• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ର ସହଯୋଗ ଜାରି ରହିବ

January 12, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୨(ଓଡିଶା ଡଟ୍ କମ୍)-ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୟୁନିସେଫ୍ ର ସହଯୋଗ ଜାରି ରହିବ । ଏ ନେଇ ୟୁନିସେଫ୍ ର ଭାରତ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେହି କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାରେ ୟୁନିସେଫ୍ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ ।

ଓଡିଶାରେ ୟୁନିସେଫ୍ ତରଫରୁ ୨୦୧୩-୧୪ ବର୍ଷରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ କାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ର ସହେଯାଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୟୁନିସେଫ୍ ଓଡିଶା ମୁଖ୍ୟ ୟୁମି ବାଏ ଓଡିଶାରେ ତାଙ୍କର ସହେଯାଗ ସଂପର୍କରେ ଆଲୋକପାତ କରିଥିଲେ ।

ଓଡିଶାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ୨୦୧୭ ମସିହା ସୁଦ୍ଧା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ ପୁରଣ ଏବଂ ୨୦୧୫ ମସିହା ସୁଦ୍ଧା ମିଲେନିୟମ୍ ଡେଭଲପମେଣ୍ଟ ଲକ୍ଷ୍ୟର ୪,୫ ଓ ୬କୁ ହାସଲ କରାଯିବା ସହିତ ହାସଲ କରାଯାଇ ପାରିଥିବା ମିଲେନିୟମ୍ ଡେଭଲପମେଣ୍ଟ ଲକ୍ଷ୍ୟକୁ ୨୦୧୫ ମସିହା ପରେ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ ।

ବର୍ତ୍ତମାନ ରାଜ୍ୟରେ ଆନୁଷ୍ଠାନିକ ପ୍ରସବ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏକଦା ୩୦ ରୁ ୩୨ ପ୍ରତିଶତ ଥିବା ଆନୁଷ୍ଠାନିକ ପ୍ରସବ ହାର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ବହୁ ବିଧ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହିତ ଆଶା ମାନଙ୍କ ମୂତୟନ ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଛୁଇଁବାକୁ ବସିଲାଣି ।

ସେହି ଦୃଷ୍ଟିରୁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କର ଲେବର ରୁମ୍ ଏବଂ ଓ.ଟି ଗୁଡିକୁ ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଅନୁଯାୟି କରାଯିବା ସହିତ ଅଧିସ୍ୱୀକୃତି କରାଯିବ । ଏହା କରାଗଲେ ଓଡିଶା ଏ ନେଇ ଦେଶର ପ୍ରଥମ ରାଜ୍ୟ ହେବ ।

ଆହୁରି ମଧ୍ୟ ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମୃତ୍ୟୁ ସଂପର୍କରେ ସମୀକ୍ଷା କରାଯାଇ କାରଣ ଓ ନିରାକରଣ ବାହର କରାଯିବ । ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ପ୍ରତିଷ୍ଠା କରାଯାଇଥିବା ଏସ୍.ଏନ୍.ସି.ୟୁ ଗୁଡିକ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଯଥେଷ୍ଟ ସହାୟକ ହୋଇ ପାରିଛି ।

ତେବେ ଏସ୍.ଏନ୍.ସି.ୟୁ ମାନଙ୍କରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରୁଥିବା ଶିଶୁମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ୟୁନିସେଫ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣବତା ବୃଦ୍ଧି ଓ ବଜାୟ ରଖାଯିବା , ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟମରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ସୁଯୋଗ ଆଦି ସହିତ ଏଚ୍.ଆଇ.ଭି-ଏଡସ୍ . ପୁଷ୍ଟୀ, ପାନୀୟ ଜଳ , ପରିମଳ ଏବଂ ଦୁର୍ଦଶା ଜନିତ ସମୟରେ ସ୍ୱାସ୍ଥ୍ୟସେବାର କ୍ଷୟକ୍ଷତି କମ୍ କରିବା ଦିଗରେ ତାର ସହଯୋଗ ଜାରି ରଖିବ ବୋଲି ୟୁନିସେଫ୍ ଓଡିଶା ମୁଖ୍ୟ ସୂଚନା ଦେଇଥିଲେ ।

ତେବ ୟୁନିସେଫ୍ ର ବାର୍ଷିକ ବ୍ୟୟବରାଦ କ୍ରମଶଃ ହ୍ରାସ ପାଇ ଚାଲିଥିବାରୁ ଏଥି ପ୍ରତି ଦୃଷ୍ଟି ଦେଇ ଅଧିକ ବ୍ୟୟବରାଦ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡା , ଅତିରିକ୍ତ ଶାସନ ସଚିବ ଶିବବ୍ରତ ଦାଶ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ବାଳକୃଷ୍ଣ ପଣ୍ଡା , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ଏନ୍.କେ.ଦାସ , ୟୁନିସେଫର ଡାଃ ସେନ୍ ଏବଂ ଡାଃ ମିନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ୟୁନିସେଫ୍, ରାଜ୍ୟ ସ୍ୱାସ୍ଥ୍ୟସେବା, ଶିଶୁ ମୃତ୍ୟୁହାର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version