• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନର ଶୁଭାରମ୍ଭ

October 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୫(ଓଡ଼ିଶା ଡ଼ଟ୍ କମ୍) ଭିନ୍ନକ୍ଷମ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ମଙ୍ଗଳବାର ଭୀମଭୋଇ ସାମର୍ଥ୍ୟ ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଅଭିଯାନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଭିନ୍ନକ୍ଷମ ମାନଙ୍କ ପାଇଁ ପ୍ରତିବ୍ଲକରେ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ ବୋଲି ଖୋର୍ଦ୍ଧା ଠାରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଦୁଇଟି ପର୍ଯ୍ୟାୟରେ ଏଭଳି ଶିବିରର ଆୟୋଜନ କରାଯିବ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ ଓ ପ୍ରମାଣପତ୍ର ଦିଆଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କର ଥଇଥାନ ସହାୟତା ଉପକରଣ ବଣ୍ଟନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଏହିସବୁ ଶିବିରରେ ଭିନ୍ନକ୍ଷମ ମାନଙ୍କୁ ଗୋଟିଏ ଜାଗାରେ ପ୍ରମାଣପତ୍ର, ପେନ୍ସନ୍ ପ୍ରାନ, ପାସ୍ପୋର୍ଟ, ଆୟ ପ୍ରମାଣପତ୍ର ପ୍ରଭୃତି ସୁବିଧା ଉପଲବ୍ଧ ହେବ ।

ଭିନ୍ନକ୍ଷମମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବା ସହ ପ୍ରତି ଜିଲ୍ଲାରେ ଅକ୍ଷମ ପୂନର୍ବାସ କେନ୍ଦ୍ର ଖୋଲାଯାଇ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି, ସେ କହିଛନ୍ତି ।

ମହିଳା ଭିନ୍ନକ୍ଷମ ମାନଙ୍କ ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ହଷ୍ଟେଲ୍ ଖୋଲାଯିବା ଦିଗରେ ପଦକ୍ଷେପ ନିଆଯାଇଛି । ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ସ୍ୱତନ୍ତ୍ର ସ୍କଲାରସ୍ରି ବ୍ୟବସ୍ଥା ସହ ସ୍ୱତନ୍ତ୍ର ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ମାଗଣାରେ ପୋଷାକ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସ୍ୱାସ୍ଥ୍ୟ Tagged With: ଭିନ୍ନକ୍ଷମ, ଭୀମଭୋଇ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version