• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

୨୯ ଡିସେମ୍ବରରୁ ଭୁବନେଶ୍ୱରେ ଜାତି ଜନଜାତିଙ୍କ ସମ୍ମିଳନୀ

December 24, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୪(ଓଡିଶା ଡଟ୍ କମ୍)- ଜାତି ଜନଜାତି ମଧ୍ୟରେ ସ୍ନେହ ସଦ୍ଭାବ ଓ ଆତ୍ମୀୟତା ପୂର୍ଣ୍ଣ ସଂପର୍କ ସୃଷ୍ଟିକରି ସାମାଜିକ ସମରସତା ମାଧ୍ୟମରେ ରାଷ୍ଟ୍ରନିର୍ମାଣର ମହାସ୍ରୋତରେ ସେମାନଙ୍କୁ ସାମିଲ କରିବାର ମହାନ ଆଭିମୁଖ୍ୟ ନେଇ ଆସନ୍ତା ଡିସେମ୍ବର ୨୯ ଓ ୩୦ ଦୁଇ ଦିନଧରି ଭୁବନେଶ୍ୱର ଠାରେ ଜାତି,ଜନଜାତି ମୁଖିଆମାନଙ୍କର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ।

ଜାତି ଜନଜାତି ସାଂସ୍କୃତିକ ସମାରୋହ ସମିତି,ଓଡିଶା ତରଫରୁ ରେଡକ୍ରସ ଭବନ ପାର୍ଶ୍ଵ ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆରେ ଏହି ବିଶାଳ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସଂଗଠନର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ,ଡିସେମ୍ବର ୨୯ ତାରିଖ ଦିବା ୧୧ ଘଟିକା ସମୟରେ ରାଷ୍ଟ୍ରଭାଷା ପଡିଆରେ ଜାତି,ଜନଜାତି ମୁଖିଆମାନଙ୍କର ସମ୍ମିଳନୀ ଉଦ୍ଘାଟନ ହେବ । ଏବଂ ସଂଧ୍ୟା ୬ ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଏହା ସହିତ ସେମାନଙ୍କର ଜନଜୀବନ ଉପରେ ଆଧାରିତ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି । ଡିସେମ୍ବର ୩୦ ତାରିଖ ମଧ୍ୟାହ୍ନ ୧୨ ଘଟିକା ସମୟରେ ଏକ ବିଶାଳ ସମରସତା ଶୋଭାଯାତ୍ରା ଓ ଅପରାହ୍ନ ୨ ଘଟିକାରେ ଲୋୟର ପିଏମ୍ଜି ଠାରେ ସାଧାରଣ ସଭା ଅନୁଷ୍ଠିତ ହେବ ।

ଏହି ବିଶାଳ ସମ୍ମିଳନୀରେ ମହାମାନ୍ୟ ଦଲାଇଲାମାଙ୍କ ଗୃହମନ୍ତ୍ରୀ ଦଲମା ଗାୟରୀ,ସମାଜଶାସ୍ତ୍ରୀ ଡ.କୃଷ୍ଣ ଗୋପାଳ ଜୀ,ମୁକୁନ୍ଦରାଓ ପଣସିକର,ସେତୁ ମାଧବନ ଓ ରାଜେନ୍ଦ୍ରଜୀଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ତଥା ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବସ୍ତରର ମହାରାଜା, ପୂର୍ବତନ ମନ୍ତ୍ରୀ ଏବଂ ବ ର୍ମାନର ସାଂସଦ ଦିଲୀପ ସିଂହ ଯୁଦେବଙ୍କ ସମେତ ଅନେକ ରାଜା ମହାରାଜା ମଧ୍ୟ ଏଥିରେ ଯୋଗଦେଉଥିବା ବେଳେ । ସମସ୍ତ ଜାତି,ଜନଜାତି,ଉପଜାତିର ମୁଖିଆମାନେ ବିଶେଷ ଭାବରେ ଯୋଗଦେବେ ।

ପଣ୍ଡା କହିଲେ ଯେ, ଓଡଶାର ସହର,ଗ୍ରାମ ଓ ବନାଦଳର ଏକ ଶହରୁ ଉଦ୍ଧ୍ୱର୍ ଜାତି,ଜନଜାତି ଓ ଉପଜାତିର ଲୋକମାନେ କେଉଁ ଅନନ୍ତ କାଳରୁ ବସବାସ କରିଆସୁଛନ୍ତି । ଏହି ଜାତି,ଜନଜାତି ସମାଜର ସଂସ୍କୃତି,ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଉଦ୍ୟମ ଚାଲୁଥିଲେ ହେଁ ପୃଷ୍ଠ ପୋଷକତା ଓ ପ୍ରୋତ୍ସାହନ ଅଭାବରୁ ସେଥିରେ ବିଘ୍ନ ସୃଷ୍ଟି ହେଉଛି ।

ଅନ୍ତଃରାଷ୍ଟ୍ରୀୟ ଚକ୍ରାନ୍ତ,ପ୍ରଶାସନିକ ଅବହେଳା ଓ ସାମାଜିକ ସଚେତନତା ଅଭାବରୁ ସେମାନଙ୍କର ସାମାଜିକ,ଅର୍ଥନୈତିକ ତଥା ସାଂସ୍କୃତିକ ବିକାଶ ଆଶାନୁରୂପ ହୋଇ ପାରୁନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମାନେ ଏବେବି ଅବହେଳିତ ।

ପାଶ୍ଚାତ୍ୟ ସଂସ୍କୃତିର ବହୁଳ ପ୍ରସାର ଯୋଗୁଁ ଏହି ସମାଜର ଯୁବକ ଯୁବତୀମାନଙ୍କ ମଧ୍ୟରେ ନିଜର ସଂସ୍କୃତି ଓ ପରମ୍ପରା ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଉଛି । ଜାତିଆଣ ସଂଘର୍ଷରେ ପ୍ରତିବର୍ଷ ହଜାର ହଜାର ନିରୀହ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି ।

ଏହାର ନିରାକରଣ ପାଇଁ ଏବଂ ଜାତି ଜାତି ମଧ୍ୟରେ ସ୍ନେହ ସଦ୍ଭାବ ଓ ଆତ୍ମୀୟତା ପୂର୍ଣ୍ଣ ସଂପର୍କ ସୃଷ୍ଟିକରି ସାମାଜିକ ସମରସତା ମାଧ୍ୟମରେ ରାଷ୍ଟ୍ରନିର୍ମାଣର ମହାସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠର ରାଜ୍ୟ ସଂପାଦକ ବିନୟ କୁମାର ଭୂୟାଁ,ସଂଯୋଜକ ମହେଶ ତ୍ରିପାଠୀ, କାର୍ଯ୍ୟକ୍ରମର ପ୍ରଚାର ବିଭାଗ ସଂପାଦକ ଅଶୋକ କୁମାର ସାହୁ,ସମୀର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜାତି ଜନଜାତି, ସାମ୍ବାଦିକ ସମ୍ମିଳନୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version