ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ମାଲକାନଗିରି, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ବୁଧବାର ଭୋର ସମୟରେ ପୁଣି ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଥିବା ପୋଲିସ କହିଛି ।
ପ୍ରାୟ ୨୦ରୁ ୩୦ ଜଣ ଶସସ୍ତ୍ର ମାଓବାଦୀ ଏମ୍ଭି ୭୯ ଥାନା ଅନ୍ତର୍ଗତ କୋଟାକୁଣ୍ଡା ଗ୍ରାମରେ ଗଙ୍ଗା ମାଡ଼କାମି, ୩୨ଙ୍କୁ ଘରୁ ଡ଼ାକିଆଣି ହତ୍ୟା କରିଛନ୍ତି । ପୋଲିସ ଇନ୍ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଥିବା ଘଟଣାସ୍ଥଳରୁ ମିଳିଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ସେହିପରି ଗତ ସୋମବାର ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଏମ୍ଭି ୭୩ ଗ୍ରାମରେ ଜଣେ ବ୍ଲକ ପିଅନଙ୍କୁ ହତ୍ୟା କରିଥିଲେ ।
ଓଡିଶା ଡଟ୍ କମ୍
Leave a Reply