ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ବରଗଡ଼-ଭଟଲି ରାସ୍ତାରେ ବଉଲସିଂହା ଗ୍ରାମ ନିକଟରେ ସଡ଼କ ପଥ ମରାମତି କାମ ଚାଲିଥିବା ଯୋଗୁଁ ମଙ୍ଗଳବାର ଦୀର୍ଘ ୨ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଲୋକେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
ତେବେ ମରାମତି ଦାୟିତ୍ୱ ନେଇଥିବା ଠିକାଦାର କୌଣସି ଡ଼ାଇଭର୍ସନ୍ ନେଇ ରାସ୍ତା ମରାମତି କରୁଥିବାରୁ ସଂପୃକ୍ତ ରାସ୍ତାରେ ଗମନାଗମନ ବେଳେ ଏଭଳି ଅସୁବିଧା ହେଉଥିବା ଲୋକମାନେ କହିଛନ୍ତି ।
ବିଶେଷ କରି ଏହି ରାସ୍ତା ମରାମତି ପାଇଁ ବ୍ୟବହାର ହେଉଥିବା ମେସିନ ଗୁଡ଼ିକ ଯୋଗୁଁ ଉକ୍ତ ରାସ୍ତା ମରାମତି ସ୍ଥଳରେ ରାସ୍ତାଟି ସଂପୂର୍ଣ୍ଣ ଅବରୋଧ ହୋଇଯାଉଛି । ଏପରିକି ଏକ ଜନନୀ ଏକ୍ସପ୍ରେସ୍ ମଧ୍ୟ ଏଥିରୁ ବାଦ ପଡ଼ିନଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply