• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଙ୍ଗାଲୋରରେ ଦର୍ଶକଙ୍କୁ ସମ୍ମୋହିତ କଲା ଗୋଟିପୁଅ ନୃତ୍ୟ

November 17, 2010 by ଓଡିଶା ଡଟ କମ Leave a Comment

ରେଣୁକା ଫାଡ଼ନିସଙ୍କ ଠାରୁ

ବାଙ୍ଗାଲୋର, (ଓଡ଼ିଶା ଡ଼ଟ୍ କମ୍) ହାଇଟେକ୍ ସିଟି ବାଙ୍ଗାଲୋରରେ ଏବେ ଓଡ଼ିଶାର ‘ଗୋଟିପୁଅ’ ନୃତ୍ୟ ବେଶ ଲୋକପ୍ରିୟ ହୋଇପାରିଛି ।

କିଛି ଦିନ ତଳେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଇଥିବା ଭିଡ଼ରୁ ଏ ସମ୍ପର୍କରେ ଅଜ୍ଞ ଥିବା ଯୁବ ପିଢ଼ିଙ୍କର ଏହି ନୃତ୍ୟ ପ୍ରତି କେତେ ଆକର୍ଷଣ ତାହା ପ୍ରତିପାଦିତ ହୋଇଛି ।

ନିକଟରେ କ୍ଲାସିକାଲ ମ୍ୟୁଜିକ ଆଣ୍ଡ କଲଚର ଏମଙ୍ଗଷ୍ଟ ୟୁଥ୍ (ଏସପିଆଇସିମାକେ)ର ବାଙ୍ଗାଲୋର ଚାପ୍ଟର ପକ୍ଷରୁ ବାଙ୍ଗାଲୋରସ୍ଥ ପିପୁଲ୍ସ ଏଜୁକେସନ ସୋସାଇଟି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ପେସିଟ) ଇଞ୍ଜିନିୟରିଂ କଲେଜରେ ‘ଗୋଟିପୁଅ’ ନୃତ୍ୟ ପ୍ରଦର୍ଶନର ଆୟୋଜିତ ହୋଇଥିଲା ।

ଏହି ଅବସରରେ ଉତ୍ସାହୀ ଯୁବପିଢ଼ିଙ୍କ ମଧ୍ୟରେ ‘ଲକି ଡ଼୍ର’ ପ୍ରତିଯୋଗିତା ମଧ୍ୟ ହୋଇଥିଲା, ଯେଉଁଥିରେ ପୁରସ୍କାର ସ୍ୱରୂପ ‘ପେନ ଡ଼୍ରାଇଭ’ ବଣ୍ଟନ କରାଯାଇଥିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଉତ୍ସବ ‘ବୀରାସତ୍-୨୦୧୦’ର ଏହା ଏକ ଅଂଶ ବିଶେଷ ଥିଲା ।

ପ୍ରାରମ୍ଭରେ ଗୋଟିପୁଅ ନୃତ୍ୟ ବାବଦରେ ଧାରଣା ରଖିନଥିବା ଛାତ୍ରଛାତ୍ରୀମାନେ ନୃତ୍ୟୋତ୍ସବ ପରେ ଏ ସମ୍ପର୍କରେ ବେଶ ଧାରଣା ପାଇପାରିଥିଲେ । ଓଡ଼ିଶୀ ନୃତ୍ୟ ଶୈଳୀର ଏକ ଅଂଶ ବିଶେଷ ଭାବେ ପରିଚିତ ଏହି ନୃତ୍ୟରେ ବାଳକମାନେ ମହିଳାଙ୍କ ବେଶଭୂଷାରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।

ନୃତ୍ୟୋତ୍ସବରେ ଭାଗ ନେଇଥିବା କଳାକାରମାନେ ଓଡ଼ିଶାର କୋଣାର୍କରେ ଥିବା ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ଥିଲେ । ନୃତ୍ୟୋତ୍ସବରେ ଜନସାଧାରଣ ହ୍ୱିସିଲ, କରତାଳି ସହ ଛିଡ଼ା ହୋଇ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲି ନଥିଲେ ।

୧୦ ବର୍ଷରୁ କମ୍ ବୟସର ୮ ଜଣ ବାଳକ ବାଳିକାଙ୍କ ବେଶରେ ଏହି ନୃତ୍ୟରେ ଭାଗ ନେଇଥିଲେ । ନୃତ୍ୟକୁ ଉପଭୋଗ କରିବା ପରେ ଇଞ୍ଜିନିୟରିଂ ଛାତ୍ରୀ ମେଧିନୀ କହିଥିଲେ, ନୃତ୍ୟଶିଳ୍ପୀମାନେ ଏଭଳି ଦେଖାଯାଉଥିଲେ ଯେପରିକି ସେମାନଙ୍କ ଦେହରେ କୌଣସି ଅସ୍ଥି ନାହିଁ’ ।

ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ମତ ଥିଲା, ‘ଆମେ କେବେ ଜାଣି ନଥିଲୁ ଛୋଟ ଛୋଟ ପିଲାମାନଙ୍କ ଭାବଭଙ୍ଗୀ ଏତେ ସୁନ୍ଦର ହୋଇପାରେ’ । ତେବେ ନୃତ୍ୟରେ ଅଂଶ ଗ୍ରହଣ କରିଥିବା ଛୋଟ ଛୋଟ ପିଲାମାନେ ଦିନ ମଜୁରିଆ କିମ୍ବା କୃଷକ ପରିବାରରୁ ଆସିଥିଲେ ।

ଶିଳ୍ପୀ ତାପସ କୁମାର ନାୟକ ୪ ବର୍ଷ ବୟସରୁ ଗୁରୁ ସ୍ୱାଇଁଙ୍କ ନିକଟରେ ନୃତ୍ୟ ଶିଖୁଥିବା ପ୍ରକାଶ କରିଥିଲେ । ନୃତ୍ୟଦଳର ଭାଓଲିନ୍ ବାକ ବାନାମ୍ବର ସ୍ୱାଇଁ କହିଥିଲେ, ସେ ହିଁ ତାପସର ବାପା ଓ ମା’ । ତାପସ ମଧ୍ୟ ଭବିଷ୍ୟତରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପ୍ରତିଷ୍ଠିତ ହେବା ସକାଶେ ନିଜ ଇଚ୍ଛା ଜାହିର କରିଥିଲେ ।

ନୃତ୍ୟ ପ୍ରଦର୍ଶନ ସମୟରେ ଶିଳ୍ପୀମାନଙ୍କ ଗୁରୁ ମଧ୍ୟ ‘ନମସ୍କାର’ ଭଙ୍ଗୀରେ ଦର୍ଶକଙ୍କୁ ସମ୍ଭାଷଣ ଜଣାଇ ନୃତ୍ୟରେ ଶିଷ୍ୟମାନଙ୍କ ସହ ସାମିଲ ହୋଇଥିଲେ । ନୃତ୍ୟୋତ୍ସବ ପରେ ଏହି ଛୋଟ ଛୋଟ ପିଲାମାନେ ଶିଶୁ ସୁଲଭ ଢ଼ଙ୍ଗରେ ଖାଇବା ପାଇଁ ଟେବୁଲ ଚେୟାର ଚତୁଃପାଶ୍ୱର୍ରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା ।

ନୃତ୍ୟ ଦଳରେ ଥିବା ଭୁବନେଶ୍ୱରର ୧୧ ବର୍ଷର ବାଳକ ସୌମେନ୍ଦ୍ର କୋଣାର୍କ ନାଟ୍ୟ ମଣ୍ଡପରେ ଗୁରୁ ଚିନ୍ତାମଣି ରାଉତଙ୍କ ନିକଟରେ ନୃତ୍ୟ ଶିକ୍ଷା କରୁଛନ୍ତି । ବାଙ୍ଗାଲୋର ଗସ୍ତ ଅବସରରେ ତାଙ୍କୁ ସହର ବାହାରେ ଥିବା ‘ନୃତ୍ୟଗ୍ରାମ’ ଅତି ଭଲ ଲାଗିଥିଲା ବୋଲି ପ୍ରକାଶ କରିଥିଲେ ।

ଏହାସହ ବିମାନରେ ବାଙ୍ଗାଲୋର ପର୍ଯ୍ୟନ୍ତ ଉଡ଼ି ଉଡ଼ି ଆସିବା ଅନୁଭୂତିକୁ ମଧ୍ୟ ସେ ଭୁଲିବେ ନାହିଁ ବୋଲି ଆନନ୍ଦର ସହ କହିଥିଲେ । ଏହା ପୂର୍ବରୁ ସେ ବିମାନ ଦେଖିଥିଲେ ମଧ୍ୟ କେବେ ବସି ନଥିଲେ ବୋଲି କହିଥିଲେ ।

ବାଙ୍ଗାଲୋର ଗସ୍ତ ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଏହି ନୃତ୍ୟଶିଳ୍ପୀମାନେ ସେପ୍ଟେମ୍ବର ୧୦ରୁ ୧୮ ତାରିଖ ମଧ୍ୟରେ ୧୨ଟି ସ୍କୁଲ ଓ କଲେଜରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହା ପରେ ମାନପାଲ୍ଲେର ରିସି ଭେଲି ସ୍କୁଲ ଏବଂ ଚ୍ୟୁରାଲ ଏଜୁକେସନ ସେଣ୍ଟରରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ତେବେ ଏହା ସତ୍ୟ, ପରବର୍ତ୍ତୀ ଦିନରେ ‘ଗୋଟିପୁଅ’ ନୃତ୍ୟ ଉତ୍ସବରେ ଭିଡ଼ ଜମାଇବା ଲାଗି ଆଉ ର୍ଶକଙ୍କ ସକାଶେ ‘ଲକି ଡ଼୍ର’ ପ୍ରତିଯୋଗିତାର ଆୟୋଜନ କରିବାକୁ ପଡ଼ିବ ନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ‘ଗୋଟିପୁଅ’ ନୃତ୍ୟ, ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version