ଉଦଘାଟନ ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସହ ସଂଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ସେଠାରେ ଓଡ଼ିଆ ମାନଙ୍କୁ ଏକାଠି ଦେଖିବା ପରେ ମହେଶ୍ୱତା ରାୟ ଏବଂ ପ୍ରଶାନ୍ତ ନନ୍ଦ ଭାବବିହ୍ୱଳ ବକ୍ତବ୍ୟ ପ୍ରଦାନ କରିଥିଲେ ।
କୁୱେତରେ ଦୂତାବାସ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମାଲହୋତ୍ରା ବକ୍ତବ୍ୟ ପ୍ରଦାନ କରିବା ସହ ସେଠାରେ ଓଡ଼ିଆ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଆସୋସିଏସନ୍ର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ପ୍ରକାଶିତ ଏକ ସ୍ମରଣିକାକୁ ସେ ଉନ୍ମୋଚନ କରିଥିଲେ । ଓଡ଼ିଆ କଳାକାରମାନେ ଛଉ ନୃତ୍ୟ, ଓଡ଼ିଆ ଗୀତ, ନାଟକ, ଗୀତୀନାଟ୍ୟ ଇତ୍ୟାଦି ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆସୋସିଏସନ୍ର ଉପ ସଭାପତି ଉମେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ସେଠାରେ ଉପସ୍ଥିତ ଅତିଥିମାନେ ଓଡ଼ିଆ ଖାଦ୍ୟ ଆନନ୍ଦ ଉଠାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍
Leave a Reply