ଓଡିଶା ଡଟ୍ କମ୍ ସମ୍ବ।ଦଦାତା
ବାଲେଶ୍ୱର, ମାର୍ଚ୍ଚ ୧୧ (ଓଡିଶା ଡଟ୍ କମ୍) ଶୁକ୍ରବାର ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଓ ଧନୁଷର ସଫଳ ପରୀକ୍ଷଣ କରାଯାଇଛି ।
ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ୩୫୦ କିଲୋମିଟର ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ ୧୦ଟା ୫୦ରେ ଚାନ୍ଦିପୁର ସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡ଼ରୁ କରାଯାଇଥିବା ବେଳେ ଧନୁଷର ପରୀକ୍ଷଣ ୧୦ଟା ୩ରେ ପୁରୀ ସମୁଦ୍ରକୂଳରୁ ଏକ ଜାହାଜରୁ କରାଯାଇଛି ।
ପୃଥ୍ୱୀ-୨ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହାର ପାଞ୍ଚ ଶହ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ।
ସେହିପରି ଧନୁଷର ମଧ୍ୟ ୩୫୦ କିଲୋମିଟର ଲକ୍ଷ୍ୟଭେଦୀ କ୍ଷମତା ଓ ୫୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ।
ଓଡିଶା ଡଟ୍ କମ୍
Leave a Reply