• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟରେ ୪୯ ହଜାର ଶିକ୍ଷକ ପଦବୀ ଖାଲି

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ରାଜ୍ୟରେ ୪୯ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ସେଥିରୁ ୧୭ ହଜାର କରାଯାଇଛି । ବାକି ୩୨ ହଜାର ପଦବୀ ଦୁଇଟି ପର୍ଯ୍ୟାୟରେ ପୂରଣ ନେଇ ଉଦ୍ୟମ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ରବି ନାରାୟଣ ନନ୍ଦ ବିଧାନ ସଭାରେ କହିଛନ୍ତି ।

ଗୁରୁବାର ଦିନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ଅଭିଯୋଗ କରିଥିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଶୁଡି ପଡିଛି । ରାଜ୍ୟରେ ପ୍ରାୟ ଏକଲକ୍ଷ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ଜରୁରୀ । ଆନୁପାତିକ ହାରରେ ମଧ୍ୟ ଓଡଶା ପଛରେ ପଡିଛି ।

ଏହାର ଉତରରେ ବିଭାଗୀୟ ମନ୍ତ୍ରୀ କହିଲେ ସରକାର ଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିକ୍ଷକ-ଛାତ୍ର ଅନୁପାତିକ ହାରରେ ପ୍ରାଥମିକ ସ୍କୁଲରେ ୩୦ ଜଣ ଛାତ୍ରରେ ଜଣେ ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଷେତ୍ରରେ ପ୍ରତି ୩୫ ଛାତ୍ରରେ ଜଣେ ଶିକ୍ଷକ ପଦବୀ ରହିବାର ନିଷ୍ପତି ରହିଛି ।

ବିଧାୟକ ଦୁଷ୍ମନ୍ତ ନାୟକଙ୍କ ମୂଳପ୍ରଶ୍ନ ଏବଂ ଗୋବର୍ଦ୍ଧନ ଦାଶ ଓ ପଷ୍ପେନ୍ଦ୍ର ସିଂହଦେଓଙ୍କ ଅତିରିକ୍ତ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ନନ୍ଦ କହିଲେ -ସରକାର ପ୍ରତି କିଲୋମିଟରରେ ଗୋଟିଏ ସ୍କୁଲ ଖୋଲିବା ନିଷ୍ପତି ନେଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢୀକରଣ କରାଯିବ ।

ବିଶେଷକରି କଳାହାଣ୍ଡି ଓ କୋରାପୁଟ ଭଳି ଜିଲ୍ଲାମାନଙ୍କରେ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ସାରା ରାଜ୍ୟରେ ଖାଲିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ପଦବୀ ପୂରଣ ଆସନ୍ତା କେଇମାସ ଭିତରେ କରାଯିବ ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ୫ଟି ପ୍ରାଥମିକ ବିଦ୍ୟାଳୟରେ ଅନୂନ୍ୟ ୨୦୦ ଜଣ ଲେଖାଏଁ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ ସୁଦ୍ଧା ୩ ଜଣକରି ଶିକ୍ଷକ ଅଛନ୍ତି । ଉକ୍ତ ବିଦ୍ୟାଳୟଗୁଡିକରେ ପିଲାମାନଙ୍କ ପାଠ ପଢାରେ କିଛିଟା ଅସୁବିଧା ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣଶିକ୍ଷାମନ୍ତ୍ରୀ, ବିଦ୍ୟାଳୟ, ଶିକ୍ଷକ ପଦବୀ ଖାଲି

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version