାଙ୍କର ଉଦ୍ଦେଶ୍ୟରେ ନଥିଲା ଯେ ୨୫ବର୍ଷର ପୁରୁଣା ଦୁଇଟି ମାମଲା – ଗୋଟିଏ ବାବ୍ରି ମସଜିଦ୍ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଯେଉଁଥିରେ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀ ସମ୍ପୃକ୍ତ ଏବଂ ଅନ୍ୟଟି ମସଜିଦ୍ ଧ୍ୱଂସ କରିଥିବା କରସେବକମାନଙ୍କୁ ନେଇ, ଉଭୟକୁ ଏକାଠି କରି ମାମଲାଟିର ଲକ୍ଷେ୍ନø ଅଦାଲତରେ ଦ୍ରୁତ ଶୁଣାଣି କରାଇବା ।

କିନ୍ତୁ ଉଦ୍ଦେଶ୍ୟ ନଥାଇ ବି ଯେଉଁ ପରିଣାମ ଆସିଯିବାର ସମ୍ଭାବନା ଦଖୋଯାଉଛି ତାହା ହେଉଛି ଯେ ତଳେ ପଡ଼ି ପୁଣି ଠିଆ ହୋଇଥିବା ଭା.ଜ.ପା ଏହି ସାମ୍ପ୍ରଦାୟିକ ପରିବର୍ତ୍ତନଶୀଳ ପ୍ରସଙ୍ଗଟିକୁ ଧିରେ ଧିରେ ଉତ୍ତପ୍ତ ରଖି ୨୦୧୯ର ସାଧାରଣ ନିର୍ବାଚନରେ ଯେମିତି ନିଜ ହିତରେ ଆସିବ ସେଭଳି ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରାଇବ ।

ସମ୍ପୂର୍ଣ୍ଣ ଭାବେ ଅନିଚ୍ଛାକୃତ ଏହି ଧୁର୍ତ୍ତତା ବ୍ୟତିରେକ ଆମେ ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଦ୍ଦେଶନାମାର ବୈଶିଷ୍ଟ୍ୟକୁ ନେଇ ଆଉ କିଭଳି ସମୀକ୍ଷା କରିବା? ଡିସେମ୍ବର ୬, ୧୯୯୨ ଦିନ ଶହ ଶହ କରସେବକ ବାବ୍ରି ମସଜିଦ୍ ଉପରକୁ ଚଢ଼ିଗଲେ ଏବଂ ତାଙ୍କୁ ଉତ୍ସାହିତ କରୁଥିବା ରାଜନେତା, ପୋଲିସ ଓ ଗଣମାଧ୍ୟମର ଉପସ୍ଥିତିରେ ମସଜିଦ୍କୁ ଧ୍ୱଂସ କରିବାର ଯୋଜନା କାମରେ ଲଗାଇଲେ ।

ଯେଉଁ ଦୁଇଟି ଏଫ୍.ଆଇ.ଆର୍. ଗୋଟିଏ ଆଡ଼ଭାନୀଙ୍କ ବିରୁଦ୍ଧରେ ଏବଂ ଅନ୍ୟଟି ‘ଲକ୍ଷ ଲକ୍ଷ ଅଜଣା କର ସେବକ’ଙ୍କ ବିରୁଦ୍ଧରେ ଦାୟର କରାଯାଇଥିଲା ତାହାର ଅନ୍ତିମ ପରିଣାମ କିଛି ଆସିନାହିଁ । ଅନେକ ଶୁଣାଣୀ ସ୍ଥଗିତାବସ୍ଥା ଦେଇ ମନ୍ଥର ଗତିରେ ଚାଲିଥିବା ଏହି ମାମଲାଗୁଡ଼ିକ ଗୋଟିଏ ସ୍ଥାନରେ ହିଁ ଲଟକି ରହିଥିଲା ।

ଏହି ଦୁଇଟି ମାମଲାର ଗତିପଥ ସୂଚାଇ ଦେଉଛି ଯେ ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା କେତେ ଗଭୀର ଭାବେ ପଚିଗଲାଣି । ତଥାପି, ଗୋଟିଏ ଦୃଷ୍ଟିରୁ ଦେଖିଲେ ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପଟି ଗୁରୁତ୍ୱପୂର୍ଣ୍ଣ ମନେହୁଏ ।

ପୂର୍ବରୁ ରାୟବରେଲି ଓ ଲକ୍ଷେ୍ନø ଅଦାଲତରେ ଉଭୟ ମାମଲାର ପୃଥକ ପୃଥକ ଭାବେ ଯେଉଁ ଶୁଣାଣି ହେଉଥିଲା ତାକୁ ବନ୍ଦ କରି ଦୁଇଟି ମାମଲାକୁ ଏକାଠି କରିବା ପାଇଁ ସି.ବି.ଆଇକୁ ନିର୍ଦ୍ଦେଶ ଦେଇ ଅନାବଶ୍ୟକ ଭାବେ ଶୁଣାଣି ସ୍ଥଗିତ କରିବା କଥାକୁ ବନ୍ଦ କରାଇ, ବିଚାରପତିମାନଙ୍କୁ ନବଦଳାଇବା ପାଇଁ ଏବଂ ମାମଲାର ରାୟ ଦୁଇ ବର୍ଷ ଭିତରେ ଦେବାପାଇଁ ନିର୍ଦ୍ଦେଶ ଦେଇ, ଅଦାଲତ ବ୍ୟବସ୍ଥାଗତ ବିଫଳତାଗୁଡ଼ିକୁ ସ୍ୱୀକାର କରିଛନ୍ତି ।

ଏଭଳି ଏକ ହସ୍ତକ୍ଷେପ ପାଇଁ ଆମେ ଅଦାଲତଙ୍କୁ ବାହା ବାହା ଦେବୁ । ତାହା ହିଁ ଯାହା କିଛି ଆମେ ଅଦାଲତଙ୍କୁ ଦେଇପାରିବୁ । କାରଣ ଯେତେ ଗୁରୁତ୍ୱପୂର୍ଣ୍ଣ ଲାଗୁଥିଲେ ବି ଗୋଟିଏ ମାମଲାରେ ହସ୍ତକ୍ଷେପ ଆମର ରୋଗଗ୍ରସ୍ତ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଥିବା ବୃହତ୍ତର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ନାହିଁ ।

ଆମର ଜଟିଳ ନ୍ୟାୟିକ ବ୍ୟବସ୍ଥାରେ ହଜାର ହଜାର ମାମଲା ଅନ୍ତହୀନ ଭାବେ ଅଟକି ରହିଛି, ଯେମିତିକି ଶୁଣାଣିଗୁଡ଼ିକ ବାରମ୍ବାର ସ୍ଥଗିତ ରହିବା ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ତୁହାକୁ ତୁହା ବଦଳି କରିବା । ତା’ସହିତ ରହିଆସିଛି ଧ୍ୟାନ ଦେଉନଥିବା ସରକାରୀ ଓକିଲ ଏବଂ ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟବସ୍ଥାର ଅଭାବ, ଯାହାଫଳରେ ପ୍ରମୁଖ ସାକ୍ଷୀଗୁଡ଼ିକ ଅଦାଲତରେ ବୟାନ ରଖିବା ପୂର୍ବରୁ ମାମଲାରୁ ନିଜକୁ ଏଡ଼େଇ ନିଅନ୍ତି ।

ଏହି ସବୁ ସମସ୍ୟା ସମାଧାନ ନକଲେ କେବଳ ଗୋଟିଏ ମାମଲାର ହସ୍ତକ୍ଷେପ ଏକ ବ୍ୟତିକ୍ରମ ହେଇ ରହିଯିବ । ଏଠି ଉଲ୍ଲେଖ କରିବା ଉଚିତ ହେବ ଯେ ଉଚ୍ଚତମ ନ୍ୟାୟାଳୟର ଏଭଳି ହସ୍ତକ୍ଷେପ ପ୍ରଥମଥର ପାଇଁ ହୋଇନାହିଁ ।

୨୦୦୪ ମସିହାରେ ବେଷ୍ଟ୍ ବ୍ୟାକେରୀ ମାମଲାର (ଯେଉଁଠି ଗୁଜୁରାଟର ସାମ୍ପ୍ରଦାୟିକ ନରସଂହାରରେ ୨୦୦୨ ମସିହାରେ ୧୪ଜଣ ଲୋକଙ୍କର ବରୋଦାରେ ମୃତ୍ୟୁ ଘଟିଥିଲା), ଉଚ୍ଚତମ ନ୍ୟାୟାଳୟ ଏହି ମାମଲାଟିକୁ ଗୁଜୁରାଟରୁ ମହାରାଷ୍ଟ୍ରରେ ଥିବା ଏକ ତ୍ୱରିତ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ଏହି ଆଶଙ୍କା କରି ଯେ, ଗୁଜୁରାଟ ତକ୍ରାଳୀନ ପରିବେଶ ଏତେ ସାମ୍ପ୍ରଦାୟିକ ଥିଲା ଯେ ସେଠି ନ୍ୟାୟ ପାଇବା ପାଇଁ ଥିବା ଆଶାୟୀ ଲୋକମାନଙ୍କୁ ସରକାରୀ କଳ ସାହାଯ୍ୟ କରିପାରିବ ନାହିଁ ।

ଅଦାଲତର ଅନ୍ୟସବୁ ଅନୁଧ୍ୟାନମାନଙ୍କ ଭିତରେ ଥିଲା ଗୋଟିଏ କଥା ଯାହା ନ୍ୟାୟପାଳିକାକୁ ମନେ ପକାଇ ଦେଇଥିଲା ଯେ ସତ୍ୟ ଜାଣିବା ପାଇଁ ଆଗତୁରା କ୍ରିୟାଶୀଳ ହେବାର ଅଧିକାର ଅଦାଲତର ଅଛି ଏବଂ ସେମାନେ ଅସ୍ପଷ୍ଟ ବୈଷୟିକ ଦିଗଗୁଡ଼ିକ ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ ।

ସଂକ୍ଷେପରେ ଏହି ‘ବୈଷୟିକ’ ଦିଗଟି ହିଁ ବାବ୍ରି ମସଜିଦ୍ ମାମଲାଟିକୁ ୧୯୯୭ରେ ଅହେତୁକ ବିଳମ୍ବ କରାଇଥିଲା, ଯେତେବେଳେ ଏହ୍ଲାବାଦ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ ଦୁଇଟି ମାମଲାର ଶୁଣାଣି ରାୟବରେଲୀ ଓ ଲକ୍ଷେ୍ନøର ଦୁଇଟି ଅଦାଲତରେ ପୃଥକ ପୃଥକ ଭାବେ ହେବ ।

ଅଦାଲତ ପୁଣିଥରେ ଏହି ପ୍ରସଙ୍ଗଟିକୁ କେନ୍ଦ୍ରକୁ ଆଣିବାପରେ ଆମେ ମୂଲ୍ୟାୟନ କରିବାପାଇଁ ସମୟ ଆସିଛି । ବାବ୍ରି ମସଜିଦ୍ ଧ୍ୱଂସ ହେବାର ୨୫ବର୍ଷ ଭିତରେ ଭାରତ ପାଇଁ ଏହାର କ’ଣ ଅର୍ଥ ରହିଆସିଛି ।

ସେପ୍ଟେମ୍ବର ୧୯୯୦ରେ ଆଡ଼ଭାନୀଙ୍କ ରଥଯାତ୍ରା ଓ ରାମ ମନ୍ଦିର ନିର୍ମାଣ ପାଇଁ ଅଭିଯାନ ଯାହା ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ୍ ଧ୍ୱଂସ କରିବା ଯାଏଁ ଗଲା, ଭାରତକୁ ଦୁଇଟି ଧାର୍ମିକ ସମ୍ପ୍ରଦାୟ ଭିତରେ ଭାଗ ଭାଗ କରିବା ଆଡ଼କୁ ଟାଣିନେଲା ।

ହିନ୍ଦୁତ୍ୱ ବାହିନୀର ଯାତ୍ରା ଆଗକୁ ଆଗକୁ ଚାଲିଛି ଯାହାର ଅନ୍ତିମ ପରିଣତି ୨୦୧୪ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଲା । ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଯେଉଁ ଫଳାଫଳ ମିଳିଲା ତାହାର ଆରମ୍ଭ ଏବେ ହୋଇନାହିଁ ।

ମୁମ୍ବାଇରେ ୧୯୯୨ ମସିହାରେ, ବାବ୍ରି ମସଜିଦ୍ ଧ୍ୱଂସ ହେବାପରେ ଏବଂ ଗୁଜୁରାଟରେ ୨୦୦୨ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ସମେତ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ମୁସଲମାନମାନଙ୍କର ବିଶ୍ୱାସକୁ ବାସ୍ତବରେ ଧ୍ୱଂସ କରିଦେଲା ଯେ ସେମାନେ ବି ଗୋଟିଏ ଗଣତାନ୍ତ୍ରିକ ଦେଶର ସମାନ ନାଗରିକ ।

ଯେଉଁ ବେଗର ସହିତ ୨୦୧୪ ମସିହାରୁ ସେମାନଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ବିଷ ଉଦ୍ଗିରଣ ଓ ସମ୍ପ୍ରସାରଣ ଚାଲିଛି ତାହା ସେମାନଙ୍କର ଅସୁରକ୍ଷିତ ଭାବନାକୁ ଅଧିକ ଖରାପ କରିଚାଲିଛି । ଏକଥା ମଧ୍ୟ ନୁହେଁ ଯେ ଉଚ୍ଚତମ ନ୍ୟାଳୟର ରାୟ ଯୋଗୁଁ ବରିଷ୍ଠ ଭାଜପା ନେତାଙ୍କର ନିଦ ହଜିଯାଇଛି ।

ଓଲଟା ବରଂ ଏହି ରାୟ ପ୍ରଦାନର ସମୟ ଅଧିକ ଆକସ୍ମିକ ହୋଇପାରି ନଥାନ୍ତା ଏହା ଉମା ଭାରତୀଙ୍କ ବିଜୟ ଉଲ୍ଲାସ ବକ୍ତବ୍ୟ ତାହା ପ୍ରତିପାଦନ କରୁଛି । ଯଦି ବି ଅଦାଲତ ଆଡ଼ଭାନୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗ ମାମଲାଟିକୁ କାଏମ ରଖିଛନ୍ତି, ସେମାନଙ୍କର ବ୍ୟସ୍ତ ହେବାର କିଛି ନାହିଁ, ଯେହେତୁ ସେମାନେ ଉଚ୍ଚସ୍ତରର ଅଦାଲତରେ ଆବେଦନ କରିପାରିବେ ।

ଘଟଣାକ୍ରମେ ଯଦି ସେମାନେ ଦୋଷ ମୁକ୍ତ ହେଇଯାଆନ୍ତି ତେବେ ଭାଜପାର ଲାଭ ହିଁ ଲାଭ । ବାସ୍ତବରେ ସାମ୍ପ୍ରଦାୟିକ ବିଦ୍ୱେଷରେ ଅତିଷ୍ଠ ହୋଇଥିବା ପରିବେଶଟିରେ ଯେକୌଣସି ପରିଣାମକୁ ନିର୍ବାଚନୀ ଲାଭ ପାଇଁ ପ୍ରୟୋଗ କରାଯାଇପାରିବ ।

ସ୍ୱାଧୀନତ୍ତୋର ଭାରତର ସାମ୍ପ୍ରଦାୟିକ ଇତିହାସ ଅଧ୍ୟାୟଗୁଡ଼ିକ ଅନେକ ଘଟଣାଗୁଡ଼ିକ ଦ୍ୱାରା ଚିହ୍ନିତ । ତଥାପି, ଡିସେମ୍ବର ୬, ୧୯୯୨ ସବୁଠାରୁ ନିଆରା, ଯାହାକି ଭାରତରେ ହିନ୍ଦୁତ୍ୱ ରାଜନୀତିକୁ ପ୍ରେରଣା ଦେଲା ଯେଉଁ କଥାଟି ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଦୁଇବର୍ଷ ପରେ ଲକ୍ଷେ୍ନø ଅଦାଲତ ଯେଉଁ ରାୟଟି ଦେବେ ତାହା ଏହି ପ୍ରକ୍ରିୟାରେ ଆଉ ଗୋଟିଏ ନିସାନ ହେଇ ରହିଯିବ ।

 

One Cheer for the Court EPW- April 22, 2017 Vol L II No-16

Filed Under: ସମଦୃଷ୍ଟି Tagged With: ଅଦାଲତ, ଜନତା

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା