ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଗୁରୁବାର ଜିଲ୍ଲା ପୋଲିସ ମୁଖ୍ୟ(ଏସ୍ପି) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ।
ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଯାଜପୁର ଅତିରିକ୍ତ ଏସ୍ପି ଡ଼ି.ଏନ୍ ଗୋଚ୍ଛାୟତଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଭୁବନେଶ୍ୱରର ଅତିରିକ୍ତ ଡ଼ିସିପି ଶେଷଦେବ ମଲ୍ଲିକଙ୍କୁ ନୟାଗଡ଼ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।
ବାଲିଗୁଡ଼ା ଏସ୍ଡ଼ିପିଓ ସାର୍ଥକ ଷଡ଼ଙ୍ଗୀଙ୍କୁ ଗଜପତି ଏସ୍ପି, ସୟଗୁର ଏସ୍ଡ଼ିପିଓ ସତ୍ୟେନ୍ଦ୍ର କୁମାରଙ୍କୁ ବଗରିସିଲା ଏସ୍ପି, ନବରଙ୍ଗପୁର ଏସ୍ପି ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କୁ ଭୁବନେଶ୍ୱର ଡ଼ିସିପି ହେଡ଼କ୍ୱାର୍ଟର, ଦେବଗଡ଼ ଏସ୍ପି ଅମ୍ରିତା ଦାସଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।
ଏହାବ୍ୟତୀତ କଟକ ସ୍ଥିତ ରେଳବାଇର କାର୍ଯ୍ୟକାରୀ ଏସ୍ପି ଭାବେ କାର୍ଯ୍ୟ କରୁଥିବା ଭାଗ୍ୟଧର ବେହେରାଙ୍କୁ ରେଳବାଇ ଏସ୍ପି, ବଡ଼ବିଲ ଏସ୍ଡ଼ିପିଓ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ନୂଆପଡ଼ା ଏସ୍ପି, ଗୁଣୁପୁର ଏସ୍ଡ଼ିପିଓ ଜିତି ଶେଖରଙ୍କୁ ନବରଙ୍ଗପୁର ଏସ୍ପି ଏବଂ ମାଲକାନଗିରି ଏସ୍ଡ଼ିପିଓ ଅଭିନାଶ କୁମାରଙ୍କୁ ଦେବଗଡ଼ ଏସ୍ପି ଭାବେ ବଦଳି କରାଯାଇଛି ।
ସେହିପରି ଗଜପତି ଏସ୍ପି ସଂଜୀବ ଆରୋରାଙ୍କୁ ଏସ୍ଓପି କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଥିବା ବେଳେ ମାଲକାନଗିରିରେ ତାଲିମ ନେଉଥିବା ଉମାଶଙ୍କର ଦାସଙ୍କୁ ସେହି ଜିଲ୍ଲାର ଏସ୍ଡ଼ିପିଓ, କଳାହାଣ୍ଡି ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।
କେନ୍ଦୁଝରରେ ତାଲିମ ନେଉଥିବା ଅତିରିକ୍ତ ଏସ୍ପି ପ୍ରକାଶ ଆର୍ଙ୍କୁ ମୁନିଗୁଡ଼ା ଏସ୍ଡ଼ିପିଓ, କୋରାପୁଟରେ ତାଲିମ ନେଉଥିବା ସତ୍ୟଜିତ ନାୟକଙ୍କୁ ବାଲିଗୁଡ଼ା ଏସ୍ଡ଼ିପିଓ ଓ ଏସ୍ଆଇଡ଼ବ୍ଲୁର ଅତିରିକ୍ତ ଏସ୍ପି ପି.ଏନ୍.ବେତାଙ୍କୁ ଏସ୍ଆଇଡ଼ ବ୍ଲୁର ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply