ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠ ରୂପା ଇଟା ଚୋରୀ ଓ ବିକ୍ରୀ କରିବା ଅଭିଯୋଗ ଗିରଫ ହୋଇଥିବା ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସମେତ ଅନ୍ୟ ଆଠ ଜଣଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।
ହାଇକୋର୍ଟ ବିଚାରପତି ସି.ଆର୍ ଦାସ ମଠ ମହନ୍ତ, ତାଙ୍କର ଜଣେ ଶିଷ୍ୟ ଓ ପୁରୀର ଦୁଇ ଜଣ ଗହଣା ଦୋକାନୀଙ୍କୁ ୩୦ ହଜାର ଟଙ୍କା ଓ ଜଣେ ଲେଖାଏଁ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି ।
ସେହିପରି ଏହି ମାମଲାରେ ଢେଙ୍କାନାଳ ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ମିସ୍ତ୍ରୀ ଓ ଅନ୍ୟ ମାନଙ୍କୁ ଅଲଗା ଅଲଗା ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି ।
ପୁରୀ ଅତିରିକ୍ତ ଜିଲ୍ଲା ଜଜ୍ ଚଳିତ ମାସ ୨ ତାରିଖରେ ମହନ୍ତ ଓ ତାଙ୍କର ଶିଷ୍ୟଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ।
ଫେବୃଆରୀ୨୬ ତାରିଖରେ ଏମାର ମଠର ଏକ ବନ୍ଦ କୋଠରୀରୁ ତିନୋଟି କାଠବାକ୍ସରୁ ଗୋଟିକ ୩୦ ରୁ୪୦ କେଜି ଓଜନର ପ୍ରାୟ୫୨୨ଟି ଇଟା ଜବତ ହେବାପରେ ପୋଲିସ ମଠ ମହନ୍ତଙ୍କ ଚାଲିଚଳନ ଉପରେ ତୀକ୍ଷ୍ନଦୃଷ୍ଟି ରଖିଥିଲା ଓ ମହନ୍ତଙ୍କ ସହ ଅନ୍ୟ ଛଅ ଜଣଙ୍କୁ ଗିରଫ କରିଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply