ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ
ଭ୍ରକ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ୱୀପ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣବିକ କ୍ଷମତା ସଂପନ୍ନ ଅଗ୍ନି-୨ ପ୍ଲସ କ୍ଷେପଣାସ୍ତ୍ରର ପରୀକ୍ଷଣ ବିଫଳ ହୋଇଛି ।
ପରୀକ୍ଷଣ ପରେ କ୍ଷେପଣାସ୍ତ୍ରଟି ଉପରକୁ ଯାଇ କିଛି ସମୟପରେ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।
ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଶୁକ୍ରବାର ଦିନ ୧୦ଟା ବେଳେ
କରାଯାଇଥିବା ବେଳେ ୨୫୦୦ରୁ ୩୦୦୦ କିମି ପର୍ଯ୍ୟନ୍ତ ଲକ୍ଷଭେଦ କରିବାର ଏହାର କ୍ଷମତା ରହିଛି ।
ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply