• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଧାନସଭା: ହଟ୍ଟଗୋଳ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ସୁନ୍ଦରଗଡ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହିମାନନ୍ଦ ବିଶ୍ୱାଳଙ୍କ ବିରୋଧରେ ଶାସକ ବିଜେଡି ବିଧାୟକଙ୍କ ଟିପ୍ପଣୀକୁ ନେଇ ଆଜି ବିଧାନସଭାରେ ତୃଣମୂଳ ହଟ୍ଟଗୋଳ ହେବାପରେ ଗୃହକୁ ମୁଲତବି କରିବାକୁ ପଡିଛି ।

ପ୍ରଥମେ ଗୃହକୁ ୫ ମିନିଟ ପାଇଁ ମୁଲତବୀ କରି ବାଚସ୍ପତି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତି ସମୟରେ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଅପରାହ୍ନ ୧.୪୨ ମିନଟରେ ବାଚସ୍ପତି ଗୃହକୁ ୩.୪୨ ମିନଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ବିଜେଡି ବିଧାୟକ ହେମାନନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ବେଳେ କଂଗ୍ରେସ ବିଧାୟକମାନେ ଏହାକୁ ବିରୋଧ କରି ପ୍ରଥମେ ହଟ୍ଟଗୋଳ କରିଥିଲେ । ପରେ ଗୃହର ମଧ୍ୟଭାଗକୁ ଚାଲିଆସି ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

କଂଗ୍ରେସ ବିଧାୟକ ସର୍ବଶ୍ରୀ ଅନୂପ କୁମାର ସାଏ,ଗୋବର୍ଦ୍ଧନ ଦାସ, ସାଧୁ ନେପାକ, ରାମଚନ୍ଦ୍ର କାଡମ, ଶିବାଜୀ ମାଝି ପ୍ରମୁଖ ଗୃହ ମଧ୍ୟଭାଗରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ବିଧାୟକ ରାଜେନ୍ଦ୍ର ଛତ୍ରିଆ କ୍ଷୁବ୍ଧ ହୋଇ ପୋଡିୟମ ଉପରକୁ ଉଠି ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ସମ୍ମୁଖ ଭାଗରେ ପଡିଥିବା ବିଧାନସଭା ସଚିବଙ୍କ ଚେୟାରକୁ ଟେକି ଫୋପାଡି ଦେଇଥିଲେ ।

ବିରୋଧିଳ ନେତା ଭୂପିନ୍ଦର ସିଂ କହିଥିଲେ ଯେ, କୋଇଲା ଦୁର୍ନୀତିକୁ ଲୁଚାଇବା ପାଇଁ ଶାସକ ଦଳ ହେମାନନ୍ଦ ବିଶ୍ୱାଳଙ୍କ ପ୍ରସଂଗ ଉଠାଇଥିଲେ । ଯେଉଁମାନେ ବିଧାନସଭା ଗୃହର ସଦସ୍ୟ ନୁହଁନ୍ତି ସେମାନଙ୍କ ସଂପର୍କରେ ଏଠାରେ ଆଲୋଚନା ନହେବାର ବିଧି ରହିଛି ।

ହେମାନନ୍ଦ ବିଶ୍ୱାଳ ଜଣେ ସମ୍ମାନସ୍ପଦ ଆଦିବାସୀ ନେତା । ସୁନ୍ଦରଗଡ ଅଂଚଳରୁ ସେ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତିା ତାଙ୍କପରି ଜଣେ ନେତାଙ୍କ ବିରୋଧରେ ଅଣସଂସଦୀୟ ଶବ୍ଦ ବ୍ୟବହାର କରା ଯାଉଛି । ଶାସକ ଦଳର ସଦସ୍ୟମାନେ କଟୁ ଟିପ୍ପଣୀ ଦେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ।

ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ପ୍ରସଙ୍ଗରେ ଗୃହର ବିବରଣୀ ମଗାଇ ଆବଶ୍ୟକ ତର୍ଜମା କରିବାପରେ ଅଣସଂସଦୀୟ ଶବ୍ଦକୁ ଏଥିରୁ ବାଦଦେବାକୁ ନିଦେ୍ର୍ଧଶ ଦେବେ ବୋଲି କହିଥିଲେ ।

ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖାନକରି ବିରୋଧୀ କଂଗ୍ରେସର ସଦସ୍ୟମାନେ ଜିଦରେ ଅଟଳ ରହିବାରୁ ଗୃହକାର୍ଯ୍ୟ ଅଚଳ ହୋଇ ପଡିଥିଲେ । କିନ୍ତୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କୋଇଲା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: କୋଇଲା ଦୁର୍ନୀତି, ବିଧାନସଭା, ମୁଖ୍ୟମନ୍ତ୍ରୀ ହିମାନନ୍ଦ ବିଶ୍ୱାଳ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version