• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶୋକ ପ୍ରସ୍ତାବ ପରେ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି

November 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୭(ଓଡିଶା ଡଟ୍ କମ୍)- ମଙ୍ଗଳବାର ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଦିବଙ୍ଗତ ନେତା ଓ ସୁରକ୍ଷା କର୍ମୀମାନଙ୍କୁ ଶ୍ରଦ୍ଧାଂଜଳି ଦିଆଯିବାପରେ ଗୃହକୁ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି ।

ଫଟୋ : ଅରବିନ୍ଦ ମହାପାତ୍ର

ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହକାର୍ଯ ଆରମ୍ଭ ହୋଇଥିଲା । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ନେତା ତଥା ଓଡିଶାର ପୂର୍ବତନ ରାଜ୍ୟପାଳ ବି.ସତ୍ୟନାରାୟଣ ରେଡି, ପୂର୍ବତନ ମନ୍ତ୍ରୀ ଭାଗିରଥୀ ଗମାଙ୍ଗ, ହରିହର ସ୍ୱାଇଁ, ପୂର୍ବତନ ବିଧାୟକ ସାରଙ୍ଗଧର ପ୍ରଧାନ, ମାନସ ରଂଜନ ମଲ୍ଲିକ, ଜଗମୋହନ ନାୟକ, କୁଲିୟାନ ବାଗ୍ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ସେହିପରି ଦିବଙ୍ଗତ ୩ ସୁରକ୍ଷାକର୍ମୀ ଲାନ୍ସ ନାୟକ, ଲମ୍ବୋଦର ସାହୁ, ଗାର୍ଡ ବସନ୍ତ କୁମାର ବେହେରା, ଏଏସ୍ଆଇ ଆର୍ଏନ୍ ମହାକୁଡ ଓ ୪ ଗ୍ରାମରକ୍ଷୀ ମାଣିଖ ଖିଲ୍ଲା, ଜଗବନ୍ଧୁ ଖେମୁଡ, ଗୌରଚନ୍ଦ୍ର ଦଳାଇ ଏବଂ ଭଗବାନ ନାୟକଙ୍କ ବିୟୋଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ବିଜେପି ବିଧାୟକ କରେନ୍ଦ୍ର ମାଝି, କମ୍ୟୁନିଷ୍ଟ ବିଧାୟକ ଆଦିକନ୍ଦ ସେଠୀ ପ୍ରମୁଖ ଶୋକ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହାପରେ ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହାପରେ ବିଧାନସଭାକୁ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ଅମାତ୍ । ଆଜିଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୨୨ ତାରଖ ପର୍ଯ୍ୟନ୍ତ ଚାଲିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଶୀତ ଅଧିବେଶନ, ଶୋକ ପ୍ରସ୍ତାବ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version