• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ପାରାଦ୍ୱୀପ,ଡିସେମ୍ବର ୧୩(ଓଡିଶା ଡଟ୍କମ୍ )-ବୁଧବାର ଦିନ ବଜ୍ରପାତ ଘଟି ଓଡିଶାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅପରାହ୍ଣରେ ପାରାଦ୍ୱୀପ ଅଂଚଳରେ ଅଚାନକ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ମାରି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।

ବର୍ଷା ବେଳେ ପାରାଦ୍ୱୀପ ଥାନା ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଧନେଶ୍ୱର ଜେନା ନାମକ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ନିକଟବର୍ତୀ ଲକ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗ୍ରାମର ରତ୍ନାକର ରାଉତ ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ରାଉତଙ୍କର ମୃତ୍ୟୁ ଘଟିଛି ।

ସେମାନେ ନିଜ ଘରର ଛାତ ଉପରେ ଥିବା ବେଳେ ଏହି ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଜୟଦେବ ସଦନ ଛକରେ ଥିବା ଏକ ବରଗଛ ତଳେ ଜଣେ ଶ୍ରମିକର ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ରତ୍ନାକର ପି.ପି.ଏଲ କାରଖାନାରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ମାଗୁଣି ସାମଲଙ୍କ ଝିଅ ପୂର୍ଣ୍ଣିମା ସାମଲ (୩୫) ବିଲରୁ ଘରକୁ ଫେରୁଥିବା ବେଳେ ବାଟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମହାକାଳପଡ଼ା ଥାନା ଜମ୍ବୁ ଗ୍ରାମର ଅର୍ଜ୍ଜୁନ ପରମାଣିକଙ୍କ ସ୍ତ୍ରୀ ଗୀତ ପରମାଣିକ (୨୬) ଧାନ ଖଳାରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ରାଜନଗର ବ୍ଳକ ଡାଙ୍ଗମାଳପଞ୍ଚାୟତ ଖମାରସାହି ଗ୍ରାମର ଲକ୍ଷ୍ମୀ ଜେନା (୩୯) ଗାଁ ନିକଟ ପଡ଼ିଆରେ ବାନ୍ଧିଥିବା ଗାଈକୁ ଦିନ ତିନିଟା ବେଳେ ଆଣିବାକୁ ଯିବାବେଳେ ବଜ୍ରପାତ ଘଟି ଘଟଣାସ୍ଥଳରେ ସଂପୃକ୍ତ ମହିଳା ମୃତ୍ୟୁ ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜୟଦେବ ସଦନ, ପାରାଦ୍ୱୀପ, ବଜ୍ରପାତ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version