• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋଲିସ ବିଭାଗର ଆମୂଳଚୁଳ ପରିବର୍ତ୍ତନ ଆବଶ୍ୟକ

May 17, 2005 by ନିଉଜ ଡେସ୍କ Leave a Comment

୧୭ ମଇ (ଓଡ଼ିଶା ଡ଼ଟ୍ କମ୍), ଇଂଲଣ୍ଡର ଲିଭର୍ପୁଲ୍ ବିଶ୍ୱବିଦ୍ୟାଳୟର ଇନଭେଷ୍ଟିଗେଟିଭ୍ ସାଇକୋଲଜି ସେଣ୍ଟରରେ ଅନୁସନ୍ଧାନ ମନୋବିଜ୍ଞାନରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଓଡିଶାର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସୁଧାଂଶୁ ଷଡଙ୍ଗୀଙ୍କ ସହ ଓଡିଶା ଡଟ୍ କମ୍ ର ସ୍ୱତନ୍ତ୍ର ସାକ୍ଷାତକାର ।

ସୁଧାଂଶୁ ଷଡଙ୍ଗୀ ୧୯୯୦ ମସିହା ଭାରତୀୟ ପୋଲିସ ସେବାର (ଆଇପିଏସ୍)ର ଜଣେ ବରିଷ୍ଠ ଅଧିକାରୀ । ସେ’ ମାଲକାନଗିରି, ସୁନ୍ଦରଗଡ, ବ୍ରହ୍ମପୁର, ବାଲେଶ୍ୱର ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାର ଏସ୍ପି ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୫ ମସିହାରେ ଡିଆଇଜି ପଦବୀକୁ ପଦୋନ୍ନତି ପାଇଥିବା ଏହି ପୋଲିସ ଅଧିକାରୀଙ୍କ ସହ ସାକ୍ଷାତକାର ।sudhansu

୧- ଭାରତସହ ବ୍ରିଟିଶ୍ ପୋଲିସ ବ୍ୟବସ୍ଥାର ଆପଣ କିଭଳି ତୁଳନା କରୁଛନ୍ତି?

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କୌଣସି ତୁଳନା କରିବା ଠିକ୍ ହେବ ବୋଲି ମୁଁ ଭାବୁନାହିଁ । ପୋଲିସ ବ୍ୟବସ୍ଥା କାହିଁକି, ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ । ଇଂଲଣ୍ଡ ବିଶ୍ୱର ଚତୁର୍ଥ ବିତ୍ତଶାଳୀ ରାଷ୍ଟ୍ର । ଅନ୍ୟପକ୍ଷରେ ଆମ ଦେଶ ଗରିବ ରାଷ୍ଟ୍ର ତାଲିକାଭୁକ୍ତ ।

ୟୁଏନ୍ଡିପିର ୨୦୦୩ ମାନବ ବିକାଶ ରିପୋର୍ଟ ଅନୁସାରେ ଭାରତର ୨୩୩ ନିୟୁତ ଲୋକ କ୍ଷୁଧା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି । ଅର୍ଥାତ ପ୍ରତିଦିନ ୧,୯୬୦ କ୍ୟାଲୋରିର ଖାଦ୍ୟ ଖାଇବା ସେମାନଙ୍କ ଭାଗ୍ୟରେ ଜୁଟୁ ନାହିଁ । ୪୦ ନିୟୁତ ଛାତ୍ରଛାତ୍ରୀ ସ୍କୁଲ୍ ପାଠ ପଢାରୁ ବଞ୍ଚିତ ରହୁଛନ୍ତି ।

୧୯୯୭ ମସିହାରେ ଭାରତର ମୁଣ୍ଡପିଛା ଜିଏନପି (ଗ୍ରସ୍ ନ୍ୟାସନାଲ୍ ପ୍ରଡକ୍ଟ) ଆମେରିକୀୟ ଡଲାରରେ ୩୭୦ ରହିଥିବାବେଳେ ଇଂଲଣ୍ଡରେ ଏହି ସଂଖ୍ୟା ହୋଇଥିଲା ୨୦,୮୭୦ ଆମେରିକୀୟ ଡଲାର । ଉଭୟ ଦେଶରେ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିବାରୁ ବ୍ରିଟିଶ ପୋଲିସର କାର୍ଯ୍ୟକଳାପ ଏବଂ ଚିନ୍ତାଧାରା ସମ୍ପର୍କରେ ଆମେ ଅନେକ କିଛି ଶିଖିବାର ଅଛି ।

୨- ପୋଲିସ ଭିତରେ ବିଶ୍ୱାସର ଭାବ ଆପଣ କେମିତି ସୃଷ୍ଟି କରିବେ?

ଦୁର୍ଭାଗ୍ୟବଶତଃ ଭାରତୀୟ ପୋଲିସ ବୃତ୍ତିରେ ଆହୁରି ଉର୍ଦ୍ଧ୍ଵାଭିମୁଖି ହେବାର ଆବଶ୍ୟକତା ରହିଛି । ଯେଉଁ ଆଇନ ବ୍ୟବସ୍ଥା ମଧ୍ୟରେ ଆମେ କାର୍ଯ୍ୟ ପରିଚାଳନା କରୁଛୁ ତାହା ସମୟସହ ତାଳଦେଇ ଗତି କରି ପାରୁନାହିଁ । ଜାତୀୟ ପୋଲିସ କମିଶନର ସୁପାରିଶ ଗୁଡିକ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଭାରତର ପ୍ରତ୍ୟେକ ବ୍ୟକ୍ତି ସବୁ ବିଷୟରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଗୋଟିଏ ବିଷୟରେ ବିଶେଷଜ୍ଞ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ଜରୁରୀ । ଏଭଳି କହିବାର ତାତ୍ପର୍ଯ୍ୟ ହେଲା ଗ୍ରାମାଞ୍ଚଳରେ ରହୁଥିବା କ୍ୱାକ୍ ମାନଙ୍କ ସ୍ଥାନରେ ଡାକ୍ତରମାନେ ରୋଗୀର ଚିକିତ୍ସା କରିବା ଆବଶ୍ୟକ ।

ଏହି ପରିପ୍ରେକ୍ଷୀରେ ମୁଁ ସୁପର ସ୍ପେସିଆଲିଷ୍ଟ ନୁହେଁ ବରଂ ତାଲିମପ୍ରାପ୍ତ ଡାକ୍ତରଙ୍କ ବିଷୟରେ କହୁଛି । ପୋଲିସ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କରାଯିବା ବିଧେୟ ।

୩- ଭାରତୀୟ ପୋଲିସ ଏବଂ ବ୍ରିଟିଶ ଅଧିକାରୀଙ୍କ ମଧ୍ୟରେ ଆପଣ କି ପ୍ରକାରର ପାର୍ଥକ୍ୟ ଦେଖୁଛନ୍ତି ?

ଭାରତୀୟ ପୋଲିସ ଅଫିସର ଅପେକ୍ଷାକୃତ କମ୍ ଅର୍ଥରେ ଅଧିକ ଖଟଣି କରୁଛନ୍ତି । ଏହାଛଡା ସେମାନଙ୍କର ସାମାଜିକ ପ୍ରତିଷ୍ଠା ମଧ୍ୟ ନାହିଁ । ବ୍ରିଟିଶ ପୋଲିସ ବାହିନୀ ନିକଟରେ ଉଚ୍ଚମାନର ପେଶାଦାର ମନୋଭାବ ଦେଖିବାକୁ ମିଳୁଛି । ବିଭାଗୀୟ ତାଲିମ ବ୍ୟବସ୍ଥା ହେଉ କିମ୍ବା ଅନ୍ୟ କିଛି ସେମାନେ ଆମ ଅପେକ୍ଷା ଯଥେଷ୍ଟ ଆଗୁଆ ରହିଛନ୍ତି ।

ସେମାନଙ୍କ ନିକଟରୁ ଆମକୁ ବହୁତ କଥା ଶିଖିବାର ଆବଶ୍ୟକତା ରହିଛି । ସେମାନଙ୍କ ସହଯୋଗନେଇ ଆମ ଅଧିକାରୀମାନଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯିବା ଉଚିତ ହେବ । ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଅନୁସାରେ, ଆମ ଦେଶରେ ପ୍ରତି ଶହେ ଜଣକ ମଧ୍ୟରୁ ୯୬ ଜଣ ଅଫିସର ଅନୁଭବ କରନ୍ତି ଯେ, ସାକ୍ଷୀମାନଙ୍କୁ ଜେରା କରିବା ଲାଗି ସେମାନଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇନାହିଁ ।

ଅନ୍ୟପକ୍ଷରେ ଏହା ହେଉଛି ପୋଲିସ ବିଭାଗର ମୌଳିକ କାର୍ଯ୍ୟ । ମୋଟାମୋଟିଭାବେ ଆମର ପୋଲିସ ବିଭାଗ ସେହି ପୁରୁଣା କାଳିଆ ବ୍ୟବସ୍ଥାରେ ହିଁ ଚାଲିଛି । କାର୍ଯ୍ୟତଃ ଏହି ବିଭାଗର ଆମୂଳଚୁଳ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ସମଗ୍ର ବ୍ୟବସ୍ଥାର ସଂପୂର୍ଣ୍ଣ ପରିବର୍ତ୍ତନ କରାନଯିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଲାଗି ଆମ ନିକଟରେ ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ ।

୪- ପୋଲିସ ବାହିନୀର ସାମ୍ପ୍ରତିକ ସ୍ଥିତି ପାଇଁ ରାଜନୈତିକ ହସ୍ତକ୍ଷେପ ଦାୟୀ କି ?

ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କ ନିକଟରେ ପୋଲିସ ଉତ୍ତରଦାୟୀ ରହିବ ବୋଲି ଆଶା କରାଯାଇଥାଏ । ତାଛଡା ସେମାନେ ଆଇନ ଓ ସର୍ବସାଧାରଣଙ୍କ ନିକଟରେ ମଧ୍ୟ ଉତ୍ତରଦାୟୀ ।

ରାଜନୈତିକ ନେତୃତ୍ୱ ଆଇନର ସଂଶୋଧନ କରି ଏକ ଲିଗାଲ୍ ଫ୍ରେମ୍ ୱାର୍କ ପ୍ରସ୍ତୁତ କରିବା ଉଚିତ ।

ଏଥିରେ ପୋଲିସ କଣ ସବୁ କାର୍ଯ୍ୟ କରିବ ଏବଂ କଣ କରିବ ନାହିଁ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ନିର୍ଦ୍ଦେଶାବଳୀ ରହିବ ଏବଂ ଏହି ବ୍ୟବସ୍ଥା ପ୍ରତି ପୋଲିସ ଉତ୍ତରଦାୟୀ ରହିବେ । ୧୮୬୧ ମସିହାରୁ ଆଇନର ସଂଶୋଧନ ହୋଇନାହିଁ ।

ପୋଲିସଠାରୁ କ’ଣ ଆଶା କରାଯାଏ ସେ ନେଇ କେଉଁଠାରେ କିଛି ହେଲେ ସ୍ପଷ୍ଟରୂପେ ଉଲ୍ଲେଖ ରହିନାହିଁ । ଆଇନର ସୁରକ୍ଷା ପରିବର୍ତ୍ତେ ବିଭିନ୍ନ ସ୍ୱାର୍ଥର ସୁରକ୍ଷା ନିମିତ୍ତ ରାଜନୈତିକ ବ୍ୟକ୍ତିମାନଙ୍କ ହସ୍ତକ୍ଷେପ ଯୋଗୁଁ ଆଜି ସମସ୍ୟା ଗମ୍ଭୀର ହୋଇଛି । ଏଥିପାଇଁ ଯେ କେବଳ ରାଜନୈତିକ ବ୍ୟକ୍ତିମାନେ ଦାୟୀ ତାହା ନୁହେଁ ଅନ୍ୟମାନେ ମଧ୍ୟ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ।

ଉଦାହରଣତଃ ବ୍ୟୁରୋକ୍ରାଟ, ବରିଷ୍ଠ ପୋଲିସ ଅଫିସର, ପ୍ରଭାବଶାଳୀ ସାମ୍ବାଦିକ, ଧନୀକ ବ୍ୟକ୍ତି ଇତ୍ୟାଦି ଇତ୍ୟାଦି । ନିଷ୍ପତ୍ତି ନେବା କ୍ଷେତ୍ରରେ କୌଣସି ନିର୍ଦ୍ଧିଷ୍ଟ ନୀତିନିୟମ ନାହିଁ । ସ୍ୱାର୍ଥସାଧନ ନିମିତ୍ତ ପୋଲିସ ଉପରେ ବାରମ୍ବାର ବିଭିନ୍ନ ମହଲରୁ ଚାପ ପଡୁଛି ।

୫- କନେଷ୍ଟବଳ ବ୍ୟବସ୍ଥାର ଉଚ୍ଛେଦ ଲାଗି ଟାଇମ୍ସ ଅଫ୍ ଇଣ୍ଡିଆର ଏକ ପ୍ରବନ୍ଧରେ ଆପଣ ପ୍ରସ୍ତାବ ଦେଇଥିଲେ । ଆପଣ କାହିଁକି ଭାବୁଛନ୍ତି ଯେ ଏହାଦ୍ୱାରା ପୋଲିସ ପ୍ରଶାସନର ଉନ୍ନତି ହେବ ?

ବିଭାଗରେ ଯେ କୌଣସି ସଂସ୍କାର ବ୍ୟବସ୍ଥା ହାତକୁ ନିଆଗଲେ ପ୍ରଥମେ କନେଷ୍ଟବଳ ବ୍ୟବସ୍ଥା ବିଚାରକୁ ନିଆଯିବା ଆବଶ୍ୟକ । ପୋଲିସ ବିଭାଗର ୧୦ ଭାଗ ଅଫିସର ଏବଂ ଅବଶିଷ୍ଟ ୯୦ ଭାଗ କର୍ମଚାରୀ କେବଳ ସାଧାରଣ ମଣିଷ କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ । ସେମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦିଆଯାଏ ନାହିଁ । ଅପରାଧ କାର୍ଯ୍ୟର ତଦନ୍ତ କରନ୍ତି ନାହିଁ ।

ସେମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ତାହାର କୌଣସି ଆବଶ୍ୟକତା ନାହିଁ । ଯେଉଁ ବିଭାଗର ଶତକଡା ୯୦ ଭାଗ ଲୋକ ଅନାଗ୍ରହ ମଧ୍ୟରେ ଦାୟିତ୍ୱ ସମ୍ପାଦନ କରିଥାନ୍ତି, କ୍ଷମତାଶୂନ୍ୟ ସର୍ବୋପରି ନିରୁତ୍ସାହୀ ସେଭଳି ଲୋକମାନଙ୍କୁ ନେଇ ଉନ୍ନତମାନର ପେଶାଦାର ନମୂନା ପ୍ରଦର୍ଶନ କରିବା ଅସମ୍ଭବ ବ୍ୟାପାର । ତେଣୁ ତୁରନ୍ତ ଏଭଳି ପଦ୍ଧତିର ପରିବର୍ତ୍ତନ ନତୁବା ବିଲୋପସାଧନ ଅପରିହାର୍ଯ୍ୟ ।

୬- ଭାରତ ଫେରିବାପରେ ପୋଲିସ ବିଭାଗର ଉନ୍ନତି ସାଧନ ଲାଗି ଆପଣଙ୍କ ଭୂମିକା କଣ ହେବ ?

ବର୍ତ୍ତମାନ ମୁଁ ଜେରା କୌଶଳ ଉପରେ ଏକ ଟ୍ରେନିଂ ମୋଡ୍ୟୁଲାର ବିକାଶ କାର୍ଯ୍ୟରେ ମନୋନିବେଶ କରିଛି । ଏହାକୁ ଜାତୀୟ ସ୍ତରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ଫଳରେ ପୋଲିସ ଅଫିସରମାନେ କୌଣସି ଅନୈତିକ ପନ୍ଥା ଅବଲମ୍ବନ ନକରି ମଧ୍ୟ ସାକ୍ଷୀ ଓ ସନ୍ଦିଗ୍ଧ ଲୋକମାନଙ୍କୁ ପଚରାଉଚୁରା ବା ଜେରା କରି ପାରିବେ ।

ଏହି ମୋଡ୍ୟୁଲାରର କ୍ଷେତ୍ର ପରୀକ୍ଷା କାର୍ଯ୍ୟ ପାଇଁ ଆଗାମୀ ଜୁନ୍ ମାସରେ ମୁଁ ଓଡିଶା ଯିବି । ଏହାର ଫଳାଫଳ ସମ୍ପର୍କରେ ଲୋକମାନଙ୍କୁ ଜଣାଇବି । ଏହାଛଡା ଆହରଣ କରିଥିବା ଜ୍ଞାନକୁ ପାଥେୟକରି ପୋଲିସ ବିଭାଗର ମାନ ବୃଦ୍ଧି କରିବାକୁ ଯଥାସାଧ୍ୟ ଉଦ୍ୟମ କରିବି ।
ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଆଇପିଏସ୍ ସୁଧାଂଶୁ ଷଡଙ୍ଗୀ, ସାକ୍ଷାତକାର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version