• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମହିଳା ବିଶ୍ୱକପ ଦଳରେ ବଲାଙ୍ଗୀରର ରୋଶନ୍ନାରା

December 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୫(ଓଡିଶା ଡଟ୍ କମ୍ )-୨୦୧୩ ଜାନୁୟାରୀ ୩୧ରୁ ଫେବୃୟାରୀ ୧୭ ପର୍ଯ୍ୟନ୍ତ ବମ୍ବେରେ ଆୟୋଜିତ ହେବ ଆଇସିସି ମହିଳା କ୍ରିକେଟ ବିଶ୍ୱକପ । ଏହଥିପାଇଁ ସୋମବାର ଘୋଷିତ ଭାରତୀୟ ଦଳରେ ଓଡିଶାର ରୋଶନ୍ନାରା ପରବିନ ସ୍ଥାନ ପାଇଛନ୍ତି ।

balangir1

ଚଳିତବର୍ଷ ଆଇସିସି ମହିଳା ଟ୍ୱେଂଟି୨୦ ବିଶ୍ୱକପ ଓ ଟ୍ୱେଂଟି୨୦ ଏସିଆ କପ ପରେ ୫୦ ଓଭରର ବିଶ୍ୱକପ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ବଲାଙ୍ଗୀରର ରୋଶନ୍ନାରା । ପ୍ରଥମ ଓଡ଼ିଆ ଭାବେ ମହିଳା ଟ୍ୱେଂଟି୨୦ ବିଶ୍ୱକପ ଖେଳିବାର ଗୌରବ ହାସଲ କରିଥିବା ରୋଶନ୍ନାରା ପ୍ରଥମ ଓଡ଼ିଆ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି ।

ରୋଶନ୍ନାରା ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି ।

ହାଟପଦାପଡ଼ା ନିକଟସ୍ଥ ବିଭୁତି ପଡ଼ାରେ ଭଡ଼ା ଘରେ ରହନ୍ତି ରୋଶନ୍ନାରା । ରୋଶନ୍ନାରାଙ୍କ ବାପା କେଫାତୁଲ୍ଲା ଖାନ ଜଣେ ଛୋଟ ବ୍ୟବସାୟୀ । କୋଚ୍ ଅରୁଣ ନାୟକଙ୍କ କହିବା ହେଲା, ଏସିଆ କପ୍ ପରେ ଭାରତ-ଅଷ୍ଟ୍ରେଲିଆ ସିରିଜ୍କୁ ଦୃଷ୍ଟିରେ ରଖି ରୋଶନ୍ନାରା କଠିନ ପରିଶ୍ରମ କରିଛି ଏବଂ ଏହି ସିରିଜ୍ ରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଟିମ୍କୁ ସଫଳତା ଦେବା ସେ ଲକ୍ଷ୍ୟ ରଖିଛି ।

ଏହା ସହ ରୋଶନ୍ନାରା ଜଣେ ଭଲ ସ୍ପିନର ହୋଇଥିବାରୁ ଏଥର ରୋଶନ୍ନାରାଙ୍କ ବୋଲିଂ ପ୍ରଦର୍ଶନ ଉଚ୍ଚକୋଟୀର ହେବ ବୋଲି ଶ୍ରୀ ନାୟକ କହନ୍ତି ।
ବଲାଙ୍ଗୀରର ୨୧ ବର୍ଷ ବୟସ୍କା ରୋଶନ୍ନାରା ଚଳିତବର୍ଷ ପ୍ରଥମଥର ପାଇଁ ଶ୍ରୀଲଙ୍କାରେ ଆୟୋଜିତ ୨୦୧୨ ମହିଳା ଟ୍ୱେଂଟି ୨୦ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ଚମତ୍କାର ବୋଲିଂ କରିଥିଲେ ।

ପରେ ଅକ୍ଟୋବରରେ ଚୀନରେ ଆୟୋଜିତ ମହିଳା ଟ୍ୱେଂଟି୨୦ ଏସିଆ କପରେ ମଧ୍ୟ ରୋଶନ୍ନାରା ଭାରତୀୟ ଦଳରେ ସ୍ଥାନପାଇ ଭଲ ପ୍ରଦର୍ଶନ କରିଥିଲେ । ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇବାରେ ରୋଶନ୍ନାରା ୨ୟ ଓଡ଼ିଆ । ତାଙ୍କ ପୂର୍ବରୁ ସେହି ବଲାଙ୍ଗୀରର ମାଧୁରୀ ମେହେଟ୍ଟା ଭାରତୀୟ ଦିନିକିଆ ଦଳରେ ସ୍ଥାନପାଇ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବଲାଙ୍ଗୀର, ମହିଳା ବିଶ୍ୱକପ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version