ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅକ୍ଟୋବର ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେଦୁଇଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଦ୍ୱାରାତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୁକ୍ରବାର କହିଛନ୍ତି ।
ବନ୍ୟାର କାରଣ ଜଣାପଡ଼ିଲେ ଏହା ଭବିଷ୍ୟତ ପାଇଁ ସତର୍କ ରହିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହାସହ ଇନ୍ଦିରା ଆବାସ ଅନୁଦାନ ପରିମାଣ ୩୫ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ହୀରାକୁର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧି ଦଳ ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇ ଏ ସଂପର୍କରେ ତଦନ୍ତ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିଲା ।
ରାଜ୍ୟପାଳ ଏହି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିଲେ ଏବଂ ସିଡବ୍ଳୁସିର ଜଣେ ସଭ୍ୟଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଏହା ଉପରେ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ।
ତେବେ ହୀରାକୁ ଜଳଭଣ୍ଡାରର ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ ଏବଂ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଳସଂପଦ ବିଭାଗ ପକ୍ଷରୁ ବୁଧବାର ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply