ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସମ୍ବଲପୁର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାର ଏକ ସ୍ଥାନରୁ ଜଣେ ମାଓବାଦୀ
ସମେତ ଚାରି ଜଣଙ୍କୁ ଗିରଫ କରିଥିବା ପୋଲିସ ମଙ୍ଗଳବାର କହିଛି ।
ମାଓବାଦୀ ଜଣକ ଝାଡ଼ଖଣ୍ଡ କ୍ୟାଡ଼ରର ହୋଇଥିବା ବେଳେ ଅନ୍ୟ ତିନି ଜଣ ତା’ର ସହଯୋଗୀ ଏବଂ
ସେମାନେ ଯୁଯୁମରା ଅଂଚଳର ବୋଲି ପୋଲିସ କହିଛି ।
ଏହି ମାଓବାଦୀର ନାଁ ରାମବୀର ସଂସାର ଓ ସେ ନିକଟରେ ଜିଲ୍ଲାରେ ହୋଇଥିବା ଏକ କମ୍ପାନୀର ଗାଡ଼ି
ପୋଡ଼ାଜଳା ଘଟଣାରେ ସଂପୃକ୍ତ ବୋଲି ଜଣେ ଅଧିକାରୀ କହିଛନ୍ତି ।
ସହଯୋଗୀମାନେ ହେଲେ ବସନ୍ତ ହେରେଂଜା, ଦୁର୍ଗା ଟପ୍ପୋ ଓ ମଙ୍ଗଲୁ ଓରାମ ।
ଓଡ଼ିଶା ଡ଼ଟ୍ କମ୍