• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାପି ସର୍ଖେଲ, ଅଭୟ ସାହୁଙ୍କ ଜାମିନ ନାମଞ୍ଜୁର

January 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ସଂଘର୍ଷ ମାମଲାରେ ଗିରଫ ଠିକାଦାର ବାପି ସର୍ଖେଲ ଏବଂ ହତ୍ୟା ମାମଲାରେ ଗିରଫ ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି ।

ଜିଲ୍ଲା ଅଜିରିକ୍ତ ଦୌରାଜଜ୍ ସଚିାନନ୍ଦ ସାହୁ ବାପିଙ୍କ ଜାମିନ ନାମଞ୍ଜୁର କରିଥିବା ବେଳେ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଭାଗୀୟ ମାଜିଷ୍ଟ୍ରେଟ୍ ଅଳ୍ପନା ସାହୁ ଅଭୟଙ୍କ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି ।

ଗତ ଡ଼ିସେମ୍ବର ୧୪ରେ ପୋସ୍କୋ ଅଞ୍ଚଳରେ ହୋଇଥିବା ସଂଘର୍ଷ ତଥା ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ ଦର୍ଶାଇ ବାପିଙ୍କ ନାଁରେ କୁଜଙ୍ଗ ଥାନାରେଦୁଇଟି ମାମଲା ରୁଜୁ ହୋଇଥିଲା ।

କୁଜଙ୍ଗ ପୋଲିସର ଏକ ଦଳ ଗତ ଡ଼ିସେମ୍ବର ୨୩ରେ ସର୍ଖେଲଙ୍କୁ ଛତିଶଗଡ଼ ରାଜଧାନୀ ରାୟପୁରରୁ ଗିରଫ କରିଥିଲା । ସଂଘର୍ଷ ଘଟଣାରେ ପୋଲିସ ବର୍ତମାନ ପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରିଛି ।

ସେହିପରି ଗତ ନଭେମ୍ବର ୨୫ରେ ଅଭୟ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଏର୍ସମା ମଣିଜଙ୍ଗା ରାସ୍ତାର ନୂଆପୋଖରୀ ଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ତାଙ୍କ ବିରୋଧରେ ହତ୍ୟା ତଥା ପରିବାରକୁ ନଜଣାଇ ଜଣେ ମହିଳାଙ୍କ ଦଶବାହ ଏବଂ ଅନ୍ୟ ଅପରାଧ
ମାମଲା ରହିଛି । ଗିରଫ ପରେ ତାଙ୍କୁ ଚୌଦ୍ଵାର ଜେଲକୁ ପଠାଇ ଦିଆଯାଇଥିଲା ।

ପୂର୍ବରୁ ୨୦୧୦ ଅକ୍ଟୋବର ୧୨ରେ ପାରାଦ୍ଵୀପ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ଦୀର୍ଘ ଦଶ
ମାସ ଜେଲରେ ରହିବା ପରେ ହାଇକୋର୍ଟରୁ ସେ ଜାମିନରେ ଆସିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ବାପି-ସର୍ଖେଲ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version