• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଆଙ୍କର ଉନ୍ନତି ପାଇଁ ନବୀନଙ୍କ ଆନ୍ତରିକତା ନାହିଁ :ପ୍ୟାରୀ

November 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ନଭେମ୍ବର ୨୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କୃତ ହେବାପରେ ପ୍ୟାରିମୋହନ ମହାପାତ୍ରଙ୍କ ପ୍ରଥମ ଶକ୍ତି ପଦର୍ଶନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରାନ୍ତି ସମାବେଶରେ ଜନମୋର୍ଚ୍ଚାର ଅନ୍ୟତମ ପ୍ରତିଷ୍ଠା ସଦସ୍ୟ ତଥା ପୂର୍ବତନ ସାଂସଦ ରବି ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।

ଭୁବନେଶ୍ୱର କ୍ରାନ୍ତି ସମାବେଶ ପରେ ରାଜଧାନୀ ବାହାରେ ପ୍ରଥମ କରି କେବିକେ ଜିଲ୍ଲାରେ ହୋଇଥିବା ଏହି ସମାବେଶରେ କଳାହାଣ୍ଡିର ୫ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ୧୩ଟି ବ୍ଲକ ଏବଂ ଭବାନୀପାଟଣା, ଜୁନାଗଡ ଏବଂ କେସିଙ୍ଗା ପୌରପରିଷଦ ସହ ପଡ଼ୋଶୀ ଜିଲ୍ଲା ନୂଆପଡ଼ା,ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ହଜାର ଜନମୋର୍ଚ୍ଚାର ସମର୍ଥକ ଯୋଗ ଦେଇଥିଲେ ।

ସମାବେଶ ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ର, ସାଧାରଣ ସଂପାଦକ ଯଜେ୍ଞଶ୍ୱର ବାବୁ, ଅନ୍ୟତମ ସାଧାରଣ ସଂପାଦକ ସୁନୀଲ ନାଏକ ଏବଂ ପୂର୍ବତନ ବିଧାୟକ ରାଜୁ ସିଂହ ମାଁ ମାଣିକେଶ୍ୱରୀଙ୍କ ମନ୍ଦିରକୁ ଆସି ନଡିଆ ଫଟାଇ ପୂଜା କରିଥିଲେ ।

ପରେ ସେଠାରୁ ଘୁମୁରା ଏବଂ ଗଉଡ ବାଡି ନାଚର ତାଳେ ତାଳେ ଏକ ଶୋଭାଯାତ୍ରାରେ କଲେଜ ପଡିଆକୁ ଆସିଥିଲେ । ଭବାନୀପାଟଣା ସ୍ଥିତ କଲେଜ ପଡିଆରେ ଅନୁଷ୍ଠିତ ଜନମୋର୍ଚ୍ଚାର ବିଶାଳ ସମାବେଶକୁ ଉଦ୍ବୋଧନ ଦେଇ ଜନମୋର୍ଚ୍ଚାର ଅଧ୍ୟକ୍ଷ ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରୀରରେ ପଞ୍ଜାବୀ, ବଙ୍ଗାଳିର ରକ୍ତ ଶତକଡା ୭୫ ପ୍ରତିଶତ ବହୁଥିବା ବେଳେ ୨୫ ଭାଗ ମାତ୍ର ଓଡିଆ ରକ୍ତ ରହିଛି ।

ତେଣୁ ତାଙ୍କର ଓଡିଶା ତଥା ଓଡିଆଙ୍କର ଉନ୍ନତି ଓ ଓଡିଶାର ଦାରିଦ୍ର୍ୟ ଦୂରୀକରଣ କରିବା ପାଇଁ ଆନ୍ତରିକତା ନାହିଁ । ୧୨ବର୍ଷ ହୋଇଗଲା ଯିଏ ଭଲକରି ଓଡିଆ ପଦଟିଏ ମଧ୍ୟ କହିପାରୁନାହାନ୍ତି ସେ କିପରି ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଧଶା ବୁଝି ପାରିବେ ?

ଯଦି ଆଗାମୀ ସାଧାରଣ ନିର୍ବାଚନରେ ଓଡିଶା ଜନମୋର୍ଚ୍ଚା ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ଓଡିଶାର ଦାରିଦ୍ର୍ୟ ଦୂର ହେବା ସହିତ ରାଜ୍ୟରେ ଏକ ସୁଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

ବିଜେଡ଼ିରେ କେହି ସଭାପତି ନାହାଁନ୍ତି । ଏଥିରେ ଗଣତନ୍ତ୍ର ବୋଲି କିଛି ନାହିଁ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ତାର ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶୃତି ତୁରନ୍ତ ପୂରଣ କରିବା ଆଦି କେତେକ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ମତାନ୍ତର ସୃଷ୍ଟି ହୋଇଛି ।

ମୋର ଉଦ୍ୟମରେ ଓଡିଶାରେ ସର୍ବାଧିକ ୧୦୨ ବିଧାୟକ ବିଜୟ ହୋଇଥିଲେ । ସେଥିରେ ମୋର ନିଜର ୯୨ରୁ ଉର୍ଦ୍ଧ ବିଧାୟକ ରହିଛନ୍ତି । ସେହି ସମୟରେ ମୁଁ ନବୀନ ବାବୁଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ହୋଇ ପାରିଥାନ୍ତି । କିନ୍ତୁ ମୁଁ ପଦ ପଦବୀ ଲୋଭୀ ନୁହେଁ । ମୁଁ ଚାହେଁ ଓଡିଶା ଏବଂ ଓଡିଆର ଉନ୍ନତି ।

ବିଜେଡି ଦଳରେ କିଛି ଅପାରଗ ଓ ଅବାଞ୍ଛିତ ନେତାମାନଙ୍କୁ ସାବାଡ କରିବା ପାଇଁ ଗଠିତ ହୋଇଛି ଓଡିଶା ଜନମୋର୍ଚ୍ଚା । ନବୀନ ପଟ୍ଟନାୟକ ୧୨ ବର୍ଷ ଶାସନ ମଧ୍ୟରେ ଓଡିଶାରେ ଦାରିଦ୍ର୍ୟ ଯେତିକି ବଢିଛି ତାହାଠାରୁ ଅଧିକ କୃଷକମାନେ ଆର୍ଥିକ ଶୋଷଣର ଶିକାର ହୋଇଛନ୍ତି ।

ନବୀନବାବୁଙ୍କ ପାଇଁ ଦେଇଥିବା ୧୨ ବର୍ଷ ସମୟ ଶୁଖୁଆ ଝୋଳରେ ଯାଇଛି । ଏହି ୧୨ବର୍ଷ ମଧ୍ୟରେ ନବୀନ ବାବୁଙ୍କ ସବୁ ଅପକର୍ମର ପାପ ମୁଁ ନିଜେ ମୋ ମୁଣ୍ଡରେ ନେଇଛି । ସବୁ ପ୍ରଶଂସା ନବୀନବାବୁଙ୍କ ମୁଣ୍ଡରେ ଲଦି ଦେଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆଙ୍କର ଉନ୍ନତ୍ତି, କୃଷକ, ଗଣତନ୍ତ୍ର, ଜନମୋର୍ଚ୍ଚା, ନିର୍ବାଚନ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version