ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ଆଜି “ଫିନ୍ସ” ର ଓଡିଶା ଶାଖା ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ଅବସର ପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ମିଶ୍ର, ଉପସଭାପତି ଭାବେ କର୍ଣ୍ଣେଲ କ୍ରୀଷ୍ଣ ମୋହନ ଆଚାର୍ଯ୍ୟ, ସାଧାରଣ ସଂପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି ଓ କୋଷାଧ୍ୟକ୍ଷ ଉମେଶ ଖଣ୍ଡେଲୱାଲ ପ୍ରମୁଖ ଦଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି ସଂଗଠନର ମିଡିଆସେଲ ରାଜ୍ୟ ସଂପାଦକ ଶ୍ରୀ ଅଶୋକ ସାହୁ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନ ସମ୍ମୀଳନୀ କକ୍ଷରେ “ଓଡଶା ଉପକୂଳ ଓ ସୁରକ୍ଷା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଯୋଗଦେଇ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ଶ୍ରୀ ଭେଙ୍କଟେଶ୍ୱର ମାଧବ ପାଟିଲ୍ ଦେଶର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ ।
ସୀମା ସମସ୍ୟା ବିଶେଷତଃ ଅନ୍ତଃ ରାଷ୍ଟ୍ରୀୟ ଜଳ ସୀମା ପ୍ରତି ଚୀନପଟୁ ବିପଦ ଥିବାର ସତର୍କ କରାଇ ଦେଇଥିଲେ । ଓଡିଶା ଉପକୂଳରେ ଚାନ୍ଦିପୁର ଘାଟିର ଅବସ୍ଥିତ ଓଡିଶା ପ୍ରତି ବିପଦ ସଂକୁଳ ପରିବେଶ ସୃଷ୍ଟି କରୁଛି ବୋଲି ପ୍ରକାଶକରି ସେ ଉପଯୁକ୍ତ ବ୍ୟବସ୍ଥା ବିଷୟରେ ସମ୍ୟକ ଆଲୋଚନା କରିଥିଲେ ।
ଅବସରପ୍ରାପ୍ତ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ମିଶ୍ର ନକ୍ସଲ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ବାଂଲାଦେଶୀମାନଙ୍କ ଅନୁପ୍ରବେଶ ସଂପର୍କରେ ଚେତାଇ ଦେଇଥିଲେ ।
ସୁରକ୍ଷା ବିଶେଷଜ୍ଞ ଶ୍ରୀ ଇନ୍ଦ୍ରେଶ କୁମାର ସୀମା ସୁରକ୍ଷା ଓ ଅନୁପ୍ରବେଶ ଉପରେ ସ୍ୱତନ୍ତ୍ର ଆଲୋକପାତ କରିଥିଲେ । ଜାଲନୋଟ କାରବାର ଓ ନିଶା ଦ୍ରବ୍ୟର ଅବାଧ ଚାଲାଣ ସୀମାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୀମାରେ ସେନା ଓ ଅର୍ଦ୍ଧ ସୈନିକ ବଳଙ୍କର ଯେତିକି ଆବଶ୍ୟକତା ଅଛି,ସେଠାରେ ବାସ କରୁଥିବା ଜନସାଧାରଣଙ୍କର ମଧ୍ୟ ସେତିକି ଭୂମିକା ରହିଛି ।
ଦେଶର ସ୍ୱତନ୍ତ୍ର ବାହ୍ୟସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ଓ ସୀମା ସୁରକ୍ଷା ଉପରେ ସ୍ୱତନ୍ତ୍ରନୀତି ପ୍ରଣୟନ ପାଇଁ ଫିନ୍ସ ଦାବୀ କରେ ବୋଲି ଯୁକ୍ତି ବାଢିଥିଲେ । କୌଣସି ଆତଙ୍କବାଦୀ ହତିୟାର ସହ ଦେଶରେ ନପଶନ୍ତୁ, ଯଦି ଅଛନ୍ତି ସେମାନେ ବଞ୍ଚି ନ ରହନ୍ତୁ । ସେଥିପାଇଁ ସ୍ୱତନ୍ତ୍ରନୀତି ପ୍ରଣୟନ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଓଡିଶା ଡଟ୍ କମ୍
Leave a Reply