ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ କମ୍ପାନୀ ବିରୁଦ୍ଧରେ ଗତ ତିନି ବର୍ଷ ଧରି ପୁରୀ ଜିଲ୍ଲା ସମଗରା ସ୍ଥିତ ମାଁ ଜାଗୁଳେଇ ପୀଠରେ ଜଳୁଥିବା ଅଖଣ୍ଡ ଦୀପ ମଙ୍ଗଳବାର ଉଦ୍ୟାପିତ ହୋଇଛି ।
ହାଇକୋର୍ଟଙ୍କ ଐତିହାସିକ ରାୟ ପରେ “ବେଦାନ୍ତ ବିଶ୍ୱ ବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି” ସଭାପତି ବେଣୁଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ୟାପନୀ ସଂଧ୍ୟାରେ ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସ ଯୋଗଦେଇଥିଲେ ।
ବେଦାନ୍ତ ରୂପକ ରାକ୍ଷାସକୁ ଓଡ଼ିଶା ମାଟିରୁ ହଟାଇବା ପାଇଁ ସମଗ୍ର ଓଡ଼ିଶାକୁ ଏହି ଯାତ୍ରା ଆରମ୍ଭ ହେବ । ସରକାର ଯେଭଳି ଭାବେ ଏକ ବିଶ୍ୱ ବିଖ୍ୟାତ ଠକ କମ୍ପାନୀକୁ ଅଜାତିତ ଅନୁକମ୍ପା ଦେଖାଇଲେ ତାହା ନିନ୍ଦନୀୟ ବୋଲି ଦାସ କହିଛନ୍ତି ।
ଏହି ସମାବେଶରେ ୨୨ ମୌଜା ସମେତ ସମଗରା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଶୋଭାଯାତ୍ରାରେ ଗୋପାଳପୁର ଛକ ଠାରୁ ମାଁ ଜାଗୁଳେଇ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply