• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟ୍ରେନ ଧକ୍କାରେ ୬ ହାତୀ ମୃତ

December 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଡିସେମ୍ବର ୩୦(ଓଡିଶା ଡଟ୍ କମ୍ )-ଶନିବାର ଦିନ ରାତି ୧୨.୩୦ ମିନିଟ ସମୟରେ ଗଂଜାମ ଜିଲ୍ଲା ରମ୍ଭା ଅନ୍ତର୍ଗତ ସୁବଳୟା ନିକଟରେ ଝିଙ୍କିରେଡି ଜଙ୍ଗଲରୁ ଆସୁଥିବା ୬ଟି ହାତୀକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା । ଏହି ଘଟଣାରେ ୬ଟିହାତୀ ମୃତ ବରଣ କରିଥିଲେ ।

ଏହି ପଥଦେଇ ହାତୀମାନଙ୍କ ଚଳପ୍ରଚଳ ଚାଲୁଥିଲେ ମଧ୍ୟ କତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ମର୍ମନ୍ତୁଦ ଘଟଣା ଘଟିଛି । ହାତୀଙ୍କ ମୃତୁ୍ୟ ଖବର ପାଇ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ଖଲିକୋର୍ଟ ରେଂଜର ବିଜୟ କୁମାର ହୋତା,ରେଳବାଇ ପୋଲିସ ଓ ଅନ୍ୟ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେମାନେ ହାତୀଗୁଡିକର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ୟବସ୍ଥା କରିଥିଲେ । କେଉଁ କାରଣରୁ ଏକକାଳୀନ ୬ଟି ହାତୀଙ୍କର ମୃତ୍ୟୁ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଏହି ଦୁର୍ଘଟଣାରେ ଜଣେ କଂଟ୍ରାକ୍ଟରଙ୍କ ଦ୍ୱାରାନିଯୁକ୍ତ ଜଣେ ବେଡ ରୋଲ ଆଟେଣ୍ଡାଂଟ ଜଗତସିଂହପୁରର ରଣଜିତ ଜେନାଙ୍କ ମୃତ୍ୟୁ ଘଟିଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏ ଘଟଣା ପାଇଁ ଏକ ବୈଠକ ଡାକିଛନ୍ତି ।

ଜଙ୍ଗଲମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି ଯେ,ରେଳବାଇ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟୁଛି । ଅନ୍ୟପକ୍ଷରେ ପୂର୍ବତଟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀ ରବି ନାରାୟଣ ମହାପାତ୍ର କହିଛନ୍ତି ଯେ,ଏ ଘଟଣା ପାଇଁ ବନ ବିଭାଗ ଦାୟୀ । ହାତୀପଲ ସେହି ଅଂଚଳ ଦେଇ ଯାତାୟାତ କରୁଥିବା ସଂପର୍କରେ ଯଥେଷ୍ଟ ପୂର୍ବରୁ ରେଳବାଇ ପାଖରେ ସୂଚନା ନଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଟ୍ରେନ ଧକ୍କା, ହାତୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version