• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଳିଙ୍ଗନଗର ଗୁଳିକାଣ୍ଡ: ପାଞ୍ଚ ବର୍ଷରେ ତିନି ତଦନ୍ତ କମିଶନ

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲା କଳିଙ୍ଗନଗରେ ଘଟିଥିବା ଗୁଳିକାଣ୍ଡର ତଦନ୍ତ ପାଇଁ ସରକାର ପାଞ୍ଚ ବର୍ଷରେ ତିନୋଟି କମିଶନ ନିଯୁକ୍ତ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ରିପୋର୍ଟ ପ୍ରକାଶ ପାଇନାହିଁ ।

ଏହି ଘଟଣାର ତଦନ୍ତ କରିବାକୁ ସେହି ବର୍ଷ ସରକାର ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଏ.ଏସ୍.ନାଇଡୁଙ୍କୁ ନିଯୁକ୍ତ କରିଥିଲେ ।

ଉକ୍ତ କମିଶନ ସୁକିନ୍ଦା ବିଧାୟକ ତଥା ବର୍ତ୍ତମାନର ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, କଂଗ୍ରେସ ନେତା ଶରତ ରାଉତ, ପିପିଆଇଏମ୍ଏଲ୍ ନେତା କ୍ଷିତିଶ ବିଶ୍ୱାଳଙ୍କ ସମେତ ୪୫ ଜଣଙ୍କ ସାକ୍ଷାତ କରିଥିଲେ ।

ତେବେ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ମାନଙ୍କୁ ନେଇ ଗଠନ କରାଯାଇଥିବା ତଦନ୍ତ କମିଶନକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ମଇ ୨୦୦୭ରେ ନାଇଡୁ କମିଶନଙ୍କ କାର୍ଯ୍ୟ ବନ୍ଦ ହୋଇଥିଲା ।

ସରକାର ପୁଣି ୨୦୦୮ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍.କେ.ପାତ୍ରଙ୍କୁ ତନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ ।

ଏହି କମିଶନ ଅଗଷ୍ଟ ୨୦୦୮ରେ ଗୁଳିକାଣ୍ଡ ସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ଓ ତତ୍କାଳୀନ ଜିଲ୍ଲା ପୋଲିସ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ପାତ୍ରଙ୍କୁ ସରକାର ଲୋକପାଳ ଭାବେ ନିଯୁକ୍ତ କରିଥିଲେ । ପରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପି.କେ.ମହାନ୍ତିଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଥିଲା ।

ଘଟଣାର ତଦନ୍ତ କରିବା ପାଇଁ ଗତ ବର୍ଷ ମଇ ମାସରେ ମହାନ୍ତି କମିଶନ ଗୁଳିକାଣ୍ଡ ସ୍ଥଳ ପରିର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ତଦନ୍ତ କାର୍ଯ୍ୟରେ ବିଳମ୍ବ କରିବା ପାଇଁ ସରକାରଙ୍କ ଏହି କମିଶନ ଗଠନ କରିଛନ୍ତି । ୨୦୦୪ରେ ସରକାର ସଂପୃକ୍ତ ଅଞ୍ଚଳରେ ପ୍ରକୃତ ଜମି ମାଲିକ ମାନଙ୍କୁ ଜମି ଏକର ପିଛା ୭୬ ହଜାର ଟଙ୍କା ଦେଇଥିବା ବେଳେ ସେହି ଜମି ଏକର ପିଛା ୩.୩୫ ଲକ୍ଷ ଟଙ୍କାରେ ଟାଟାକୁ ବିକ୍ରି କରିଛନ୍ତି ବୋଲି ସ୍ଥାନୀୟ କଂଗ୍ରେସ ନେତା ଶରତ ରାଉତ ଅଭିଯୋଗ କରିଛନ୍ତି ।

ଟାଟା ପ୍ରକଳ୍ପକୁ ବିରୋଧ କରି ଆଦିବାସୀମାନେ ୨୦୦୬ ଜାନୁୟାରୀ ୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା ଓ ପୋଲିସ୍ ଗୁଳିରେ ୧୪ ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜମି ମାଲିକ, ଟାଟା, ପ୍ରଦର୍ଶନ, ମୁଖ୍ୟ ଖବର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version