• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଦ୍ମ ପୁରସ୍କାର:ଏଥର ଓଡ଼ିଶାରୁ ୪ଜଣ

January 26, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୬,(ଓଡିଶା ଡଟ୍ କମ୍)-କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଘୋଷିତ ପଦ୍ମ ପୁରସ୍କାର ମଧ୍ୟରୁ ଏଥର ଓଡ଼ିଶାର ୪ଜଣ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପଦ୍ମବିଭୂଷଣ ଲାଗି ମୋଟ ୪ଜଣ ମନୋନୀତ ହୋଇଥିବାବେଳେ ସେଥିରୁ ଓଡ଼ିଶାର ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ର ରହିଛନ୍ତି ।

kailash

ଏହାଛଡା ବାନ୍ଧଶିଳ୍ପୀ କୈଳାସଚନ୍ଦ୍ର ମେହେର, ଡାକ୍ତର ତାରାପ୍ରସାଦ ଦାସ ଓ ଚଳଚ୍ଚିତ୍ର ଫଟୋଗ୍ରାଫର ଅପୂର୍ବ କିଶୋର ବୀର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀ ବୀରଙ୍କ ନାମ ମହାରାଷ୍ଟ୍ର ସରକାର ସୁପାରିସ କରିଥିବା ଜଣାପଡିଛି ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯେଉଁ ୧୦୮ଜଣ ଲୋକଙ୍କ ନାମକୁ ପଦ୍ମ ପୁରସ୍କାର ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ପଦ୍ମ ବିଭୂଷଣ, ୨୪ଜଣଙ୍କୁ ପଦ୍ମଭୂଷଣ ଓ ୮୦ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।

ଚଳଚ୍ଚିତ୍ର ଜଗତରୁ ଦିବଂଗତ ଅଭିନେତା ରାଜେଶ ଖାନ୍ନା, ଅଭିନେତ୍ରୀ ଶର୍ମିଲା ଟାଗୋର, ଶ୍ରୀଦେବୀ, ନାନା ପାଟେକର, ଖ୍ୟାତନାମ ହାସ୍ୟଅଭିନେତା ଦିବଂଗତ ଯଶପାଲ ଭଟ୍ଟି, ଫେଶନ ଡିଜାଇନର ରିତୁ କୁମାର, କ୍ରିକେଟ ଜଗତରୁ ରାହୁଳ ଦ୍ରାବିଡଙ୍କ ସମେତ ମୋଟ ୧୦୮ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ।

ପଦ୍ମ ପୁରସ୍କାରକୁ ଦେଶର ସବୁଠାରୁ ବଡ଼ ବେସାମରିକ ପୁରସ୍କାର ଭାବେ ବିବେଚନା କରାଯାଇଥାଏ । ପଦ୍ମ ପୁରସ୍କାର ପାଉଥିବା ବ୍ୟକ୍ତିଙ୍କ ମଧ୍ୟରେ କଳାକ୍ଷେତ୍ରରୁ ସର୍ବାଧିକ ୩୪ଜଣ, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରୁ ୧୯ଜଣ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରୁ ୧୫ଜଣ, ଚିକିତ୍ସା କ୍ଷେତ୍ରରୁ ୧୪ଜଣ, ଖେଳ ଜଗତରୁ ୮ଜଣ, ବ୍ୟାପାର ଓ ଉଦ୍ୟୋଗ କ୍ଷେତ୍ରରୁ ୭ଜଣ, ସାମାଜିକ କାର୍ଯ୍ୟ କ୍ଷେତ୍ରରୁ ୬ଜଣ, ପ୍ରଶାସନିକ ସେବା କ୍ଷେତ୍ରରୁ ୨ଜଣ, ସାର୍ବଜନିକ କ୍ଷେତ୍ରରୁ ଜଣେ ରହିଛନ୍ତି ।

ରାଷ୍ଟ୍ରପତି ମାର୍ଚ୍ଚ ବା ଏପ୍ରିଲ ମାସରେ ମନୋନୀତ ବ୍ୟକ୍ତିଙ୍କୁ ଏକ ଉତ୍ସବରେ ପୁରସ୍କୃତ କରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ସାହିତ୍ୟ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version