• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୋଟର ତାଲିକାରୁ ବାଂଲାଦେଶୀଙ୍କ ନାମ ବାଦ ଦିଆଯାଉ: ଆରଏସ୍ଏସ

November 6, 2012 by ଓଡିଶା ଡଟ କମ Leave a Comment

ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) -ଭାରତରେ ଥିବା ସମସ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶରୁ ବାହାର କରି ଦିଆଯାଉ । ମତଦାତା ସୂଚୀରୁ ସେମାନଙ୍କ ନାମ କାଟି ଦିଆଯାଉ । ସେମାନଙ୍କୁ ଆଧାର କାର୍ଡ ଦିଆ ନଯାଉ ଓ ସେମାନଙ୍କ ପାଇଁ କର୍ମ ନିଯୁକ୍ତି ମଧ୍ୟ ବନ୍ଦ କରାଯାଉ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଦାବି କରାଯାଇଛି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ ଭୁବନେଶ୍ୱର ହୋଟେଲ କେଶରୀ ଠାରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପୁରୀ ବିଭାଗର ସହବିଭାଗ ସଂଘ ଚାଳକ ସମୀର କୁମାର ମହାନ୍ତି ଏହା ଦାବୀ କରିବା ସହ କହିଛନ୍ତି ଯେ, ଗତ ଜୁଲାଇ ମାସରେ ଆସାମର କୋକ୍ରାଝାର,ଚିରାଙ୍ଗ ଓ ଧ୍ରୁବ୍ରୀ ଜିଲ୍ଲାରେ ବାଂଲାଦେଶୀ ମୁସଲିମ ଅନୁପ୍ରବେଶକାରୀମାନେ ହିଂସାକାଣ୍ଡ ସୃଷ୍ଟିକରିଥିଲେ ।

ସେମାନେ ଦେଶର ବିଭିନ୍ନ ଭାଗରେ ରହୁଥିବା ଉତର-ପୂର୍ବାଂଚଳର ନାଗରିକମାନଙ୍କ ମନରେ ଭୟ ସୃଷ୍ଟି କରାଇ ସେମାନଙ୍କୁ ସେମାନଙ୍କ କର୍ମସ୍ଥଳୀରୁ ବିତାଡିତ କରାଇଥିଲେ । ଏହା ଏକ ସ୍ଥାନୀୟ ଅଧିବାସୀ ବନାମ ବିଦେଶୀ ଅନୁପ୍ରବେଶକାରୀ ସମସ୍ୟା । ଏହାକୁ ସାଂପ୍ରଦାୟିକ ରଙ୍ଗଦେବା ନିନ୍ଦନୀୟ ।

କିଛି ଜାତୀୟତା ବିରୋଧୀ ଶକ୍ତି ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ ତଥା ନାଗରିକ ଓ ପୋଲିସ ଉପରେ ଆକ୍ରମଣ ଏବଂ ରାଷ୍ଟ୍ରୀୟ ସ୍ମାରକଗୁଡିକୁ ଅପମାନ କରିଥିବା ହେତୁ ସେମାନଙ୍କୁ ଚିହ୍ନଟକରି ଦଣ୍ଡ ବିଧାନ କରାଯାଉ । ଧମକକୁ ଡରି ପଳାୟନ କରୁଥିବା ଅସଂଖ୍ୟ ଉତର-ପୂର୍ବାଂଚଳ ନିବାସୀଙ୍କୁ ଦେଶବାସୀଙ୍କର ସହାୟତା ଓ ସାହସ ପ୍ରଦାନ ପ୍ରଶଂସନୀୟ ଏବଂ ଷଡଯନ୍ତ୍ରକାରୀ ଓ ରାଷ୍ଟ୍ରବିରୋଧୀ କାର୍ଯ୍ୟ ଦଣ୍ଡନୀୟ ।

ଇତି ମଧ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ସମଗ୍ର ଦେଶରେ ନିଜର ପ୍ରଭାବ ବିସ୍ତାର କରି ସାରିଛନ୍ତି । ସେମାନେ ଜାଲ ନୋଟ୍ ତଥା ବେଆଇନ ଅସ୍ତ୍ରଶସ୍ତ୍ର ଚୋରା କାରାବାର, ନିଶାଦ୍ରବ୍ୟ ଓ ଅବୈଧ ଗୋରୁ ଚାଲାଣରେ ଲିପ୍ତ ରହୁଥିବାର ଖବର ମିଳୁଛି । ତେଣୁ ବାଂଲାଦେଶୀମାନଙ୍କୁ ଏ ଦେଶରୁ ବିତାଡିତ କରାଯାଉ ।

ବିଦେଶୀ ଆଇନ-୧୯୪୬ ଲାଗୁ କରାଯାଉ ଓ ଆଇଏମ୍ଡିଟି ଆକ୍ଟ -୧୯୮୩କୁ ସଂଶୋଧନ କରାଯାଉ । ବାଂଲାଦେଶ ସୀମାରେ ତାର ବାଡ ନିର୍ମାଣକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ଦେଶର ପ୍ରକୃତ ନାଗରିକମାନଙ୍କ ପାଇଁ ଏକ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରାଯାଉ ।

ଏଥିସହିତ ଶ୍ରୀ ମହାନ୍ତି କହିଛନ୍ତି ଯେ,୧୯୬୨ ମସିହା ଭାରତ ଚୀନ ଯୁଦ୍ଧରେ ଭାରତ ହରାଇଥିବା ୩୮ ହଜାର ବର୍ଗ କିଲୋମିଟର ଅଂଚଳକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ବାସ୍ତବିକ ନିୟନ୍ତ୍ରଣ ରେଖା ସମ୍ବନ୍ଧରେ ଯେଉଁ କଥାବାର୍ତା ଚାଲିଛି ତାହା ନିନ୍ଦନୀୟ ଅଟେ ।

୧୯୬୨ ଯୁଦ୍ଧର ପରାଜୟ ପାଇଁ ଦେଶର ରାଜନୀତି, କୂଟନୀତି ଓ ସାମରିକ ନୀତି ଦାୟୀ । ଏ ସମ୍ବନ୍ଧରେ ହେଣ୍ଡରସନ୍ କୁକ୍ ଓ ପି.ଏସ୍. ଭଗତ୍ ରିପୋର୍ଟକୁ ସାର୍ବଜନୀକ କରିବା ପାଇଁ କାର୍ଯକାରୀ ମଣ୍ଡଳ ଦାବି କରୁଛି । ଏହା ଦ୍ୱାରାଉପରୋକ୍ତ ତୃଟି ସମ୍ବନ୍ଧରେ ସମସ୍ତେ ଅବଗତ ହେବେ ।

ଚୀନ ବାରମ୍ବାର ଭାରତ ତିବ୍ବତ ସୀମା ଅତିକ୍ରମଣ କରି ସୂଚାଇ ଦେଉଛି ଯେ, ସେ ଆକ୍ରମଣରୁ ବିରତ ହୋଇ ନାହିଁ । ଏହାକୁ ଦୃଷ୍ଟିରେ ରଖି ସୀମା ପ୍ରବନ୍ଧନ କରିବା ତଥା ସ୍ୱତନ୍ତ୍ର ପାର୍ବତୀୟ ଆକ୍ରାମକ ସୈନ୍ୟଦଳ ସୃଷ୍ଟିକରିବା ପାଇଁ ଆର ଏସ୍ ଏସ୍ ଦାବି କରୁଛି ।

ଦେଶର ଶକ୍ତି, ସୂଚନା ତଥା ପ୍ରସାରଣ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଚୀନର ବଢୁଥିବା ଆଧିପତ୍ୟ ଓ ସାଇବର ଆତଙ୍କ ଚିନ୍ତା ଜନକ । ଏଥିପାଇଁ ପଦକ୍ଷେପ ନେବା ଏବଂ ସାଇବର ନିରାପତା ବୃଦ୍ଧି ଦିଗରେ ଚେଷ୍ଟା କରିବା ଆବଶ୍ୟକ ବୋଲି ମହାନ୍ତି ପ୍ରକାଶ କରିଛନ୍ତି ।

ସଂଘର ଚତୁର୍ଦିବସୀୟ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ସୋମବାର ଦିନ ଚେନ୍ନାଇ ଠାରେ ଶେଷ ହୋଇଛି । ଏହି ବୈଠକରେ ସଂଗୃହୀତ ବିବରଣୀ ଅନୁଯାୟୀ ସମଗ୍ର ଦେଶରେ ଥିବା ୫୫,୨୨୬ଟି ମଣ୍ଡଳ ମଧ୍ୟରୁ ୨୪,୩୦୮ଟି ମଣ୍ଡଳରେ ସଂଘର କାର୍ଯ୍ୟ ଚାଲୁଅଛି ।

ସହରା ଳରେ ଥିବା ୩୮,୨୫୨ଟି ବସ୍ତି ମଧ୍ୟରୁ ୧୬,୬୦୩ଟି ବସ୍ତି ମଧ୍ୟରେ ସଂଘକାର୍ଯ୍ୟ ଚାଲୁଅଛି । ଦେଶର ୨୫,୮୩୪ଟି ସ୍ଥାନରେ ୩୮,୬୯୯ଟି ଦୈନିକ ଶାଖା ଚାଲୁଅଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆରଏସ୍ଏସ୍ ପ୍ରଚାର ବିଭାଗ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶାର ରାଜ୍ୟ ସଭାପତି ରଘୁନାଥ ପତି ଓ ରାଜ୍ୟ ସଂପାଦକ ଅଶୋକ କୁମାର ସାହୁ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆରଏସ୍ଏସ, ସାମ୍ବାଦିକ ସମ୍ମିଳନୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version