ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଏକ ଦୈନିକ ସମ୍ବାଦପତ୍ରର ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ମିଡ଼ିଆ ୟୁନିଟି ଫର୍ ଫ୍ରିଡ଼ମ ଅଫ୍ ପ୍ରେସ(ଏମ୍ୟୁଏଫ୍ପି) ପକ୍ଷରୁ ଭୁବନେଶ୍ୱରର ସାମ୍ବାଦିକମାନେ ଜୟଦେବ ଭବନ ସମୁଖସ୍ଥ ଫ୍ରିଡ଼ମ ଟି୍ର ତଳେ ଗୁରୁବାର ଏକତ୍ରିତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ କଣ୍ଠରୋଧ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି ।
ଗତ ବୁଧବାର କମିଶନରେଟ ପୋଲିସର ଏକ ସାମ୍ବାଦିକ ସମ୍ମିଳନୀକୁ ଯାଇଥିବା “ଧରିତ୍ରୀ”ର ଜନୈକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା ।
ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସଂପର୍କରେ ସ୍ମାରକ ପତ୍ର ପ୍ରଦାନ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ କରାଯାଇଛି ।
ଏଥିରେ ବିଭିନ୍ନ ଖବରକାଗଜ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧି ଏବଂ ଫଟୋଗ୍ରାଫରମାନେ ଯୋଗ ଦେଇଥିଲେ ।
ଓଡିଶା ଡଟ୍ କମ୍
Leave a Reply