• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସ୍ୱାସ୍ଥ୍ୟ

ଶିଶୁ ମୃତ୍ୟୁହାର: ଜାତୀୟ ହ୍ରାସ ଠାରୁ ଓଡିଶା ଆଗରେ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ପାଂଚ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁହାର ହ୍ରାସ
କ୍ଷେତ୍ରରେ ପ୍ରଥମ ଥର ପାଇଁ ଓଡିଶା ଜାତୀୟ ହାର ଠାରୁ ଆଗରେ ରହିଛି ।

୨୦୦୯ରେ ଏହି ହାର ୮୪ ପଏଂଟ ଥିବା ବେଳେ ୨୦୧୦ରେ ଏହା ୬ ପଏଂଟ ହ୍ରାସ ପାଇ ୭୮
ପଏଂଟ ହୋଇଛି । ଏହି ସମୟରେ ଜାତୀୟ ହ୍ରାସ ହାର ୫ ପଏଂଟ ହୋଇଥିବା ବେଳେ ଓଡିଶା ୬
ପଏଂଟ ହ୍ରାସ କରିବାରେ ସମର୍ଥ ହୋଇଛି ।

ଏ କ୍ଷେତ୍ରରେ ଓଡିଶା ଉପରକୁ ମଧ୍ୟପ୍ରଦେଶ ରହିଛି । ୧୯୯୮-୯୯ ରୁ ୨୦୦୫-୦୬ , ୭ ବର୍ଷ
ମଧ୍ୟରେ ଏହି ହାର ୧୩.୮ ପଏଂଟ ହ୍ରାସ ପାଇଥିବା ବେଳେ କେବଳ ୨୦୧୦ରେ ୬ ପଏଂଟ ହ୍ରାସ
ପାଇବା ଉଲ୍ଲେଖନୀୟ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଶିଶୁ ମୃତ୍ୟୁହାର, ସ୍ୱାସ୍ଥ୍ୟ

ଔଷଧ,ମଦ ମୃତ୍ୟୁ ଘଟଣାରେ ଡ଼୍ରଗ୍ସ କଂଟ୍ରୋଲରଙ୍କ ବଦଳି

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ମଙ୍ଗଳବାର ଡ଼୍ରଗ୍ସ କଂଟ୍ରୋଲରଙ୍କ ବଦଳି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଡ଼୍ରଗ୍ସ କଂଟ୍ରୋଲର ଅନ୍ନଦା ଶଙ୍କର ଦାସଙ୍କୁ ବଦଳି କରାଯାଇ ସ୍ୱାସ୍ଥ୍ୟ ବିଭାଗର ଓଏସ୍ଡ଼ି ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ଡ଼େପୁଟି କଂଟ୍ରୋଲର ଥିବା ହୃଷୀକେଶ ମହାପାତ୍ରଙ୍କୁ ଡ଼୍ରଗ୍ସ କଂଟ୍ରୋଲର ଭାବେ ନିଯୁକ୍ତ କରାଯାଇଛି । ଔଷଧ ମଦ ମୃତ୍ୟୁ ପରେ କଂଟ୍ରୋଲରଙ୍କ କାର୍ଯ୍ୟ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଗତକାଲି ଅବକାରୀ କମିଶନର ସୁଦର୍ଶନ ନାୟକଙ୍କୁ ବଦଳି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଔଷଧ, ସ୍ୱାସ୍ଥ୍ୟ

ଗଣବଳାତ୍କାର:ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀଙ୍କ ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମହିଳା କମିଶନ ପରାମର୍ଶ ଦେଇଥିବା ଶୁକ୍ରବାର କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ସଂପୃକ୍ତ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଛି ବୋଲି କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗୁରୁବାର ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ।

କୋମା ଅବସ୍ଥାରେ ଥିବା ୧୯ ବର୍ଷ ବୟସ୍କା ଏହି ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ତାଙ୍କ ଗାଁ
ଅର୍ଜୁନଗେ।। ନିକଟରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତମାନେ ପୂର୍ବରୁ ୨୦୦୮ରେ ମଧ୍ୟ ଯୁବତୀଙ୍କୁ ଦୂର୍ବ୍ୟବହାର କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗତ ନଭେମ୍ବର ୨୯ରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ପରେ ଅନ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଡ଼ାକ୍ତରଖାନାରେ ତାଙ୍କୁ ଚିକିତ୍ସା କରିବାକୁ ମନା କରିବୋରୁ ଗଣମାଧ୍ୟ ପ୍ରତିନିଧିମାନେ ଏ ସଂପର୍କରେ ରିପୋର୍ଟ ପ୍ରକାଶ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା ।

ପୀଡ଼ିତାଙ୍କୁ ଝୁଲାଇ ଦିଆଯାଇଥିବାରୁ ତାଙ୍କର ବେକରେ ଆଘାତ ଲାଗିଛି ବୋଲି ପ୍ରାଥମିକ ଡ଼ାକ୍ତରୀ ରିପୋର୍ଟରୁ ଜଣାପଡ଼ିଥିବା କମିଶନ ଅଧ୍ୟକ୍ଷା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

“”ଆଇନ ଅନୁଯାୟୀ ଯଦି ଯୁବତୀଙ୍କୁ ଝୁଲାଇ ଦିଆଯାଇଥିବା ତଥ୍ୟ ଡ଼ାକ୍ତର ପାଇଥିଲେ ତେବେ ସେ ଏସଂପର୍କରେ ସ୍ଥାନୀୟ ଥାନାକୁ ଅବଗତ କରାଇବା ଉଚିତ୍ ଥିଲା” ପାଣିଗ୍ରାହୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ସଂପୃକ୍ତ ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ଡ଼ାକ୍ତରଖାନାରୁ ତାଙ୍କୁଦୁଇଥର ଫେରାଇ ଦିଆଯାଇଛି, ସେ କହିଛନ୍ତି ।

“”ବିଭିନ୍ନ ଡ଼ାକ୍ତରଖାନାରେ ଯଦି ଡ଼ାକ୍ତର ମାନଙ୍କ ଦ୍ୱାରାଠିକ୍ ସମୟରେ ପଦକ୍ଷେପ ନିଆଯାଇଥାନ୍ତା ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇନଥାନ୍ତା” ସେ ଉଲ୍ଲେଖ କରିଛନ୍ତି ।

ଗଣବଳାତ୍କାର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଗତ ଜାନୁୟାରୀ ୧୯ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହି ଘଟଣାରେ କ୍ରାଇମବ୍ରାଂଚ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ଲାଇ
ଡ଼ିଟେକ୍ଟର ଏବଂ ପଲିଗ୍ରାଫ ପରୀକ୍ଷା କରିସାରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ସ୍ୱାସ୍ଥ୍ୟ

ଭୁବନେଶ୍ୱର ଏମ୍ସରେ ଅଗଷ୍ଟରୁ ନାମଲେଖା

January 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଭୁବନେଶ୍ୱର ଶାଖାରେ ଚଳିତ ବର୍ଷ ଅଗଷ୍ଟରୁ ନାମ ଲେଖା ଆରମ୍ଭ ହେବ ବୋଲି ଭୁବନେଶ୍ୱର ଠାରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରତାପ କୁମାର ପ୍ରଧାନ କହିଛନ୍ତି ।

ପ୍ରଧାନ ସଚିବାଳୟରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସହ ଏମ୍ସର ଅଗ୍ରଗତି
ସଂପର୍କରେ ଆଲୋଚନା କରିଛନ୍ତି ।

ଚଳିତ ବର୍ଷ ୫୦ଟି ଓ ଆସନ୍ତା ବର୍ଷ ଶହେଟି ସିଟ୍ ପାଇଁ ନାମ ଲେଖାଯିବ ଏବଂ ଡ଼ିସେମ୍ବର ସୁଦ୍ଧା ପାଂଚ ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଚାଲିଛି ବୋଲି ଆଲୋଚନା ପରେ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

ମେଡ଼ିକାଲର ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ଏବଂ ମେଡ଼ିକାଲ କଲେଜ ପାଇଁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ସେ କହିଛନ୍ତି ।

ରାଜଧାନୀ ଉପକଣ୍ଠସ୍ଥ ସିଜୁଆ ଠାରେ ୨୦୦୩ ଜୁଲାଇରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆୟୁର୍ବିଜ୍ଞାନ, ଏମ୍ସ, ସ୍ୱାସ୍ଥ୍ୟ

ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

December 17, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକ୍ତର ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଶନିବାର ଅନୁଷ୍ଠିତ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପରାମର୍ଶ ଦେବା ସହ ଗତ ପ୍ରଳୟଙ୍କାରୀ ବନ୍ୟା ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।

ଗତ ବନ୍ୟା ସମୟରେ ଏବଂ ବନ୍ୟା ପରବର୍ତ୍ତି ସମୟରେ ଜନସହଯୋଗ ଓ ଜନ ସଚେତନତା ମାଧ୍ୟମରେ କୌଣସି ସ୍ଥାନରେ କୌଣସି ପ୍ରକାର ମହାମାରୀ ଦେଖା ଦେଇ ନାହିଁ । ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ନିୟୋଜିତ କର୍ମଚାରୀ ମାନଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ଏହା ସମ୍ଭବପର ହୋଇ ପାରିଛି ବୋଲି ସେ କହିଛନ୍ତି ।

ତେବେ ସତର୍କ ରହିବା ସତ୍ୱେ ବିଭିନ୍ନ ସମୟରେ ସାମାନ୍ୟ କଥାରେ ବିଭାଗର ଭାବମୂର୍ତ୍ତିରେ ଆଂଚ
ଆସୁଛି । ତେଣୁ ସମସ୍ତେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ, ସେ କହିଛନ୍ତି ।

ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ସଂପୃକ୍ତ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ରାଜ୍ୟ ସର୍ବେକ୍ଷଣ ୟୁନିଟ୍ର ନୋଡାଲ ଅଫିସର ଡାଃ ବିକାଶ ପଟ୍ଟନାୟକଙ୍କୁ ବିଭିନ୍ନ ମହାମାରୀ ସମୟରେ ସମନ୍ୱୟ ରକ୍ଷାକରି ପରିସ୍ଥିତିର ମୁକାବିଲା ପାଇଁ ତାଙ୍କର ନିଷ୍ଠା , କର୍ମକ୍ଷତା ପାଇଁ ସ୍ୱତନ୍ତ୍ରଭାବେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍’

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ

ରାଜ୍ୟରେ ଇ-ବ୍ଲଡ୍ ବ୍ୟାଙ୍କ ସେବା ଶୁଭାରମ୍ଭ

December 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ
ରାଜ୍ୟରେ ବୁଧବାର ଠାରୁ ଇ-ବ୍ଲଡ୍ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି ।

ଏ ପ୍ରକାର ସେବା ଆରମ୍ଭ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ଏହାର ଉଦଘାଟନ କରି
ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହି ସେବା ମାଧ୍ୟମରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ତଥା ଜନସାଧାରଣ ସେମାନେ ଆବଶ୍ୟକ
ଅନୁଯାୟୀ ରକ୍ତ ରାଜ୍ୟର ଯେ କୌଣସି ରକ୍ତଭଣ୍ଡାରରେ ଉପଲବ୍ଧି ସଂପର୍କରେ ତୁରନ୍ତ ଜାଣି ପାରିବେ ।

ୱେବ୍ ସାଇଟ , ଟୋଲ ଫ୍ରି ଟେଲିଫୋନ କିମ୍ବା ଏସ୍ଏମ୍ଏସ୍ ମାଧ୍ୟରେ ସାଧାରଣ ଲୋକ ମାତ୍ର କେତେ ସେକେଣ୍ଡ ମଧ୍ୟରେ ରକ୍ତ ମହଜୁତ ସଂପର୍କରେ ସୂଚନା ପାଇ ପାରିବେ ।

ରାଜ୍ୟ ରକ୍ତ ସଞ୍ଚାଳନ କାଉନସିଲ୍ ଏବଂ ଏଡସ୍ ନିୟନ୍ତ୍ରଣ ସମିତି ତରଫରୁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ସହାୟତାରେ ଏହି ଅନ-ଲାଇନ୍ ମନିଟରିଂ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଥିବା ଭାରତୀୟ ରେଡ୍କ୍ରସର ୫୬ ଟି ସମେତ ମୋଟ ୮୦ଟି ରକ୍ତ ଭଣ୍ଡାର ସଂପର୍କରେ
ସୂଚନା ମିଳିପାରିବ ।

ନିକଟ ଭବିଷ୍ୟତରେ ସରକାରୀ ଡାକ୍ତରଖାନା ମାନଙ୍କୁ ଯୋଗାଇ ଦିଆଯାଉଥିବା ଔଷଧ ,ଔଷଧ
ଉପଲବ୍ଧି ଆଦି ସଂପର୍କରେ ସାଧାରଣ ଲୋକ ଜାଣିବା ପାଇଁ ସୂଚନା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ସଚିବ ଅନୁ ଗର୍ଗ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇ-ବ୍ଲଡ୍ବ୍ୟାଙ୍କ, ଓଡିଶା ଦେଶ, ସ୍ୱାସ୍ଥ୍ୟ

ବିଶ୍ୱ ଏଡ୍ସ ଦିବସ ଅବସରରେ ମିନି ମାରାଥନ୍

December 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ଏଡ୍ସ ଦିବସ ଅବସରରେ ଏଡ୍ସ ରୋଗ ପ୍ରତି ଜନସଚେତନତା ସୃଷ୍ଟି କରିବାର ଲକ୍ଷ୍ୟରେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ମିନି ମାରାଥନ୍ ଆୟୋଜିିତ ହୋଇଯାଇଛି ।

ଇନ୍ଫୋସିଟି ଠାରୁ କଳିଙ୍ଗ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ହୋଇଥିବା ଏହି ମାରାଥନ ଦୌଡ଼ରେ ଛାତ୍ରଛାତ୍ରୀ, କର୍ପୋରେଟ୍ ଅଧିକାରୀ, ଆରକ୍ଷୀ ବାହିନୀ, ସିଆର୍ପିଏଫ୍ ଯବାନ, ଅଭିନେତା, ବୁଦ୍ଧିଜୀବି, ଖେଳାଳୀ ଅଂଶଗ୍ରହଣ କରିଥିଲେ ।

ଗତ ତିନି ବର୍ଷ ଧରି ଓଟିଭି ପକ୍ଷରୁ ଏଭଳି ଗଣଦୌଡର ଆୟୋଜନ କରାଯାଉଛି । ସମାଜକୁ ସଂମ୍ପୂର୍ଣ୍ଣ ଏଡ୍ସ୍ ମୁକ୍ତ କରିବା ସମସ୍ତଙ୍କର ସମର୍ଥନ ଦରକାର ବୋଲି ଏହି ଅବସରରେ ଓଟିଭି ନେଟ୍ୱର୍କର ନିର୍ଦ୍ଦେଶିକା ଜାଗୀମଙ୍ଗତ ପଣ୍ଡା କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୋଲିସ କମିଶନର ବିଜୟ ଶର୍ମା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ସ୍ୱାସ୍ଥ୍ୟ Tagged With: ବିଶ୍ୱ ଏଡ୍ସ ଦିବସ, ଭୁବନେଶ୍ୱର, ସ୍ୱାସ୍ଥ୍ୟ

କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁଁ ୧୨ ଅସୁସ୍ଥ

November 26, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀବିହାର ଅଂଚଳରେ ଥିବା ପାଣି ଟାଙ୍କିର ଏକ ସିଲିଣ୍ଡରରୁ କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୧୨ ଜଣ ଅସୁସ୍ଥ ହୋଇଛନ୍ତି ।

ଶନିବାର ସଂଧ୍ୟାରେ ପାଣି ଟାଙ୍କିରେ କାର୍ଯ୍ୟରତ କର୍ମଚାରୀ କ୍ଲୋରିନ ଗ୍ୟାସ ପାଣିରେ ମିଶାଇବା ପାଇଁ ଯାଇଥିଲେ । ସେ ସିଲିଣ୍ଡର କ୍ୟାପ ଖୋଲିବା ସମୟରେ ହଠାତ୍ ସେଥିରୁ ଗ୍ୟାସ ଲିକ୍ ହୋଇଯାଇଥିଲା ।

ସେଠାକୁ ପାଣି ଆଣିବାକୁ ଯାଇଥିବା କେତେକ ମହିଳା ଏବଂ ନିକଟସ୍ଥ ଇଶାନେଶ୍ୱର ବସ୍ତିର
ଶିଶୁମାନେ ଏହାର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିଲେ ।

ଅସୁସ୍ଥ ମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନେ ବିପଦମୁକ୍ତ ଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ସ୍ୱାସ୍ଥ୍ୟ Tagged With: କ୍ଲୋରିନ ଗ୍ୟାସ୍, ସ୍ୱାସ୍ଥ୍ୟ

ଡ଼ିଏଫ୍ଆଇଡ଼ି ତାଲିକାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ନମ୍ବର ଏକ

November 26, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଟୀକାକରଣ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବିଚାର କରି ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ସମୟରେ ଡ଼ିଏଫ୍ଆଇଡ଼ି ଓଡ଼ିଶାକୁ ଏକ ନମ୍ବର ସ୍ଥାନରେ ରଖିଛି ।

ରାଜ୍ୟରେ ଚାଲିଥିବା ସ୍ୱାସ୍ଥ୍ୟସେବା ଯୋଜନା(ଓଏଚ୍ଏସ୍ପି)ର କାର୍ଯ୍ୟକାରୀତା ନେଇ ଅତ୍ୟନ୍ତ ଖୁସି ବୋଲି ଡ଼ିଏଫ୍ଆଇଡ଼ି ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ।

ସ୍ୱଚ୍ଛ ପାନୀୟଜଳ, ପରିମଳ ବ୍ୟବସ୍ଥା ଆଦି ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ବହୁମୁଖୀ ପରିବାର ନିୟନ୍ତ୍ରଣ ଯୋଜନା ପାଇଁ ଡ଼ିଏଫ୍ଆଇଡ଼ି ୭୦୦ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଏହାର କେନ୍ଦ୍ରୀୟ ପ୍ରତିନିଧିମାନେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ସମୀକ୍ଷା ପରେ ଘୋଷଣା କରିଛନ୍ତି ।

ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୬୯ରୁ ୬୨କୁ ହ୍ରାସ ପାଇଥିବା ବେଳେ ମାତୃ ମୃତ୍ୟୁହାର ପ୍ରତି ଏକ ଲକ୍ଷରେ ୩୦୩ରୁ ୨୫୮କୁ ହ୍ରାସ ପାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ।

କେବଳ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ନୁହେଁ ଆଦିବାସୀ ମହିଳାମାନେ ମଧ୍ୟ ଚିକିତ୍ସାଳୟରେ ସନ୍ତାନ ପ୍ରସବ କରିବାକୁ ଆଗଭର ହୋଇଛନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ପାଇଁ ସଫଳତାର ମାଇଲଖୁଣ୍ଟ ବୋଲି ଡ଼ିଏଫ୍ଆଇଡ଼ି ଏହି ପତ୍ରରେ ଉଲ୍ଲେଖ କରିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଟୀକାକରଣ, ସ୍ୱାସ୍ଥ୍ୟ

ଡାକ୍ତରୀ ଶିକ୍ଷା, ତାଲିମ୍ ନିର୍ଦ୍ଦେଶାଳୟର ନୂତନ ୱେବ୍ସାଇଟ

November 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟର ଏକ ନୂତନ ୱେବ୍ସାଇଟ (ଡ଼ିଏମ୍ଇଟିଓଡ଼ିଶା ଡ଼ଟ୍ ଗଭ୍ ଡ଼ଟ୍ ଇନ୍)ମଙ୍ଗଳବାର ଉ୍ଘାଟିତ ହୋଇଛି ।

ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅନୁ ଗର୍ଗ ଏହାକୁ ଉ୍ଘାଟନ କରିଥିବା ବେଳେ ଏନ୍ଆଇସି ସହାୟତାରେ ଏହାକୁ ହୋଷ୍ଟ କରାଯାଇଛି ।

ଏଥିରେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟର ବିଭିନ୍ନ ତଥ୍ୟ, ବିଜ୍ଞାପନ, ପରୀକ୍ଷା ଫଳ ଆଦି ସମସ୍ତ ବିଷୟ ଉପଲବ୍ଧ ହେବ । ୱେବ୍ସାଇଟରେ ନିୟମିତ ଭାବେ ସମସ୍ତ ତଥ୍ୟ ଉପଲବ୍ଧ
କରାଇବା ଦିଗରେ ଯତ୍ନବାନ ହେବାକୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଦ୍ୱାରାସାଧାରଣ ଲୋକମାନେ ମଧ୍ୟ ଉପକୃତ ହୋଇ ପାରିବେ ବୋଲି ସେ କହିଛନ୍ତି ।

ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଆସୋସିଏଟ ପ୍ରଫେସର ଉମାକାନ୍ତ ଶତପଥୀ ଏହାକୁ
ପ୍ରସ୍ତୁତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନୂତନ ୱେବ୍ସାଇଟ, ସ୍ୱାସ୍ଥ୍ୟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା