ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବୁଧବାର ବିଶ୍ୱ ଏଡ୍ସ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ପ୍ରସ୍ତୁତ ଏକ ବାଲୁକା ଆନିମେଶନ ପ୍ରଦର୍ଶିତ ହୋଇଛି ।
ଓଡ଼ିଶା ସରକାର ଓ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସେଲ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଜଣେ ଯୁବ ଶ୍ରମିକଙ୍କ ଉପରେ ଏହା ଆଧାରିତ । ଏହି ଦଶ ମିନିଟ ବିଶିଷ୍ଟ ଆନିମେଶନରେ ପାଞ୍ଚ ଟନ୍ ବାଲି ବ୍ୟବହୃତ ହୋଇଥିବା ସୁଦର୍ଶନ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଏଡ୍ସ ଦିବସ କୁ ଉଦଘାଟନ କରି ସୁଦର୍ଶନଙ୍କ ପ୍ରଶଂସା କରିବା ସହ ତାଙ୍କୁ ସରକାର ସମ୍ମାନୀତ କରିଥିଲେ । ଏଡ଼୍ସ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗତକାଲି ମଧ୍ୟ ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ କଳାକୃତି କରିଥିଲେ ।
Leave a Reply