ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନିଷା ମହାନ୍ତିଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରାଦନ କରାଯାଇଛି ।
ଗ୍ରାମ୍ୟ ଉନ୍ନୟନ ଓ ଆଇନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ଆୟୋଜିତ ଏକ ଉତ୍ସବରେ ତାଙ୍କୁ ପୁରସ୍କାର ବାବଦ ଏକ ଲକ୍ଷ ପଚାଶ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି ।
ଅନ୍ୟତମ ଚେସ୍ ତାରକା ଦେବାଶିଷ ଦାସଙ୍କୁ ରନର୍ ଅଫ ଓ ମହିଳା ରୋଇଂ ତାରକା ପ୍ରତିମା ପୁହାଣଙ୍କୁ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
କିରଣ ୨୦୦୮ରେ ନାଗପୁରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୦ ମାର୍ଚ୍ଚରେ ବାଂଲାଦେଶରେ ଆୟୋଜିତ ଅର୍ନ୍ତଜାତୀୟ ଚେସ୍ ଚାମ୍ପିୟନସିପ୍ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ସେହିପରି ଦେବାଶିଷ ଗତବର୍ଷ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲ କରିଥିବା ବେଳେ ପ୍ରତିମା ଚାଇନାର ଗୁଆଙ୍ଗଝୁରେ ଅନୁଷ୍ଠିତ ଷୋଢଶ ଏସିଆନ ଗେମ୍ସରେ ବ୍ରୋଞ୍ଚ ପଦକ ଜିତିଥିଲେ ।
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇମ୍ପାକ୍ଟ ପକ୍ଷରୁ ୧୯୯୩ରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି । ଗତବର୍ଷ ଭାରୋତ୍ତୋଳକ କେ.ରବି କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଓଡିଶା ଡଟ୍ କମ୍
Leave a Reply