ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା
ଭୁବନେଶ୍ୱର, ଅପ୍ରେଲ ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିୟନ୍ତ୍ରିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏ)ରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ବିଭାଗୀୟ ମନ୍ତ୍ରୀ ଶନିବାର ଅସ୍ୱୀକାର କରିଛନ୍ତି ।
ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଯୋଜନାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅଭିଜ୍ଞତା ଅଭାବରୁ ଏହି ଯୋଜନା ଆରମ୍ଭ ସମୟରେ କେତେକ ତୃଟି ହୋଇଥିଲା ସେଗୁଡ଼ିକୁ ସୁଧାରି ଦିଆଯାଇଛି ଓ ତାହା ବର୍ତ୍ତମାନ ଠିକ୍ ଚାଲିଛି ବୋଲି ସେ କହିଛନ୍ତି ।
ହିତାଧିକାରୀ ମାନଙ୍କୁ ବ୍ୟାଙ୍କ୍ ଓ ଡ଼ାକଘର ମାଧ୍ୟମରେ ମଜୁରୀ ପ୍ରଦାନ କରାଯାଉଛି । ୨୦୧୦-୧୧ରେ ଯୋଜନାରେ ମିଳିଥିବା ଅର୍ଥର ୮୬ ପ୍ରତିଶତ ଖର୍ଚ୍ଚ ହୋଇଛି ।
ଚଳିତବର୍ଷ ଏହି ଯୋଜନାରେ ୬୦ଲକ୍ଷ ୨୯୧ଟି ପରିବାରକୁ ଜବ୍କାର୍ଡ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଲକ୍ଷ ୭୯ ହଜାର ୮୩୦ ଜଣକୁ କାମ ଦିଆଯାଇଛି ଓ ପ୍ରତ୍ୟେକ ପରିବାରକୁ ୪୮ ଦିନର କାମ ଦିଆଯାଇଛି ବୋଲି ସେ କହିଛନ୍ତି ।
ଏ ସଂପର୍କରେ ସରକାରୀ ଓ ବେସରକାରୀ ଅଧିକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ କହିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply