ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାୀଙ୍କ ଦ୍ୱାରା କରାଯାଇଥିବା ଦାବି ପୂରଣ କରାଗଲେ ଏହା ଦେଶପାଇଁ କ୍ଷତିକାରକ ହେବ ବୋଲି ବିଶ୍ୱହିନ୍ଦୁ ପରିଷଦ ରାଷ୍ଟ୍ରୀୟ ସାଧାରଣ ସଂପାଦକ ପ୍ରବୀଣ ଭାଇ ତୋଗାଡ଼ିଆ କହିଛନ୍ତି ।
ଏଥିପାଇଁ ସରକାରଙ୍କ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ସେଥିରେ ଅସୁବିଧା ନଥିଲେ ମଧ୍ୟ ସେମାନଙ୍କର ସର୍ତ୍ତକୁ ମାନିନେବା ରାଜ୍ୟ ତଥା ଦେଶ ପାଇଁ କ୍ଷତିକାରକ, ସେ ସୋମବାର ଭୁବନେଶ୍ୱରରେ ଏକ ସାମ୍ବିଦିକ ସମ୍ମିଳନୀରେ କହିଛନ୍ତି ।
ସେ ସତର୍କ କରି କହିଛନ୍ତି ଯେ ଏପରି ହେଲେ ଶେଷରେ ଭାରତର ଅବସ୍ଥା ନେପାଳ ପରି ହୋଇଯିବ ଓ ସନ୍ତ୍ରାସବାଦୀମାନେ ବନ୍ଧୁକ ମୁନରେ ସମସ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ରକ୍ଷା କରିପାରିବେ ।
ଓଡ଼ିଶା ସରକାର ପ୍ରଥମରୁ ମାଓବାଦୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରି ଆସୁଛନ୍ତି । ଏହି ମନୋଭାବ ଯୋଗୁଁ ମାଓବାଦୀଙ୍କ କାର୍ଯ୍ୟକଳାପ କମିବା ପରିବର୍ତ୍ତେ ବୃଦ୍ଧି ପାଇଛି ।
ଏବେ ସମସ୍ତଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠୁଛି ଯେ ଯେଉଁ ରାଜ୍ୟରେ ଜଣେ ଜିଲ୍ଲାପାଳ ସୁରକ୍ଷିତ ନୁହନ୍ତି ସେ ରାଜ୍ୟରେ ରାଜ୍ୟବାସୀ ସୁରକ୍ଷିତ ରହିବେ କିପରି? ସେ କହିଛନ୍ତି ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଯଦି ସରକାର ମାଓବାଦୀଙ୍କୁ ଦୃଢ ହସ୍ତରେ ମନ କରିଥାନ୍ତେ ତେବେ ଆଜି ସେମାନେ ଜଣେ ଜିଲ୍ଲାପାଳଙ୍କୁ ଅପହରଣ କରିବା ଭଳି ଦୁଃସାହସ କରିନଥାନ୍ତେ, କିନ୍ତୁ ସରକାର ତାହା କଲେ ନାହିଁ ଓ ଆଜି ପର୍ଯ୍ୟନ୍ତ ସ୍ୱାମୀଜୀଙ୍କ ହତ୍ୟାକାରୀ ଗିରଫ ହୋଇ ନାହିଁ ବୋଲି ସେ କହିଛନ୍ତି
ଦେଶର ସୀମାରେ ଥିବା ସନ୍ତ୍ରାସବାଦୀ ଓ ଅନ୍ୟ ସୀମାରେ ଥିବା ମାଓବାଦୀଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ ଓ ଉଭୟେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରି ବନ୍ଧୁକ ମୁନରେ ସରକାରକୁ ଆସିବାକୁ ଚାହାନ୍ତି, ସେ କହିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply