• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚାକିରି ପାଇଁ ବିସ୍ଥାପିତ ଗ୍ରାମବାସୀଙ୍କ ସଂଗ୍ରାମ

February 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳରେ ଭାରତୀୟ ତୈଳ ନିଗମର ବିଶୋଧନଗାର ପାଇଁ ପ୍ରାୟ ଦଶ ହଜାର ଲୋକ ବିସ୍ଥାପିତ ହେବାକୁ ଥିବା ବେଳେ ପୂର୍ବରୁ ବିସ୍ଥାପିତ ହୋଇଥିବା ଲୋକମାନେ ବର୍ତ୍ତମାନ ଚାକିରି ପାଇଁ ସଂଗ୍ରାମ କରୁଛନ୍ତି ।

୬୦ ବର୍ଷ ବୟସ୍କ ଗୁରୁଚରଣ ସେଠୀ ୧୯୬୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଥର ବିସ୍ଥାପିତ ହୋଇସାରିଛନ୍ତି ।

ସେ ପ୍ରଥମେ ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ପାଇଁ ନିଜ ଗାଁ ଘନଘାଲିଆରୁ ସରକାରଙ୍କ ଦ୍ୱାରା ବିସ୍ଥାପିତ ହୋଇଥିବା ବେଳେ ପୁଣି ୧୯୮୦ରେ ସାର କାରଖାନା ନିଜ ଜମି ଅଧିଗ୍ରହଣ କରିବା ପରେ ଝିମିନି ଗ୍ରାମରୁ ସେ ବିସ୍ଥାପିତ ହୋଇଥିଲେ ।

ଛଅ ବର୍ଷ ତଳେ ଗୋବିନ୍ଦପୁରରେ ଥିବା ତାଙ୍କର ଚାରି ଏକର ଜମି ଭାରତୀୟ ତୈଳ ନିଗମ ଚାରି ଲକ୍ଷ ଟଙ୍କା ଦେଇ ଅଧିଗ୍ରହଣ କରିବା ପରେ ତୃତୀୟ ଥର ପାଇଁ ସେ ବିସ୍ଥାପିତ ହୋଇଥିଲେ । ତିନି ତିନି ଥର ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗୁରୁଚରଣ ଭବିଷ୍ୟତରେ କଣ କରିବେ ଚିନ୍ତା କରିପାରୁ ନାହାନ୍ତି ।

“” କଣ କରିବାକୁ ହେବ ଏବଂ ଆମେ କୁଆଡ଼େ ଯିବୁ କିଛି ଜାଣି ପାରୁନାହୁଁ ” ଗୁରୁଚରଣ କହିଛନ୍ତି । ତାଙ୍କର ଚାରି ଏକର ଜମି ବର୍ତ୍ତମାନ ତୈଳ ବିଶୋଧନାଗାର ଏକ ଅଂଶ ହୋଇଯାଇଛି ।

ଗୁରୁଚରଣ ଭଳି ସମୁଦ୍ର ଅଞ୍ଚଳର ଚାଷୀମାନେ ବିଭିନ୍ନ ସମୟରେ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ବିସ୍ଥାପିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ୨୨ଟି ଗ୍ରାମ ସହ ହଜାର ହଜାର ଲୋକ ପ୍ରଭାବିତ ହେବେ ।

ବିସ୍ଥାପିତ ଲୋକଙ୍କୁ ଚାକିରୀ ଏବଂ କ୍ଷତିପୂରଣ ଦେବାରେ କମ୍ପାନୀ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ପାରାଦ୍ୱୀପ ସ୍ଥିତ ଆଇଓସିଏଲ୍ ମୁଖ୍ୟ ଫାଟକରେ ଆନ୍ଦୋଳନ ଜାରି ରହିଛି ବୋଲି ପାରାଦ୍ୱୀପଗଡ଼ର ବିସ୍ଥାପିତ ବ୍ୟକ୍ତି ସରୋଜ ଜେନା କହିଛନ୍ତି ।

ଉକ୍ତ ଅଞ୍ଚଳରେ ଜମି ଅଧିଗ୍ରଣହ ସମୟରେ କ୍ଷତିପୂରଣ ଓ ଥଇଥାନ ସଂପର୍କରେ ଆଲୋଚନା ନକରି ସ୍ଥାନୀୟ ଲୋକଙ୍କୁନ ସରକାର ବିସ୍ଥାପିତ କରିବା ପାଇଁ ପକ୍ଷେପ ନେଉଥିବା ଅଭିଯୋଗ ହୋଇଛି ।

“” ପ୍ରକଳ୍ପ ଦ୍ୱାରା ଯେଉଁମାନେ ବିସ୍ଥାପିତ ହୋଇଛନ୍ତି ସେମାନଙ୍କ ପରିବାରର ଜଣକୁ ଚାକିରି ଦିଆଯାଉ । ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟକ୍ଷତା ଅନୁଯାୟୀ ସଂପୃକ୍ତ ପରିବାରର ଯୁବକ ମାନଙ୍କୁ ଚାକିରି ଦେବାକୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ” ପାରାଦ୍ୱୀପସ୍ଥିତ ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସଂସ୍ଥା ସଭାପତି ପଦ୍ମଲୋଚନ ଦାସ କହିଛନ୍ତି ।

“”ବିସ୍ଥାପନ ଦ୍ୱାରା ଲୋକମାନେ କେବଳ ସେମାନଙ୍କ ଜମି ହରାଉ ନାହାନ୍ତି ବରଂ ଜୀବନ ଜୀବିକା ଏବଂ ପ୍ରାକୃତିକ ସଂପଦ ମଧ୍ୟ ହରାଉଛନ୍ତି”ଏହି ସମବାୟ ସଂସ୍ଥାର ସଂପାଦକ ଦିଲୀପ ବେହେରା କହିଛନ୍ତି ।

“”ଆମ ପ୍ରତି ଅନ୍ୟାୟ ହୋଇଛି । ସେମାନେ ପ୍ରଥମେ ଆମର ଜମି ଅଧିଗ୍ରହଣ କଲେ ଏବଂ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ପରେ ଆଇଓସିଏଲ୍ରେ ଚାକିରି ଦେବାକୁ ମନା କରିଦେଲେ” ପାରାଦ୍ୱୀପଗଡ଼ ଗ୍ରାମର ସ୍ନାତକ ଛାତ୍ର ଶୁଭ ନାରାୟଣ ବେହେରା କହିଛନ୍ତି । ୨୦୦୧ରେ କମ୍ପାନୀ ତାଙ୍କର ଘର ଏବଂ ତିନି ଏକର ଜମି ଅଧିଗ୍ରହଣ କରିଛି ।

“”ମୁଁ ଏବଂ ବାପା ଉକ୍ତ ଜମିରେ ପରିବା ଚାଷ କରି ଜୀବିକା ନିର୍ବାହ କରୁଥିଲୁ କିନ୍ତୁ ଜମି ପଳାଇବା ପରେ ବର୍ତ୍ତମାନ ଚାକିରି ପାଇଁ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ୁଛି” । “”କାମ ପାଇବା ପାଇଁ ମୁଁ ଏବଂ ଅନ୍ୟ ଯୁବକମାନେ ଠିକା ଶ୍ରମିକ ଭାବେ ନାମ ପଞ୍ଜିକୃତ କରିଛୁ” ସେ କହିଛନ୍ତି ।

ସେହିପରି ପାରାଦ୍ୱୀପଗଡ଼ ଗ୍ରାମର ୨୫ ବର୍ଷ ବୟସ୍କ ପ୍ରିତମ ସାମଲ ଏକ ଟ୍ରାକ୍ଟରରେ ହେଲ୍ପର ଭାବେ କାର୍ଯ୍ୟ କରୁଛନ୍ତି । “”୨୦୦୨ରେ ଆଇଓସିଏଲ୍ କର୍ତ୍ତୃପକ୍ଷ ଚାରି ଲକ୍ଷ ପଚାଶ ହଜାର ଟଙ୍କା ଦେଇ ଆମର ଚାରି ଏକର ଜମି ଅଧିଗ୍ରହଣ କରିବା ସହ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଚାକିରି ପାଇନାହିଁ” ପ୍ରିତମ କହିଛନ୍ତି । ସମସ୍ତଙ୍କୁ ଚାକିରି ଦେବା ଆମ ପକ୍ଷେ ସମ୍ଭବ ନୁହେଁ । ତେବେ ଆମେ ବିଭିନ୍ନ ଲୋକଙ୍କୁ ଚାକିରି ମଧ୍ୟ ଦେଇଛୁ ଏବଂ କମ୍ପାନୀ ଶୀଘ୍ର ଯୁବକ ମାନଙ୍କୁ ନିଯୁକ୍ତି ଦେବ ବୋଲି ଭାରତୀୟ ତୈଳ ନିଗମର ଜଣେ ଅଧିକାରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ତୈଳ ନିଗମ, ପାରାଦ୍ୱୀପ, ମୁଖ୍ୟ ଖବର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version