• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟେଲି-ମେଡିସିନ୍ ନେଟୱାର୍କ ସୁଦୃଢୀକରଣ ସଂପର୍କରେ ବୈଠକ

January 16, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡ଼ିଶା ଡ଼ଟ୍ କମ୍)- ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଟେଲିମେଡିସିନ୍ ନେଟୱାର୍କକୁ ଅଧିକ ସୁଦୃଢ କରାଯିବା ନେଇ ଗତ କାଲି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଟେଲିମେଡିସିନ୍ ନେଟୱାର୍କର କାର୍ଯ୍ୟକାରୀତା ସଂପର୍କରେ ପୁଂଖାନୁ ପୁଂଖ ଆଲୋଚନା କରାଯାଇ ଏହାକୁ ଅଧିକ ସୁଦୃଢ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ବୈଠକ ବିବରଣୀରୁ ପ୍ରକାଶ ଯେ ଜିଲ୍ଲା ସ୍ତରରେ ଥିବା ଟେଲି ମେଡିସିନ୍ ନୋଡ୍ ମାଧ୍ୟମରେ ପ୍ରତି ସପ୍ତାହରେ ଅନ୍ୟୁନ ୫ ଜଣ ରୋଗୀଙ୍କର ଚିକିତ୍ସା ବ୍ୟବସ୍ଥା କରିବେ । ଜିଲ୍ଲା ସ୍ତରରେ ଟେଲି ନୋଡ୍ର ତଦାରଖ ଓ ମନିଟରିଂ ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ପାହ୍ୟାର ଜଣେ ଅଧିକାରୀଙ୍କୁ ଉପମୁଖ୍ୟ ନୋଡାଲ ଅଧିକାରୀ ଭାବେ ଚିହ୍ନଟ କରାଯିବ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରୁ ମେଡିକାଲ କଲେଜ ଓ ହସପିଟାଲକୁ ରୋଗୀଙ୍କୁ ରେଫର କରିବା ପୂର୍ବରୁ ଟେଲିମେଡିସିନ୍ ର ସହାୟତା ନିଆଯିବାକୁ ନିଷ୍ପତ୍ତି ହୋଇଛି । ଫଳରେ ରେଫର ହାର କମ୍ ହେବା ସହିତ ମେଡିକାଲ କଲେଜ ଓ ହସପିଟାଲ ମାନଙ୍କରେ ରୋଗୀଙ୍କ ଭିଡ କମ୍ ହୋଇ ପାରିବ ।

ସେହିପରି ମେଡିକାଲ କଲେଜ ଓ ହସପିଟାଲ ମାନଙ୍କରୁ ଚିକିତ୍ସା ପରେ ଡିସ୍ଚାର୍ଯ ହେଉଥିବା ରୋଗୀମାନେ ସେମାନଙ୍କର ପରବର୍ତ୍ତି ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇ ମେଡିକାଲ କଲେଜକୁ ଆସିବା ପରିବର୍ତ୍ତେ ଜିଲ୍ଲାସ୍ତରରେ ଟେଲିମେଡିସିନ୍ ନେଟୱାର୍କ ମାଧ୍ୟମରେ ପରାମର୍ଶ ଆଦି କରିପାରିବେ ।

ଏ ନେଇ ସେମାନେ ମେଡିକାଲ କଲେଜ ଓ ହସପିଟାଲରୁ ଡିସ୍ଚାର୍ଯ ହେବା ସମୟରେ ସେମାନଙ୍କ ଡିସ୍ଚାର୍ଯ ସାର୍ଟିଫିକେଟରେ ପରାମର୍ଶ ଲେଖିବାକୁ ନିଷ୍ପତ୍ତି ହୋଇଛି ।

ଓଡିଶାରେ ସରକାରୀ ଭାବେ କାର୍ଯ୍ୟକରୁଥିବା ସମସ୍ତ ଟେଲିମେଡିସିନ୍ ନୋଡ୍ ଗୁଡିକୁ ଏସ୍.ପି.ଜି.ଆଇ.ଏମ୍.ଏସ୍ ଲକ୍ଷୌ     ସହିତ ସିଧାସଳଖ ସଂଯୋଗ ବ୍ୟବସ୍ଥା କରାଯିବ ।

ଏ ନେଇ ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯିବ । ଆହୁରି ମଧ୍ୟ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ନିର୍ମାଣାଧୀନ ଟେଲିମେଡିସିନ୍ ରିସୋର୍ସ କେନ୍ଦ୍ରର ନିର୍ମାଣକାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇ ଆସନ୍ତା ମାର୍ଚ୍ଚ ମାସରେ ଏହାକୁ କାର୍ଯକ୍ଷମ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧା , ଏସ୍.ସି.ବି ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର (ଡାଃ) ପି.ସି ମହାପାତ୍ର , ଡି.ଏମ୍.ଇ.ଟି ଡାଃ ସୋନାମଣି ବାଗ୍ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଏନ୍.କେ.ଦାସ , ଉପଶାସନ ସଚିବ କୁଳମଣି ମିଶ୍ର ଏବଂ ପ୍ରଫେସର ବି.ଏନ୍ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଟେଲି-ମେଡିସିନ୍ ନେଟୱାର୍କ, ମେଡିକାଲ କଲେଜ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version