ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁକ୍ରବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଆସନ୍ତା ରବିବାର ସଚିନ ୩୮ ବର୍ଷ ବୟସରେ ପଦାର୍ପଣ କରୁଥିବାରୁ ଜନ୍ମଦିନ ପାଇଁ ସୁଦର୍ଶନ ବାଲିରେ କେକ୍ ଓ ୩୮ଟି ବ୍ୟାଟ ତିଆରି କାର୍ଯ୍ୟରେ ଲାଗିଛନ୍ତି ।
ଭାରତ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଏହି ବର୍ଷ ସଚିନଙ୍କ ପାଇଁ ସ୍ୱତନ୍ତ୍ର, ତେଣୁ ମୁଁ ଏହି ମହାନ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକା କଳାକୃତି ତିଆରି କରୁଛି, ସୁଦର୍ଶନ କହିଛନ୍ତି ।
ସେ ଓ ତାଙ୍କର ଗୋଲ୍ଡ଼େନ ସ୍ୟାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁଟର ଛାତ୍ରମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ଓ ଏହା ଶନିବାର ସଂଧ୍ୟାରେ ପ୍ରଦର୍ଶିତ ହେବ । ୨୦ ଟନ୍ ବାଲିରେ ତିଆରି ଏହି କଳାକୃତିର ଫଟୋ ମୁଁ ସଚିନଙ୍କ ପାଖକୁ ପଠାଇବି, ସେ କହିଛନ୍ତି ।
ସୁଦର୍ଶନ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ବହୁ ପୁରସ୍କାର ହାସଲ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply