ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା
ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ମାଲକାନଗିରି ଜିଲ୍ଲାପାଳଙ୍କ ମୁକ୍ତି ନିମନ୍ତେ ମାଓବାୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଗୁରୁବାର ସଂଧ୍ୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏ ସଂପର୍କରେ ସରକାର ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ରାଜ୍ୟ ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ସାମ୍ବାଦିକ ମାନଙ୍କୁ କହିଛନ୍ତି ।
ରାଜ୍ୟରେ ସମସ୍ତ କୁମ୍ବିଂ ଅପରେଶନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଜିଲ୍ଲା ସ୍ତରରେ କିମ୍ବା ରାଜ୍ୟ ସ୍ତରରେ ଏ ସଂପର୍କରେ ଆଲୋଚନା ହୋଇ ପାରିବ, ସେ କହିଛନ୍ତି ।
“”ଅପହରଣକାରୀମାନେ ସେମାନଙ୍କ ପ୍ରତିନିଧିଙ୍କ ଜରିଆରେ ଆମ ସହ ଆଲୋଚନା କରିପାରିବେ । ଏଥିପାଇଁ ସରକାର ସମସ୍ତ ପ୍ରକାର ଦ୍ଵାରା ଖୋଲା ରଖିଛନ୍ତି” ସେ କହିଛନ୍ତି ।
ମାଓବାଦୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ମଧ୍ୟସ୍ଥତା କରିବାକୁ ସମାଜସେବୀ ସ୍ୱାମୀ ଅଗ୍ନିବେଶ କେତେକ ଟିଭି ଚ୍ୟନେଲରେ ପ୍ରସ୍ତାବ ଦେଇଥିବା ବେଳେ ଏନେଇ ସରକାର ତାଙ୍କ ସହ ଯୋଗାଯୋଗ କରି ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି ।
ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଆର୍.ଭିନିଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।
ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ଓ ଗିରଫ ହୋଇ ଜେଲରେ ଥିବା ସମସ୍ତ ମାଓବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଛନ୍ତି ।
ଓଡିଶା ଡଟ୍ କମ୍
Leave a Reply