• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅବହେଳିତ ଶିଶୁଙ୍କ ପାଇଁ ଆଦ୍ୟ ଶୈଶବ କେନ୍ଦ୍ର ଆରମ୍ଭ

February 17, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୧୭,(ଓଡ଼ିଶା ଡ଼ଟ୍ କମ୍)-ସ୍ଥାନୀୟ ବାରଙ୍ଗ ନିକଟବର୍ତୀ ଝିଙ୍ଗରଡିହା ଗ୍ରାମରେ ଥିବା ବିଭିନ୍ ଇଟାଭାଟିରେ କାମ କରୁଥିବା ପରିବାରର ପିଲାମାନଙ୍କ ପାଇଁ ହମାରା ବଚପନ ସହୟତାରେ ସ୍ୱେଚ୍ଛାସେବୀ ସଂସ୍ଥା ଏଡ୍ ଏଟ୍ ଆକ୍ସନ ଏକ ଆଦ୍ୟ ଶୈଶବ ଶିକ୍ଷା ତଥା ବିକାଶ କେନ୍ଦ୍ରର ଆରମ୍ଭ କରିଛି ।

IMG_0121

ଏହି କେନ୍ଦ୍ରରେ ପାୟ ୬୫ଜଣ ୩-୬ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇପାରିବେ ତଥା ସେଠାରେ ସେମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ପରିବେଶ ପ୍ରଦାନ କରାଯିବାର ସମସ୍ତ ଚେଷ୍ଟା କରାଯିବ ।

ଭୁବନେଶ୍ୱର ଉପକଣ୍ଠସ୍ଥ ବିଭିନ୍ନ ଇଟାଭାଟିରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଏହି ପରିବାରମାନେ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରୁ ଆସିଥାନ୍ତି । ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନାନା ବିଧ ଯୋଜନାମାନ ଥିଲେ ମଧ୍ୟ ଏହି ଅସ୍ଥାୟୀ ଶିଶୁମାନେ ତନ୍ମଧ୍ୟରୁ ଲାଭବାନ ହୋଇପାରନ୍ତି ନାହିଁ ।

ତେଣୁ ସେମାନଙ୍କର ଅର୍ଦ୍ଧାଧିକ ପିଲାଦିନ ଏହି ଇଟାଭାଟିରେ ବିନା ଶିକ୍ଷା ଓ ସୁରକ୍ଷାରେ କଟିଯାଇଥାଏ । ବର୍ଷର ୬-୭ ମାସ ଏହି ପିଲାମାନେ ଇଟାଭାଟିରେ ପ୍ରାୟ କଟାଇଥାନ୍ତି ।

ସେହି ପିଲାମାନଙ୍କ ସୁସ୍ଥ ସୁରକ୍ଷିତ ପିଲାଦିନକୁ ଆହୁରି ସୁରକ୍ଷିତ କରିବା ପାଇଁ ହମାରା ବଚପନ ସହାୟତାରେ ଏଡ୍ ଏଟ୍ ଆକ୍ସନ ପକ୍ଷରୁ ଏକ ଆଦ୍ୟ ଶୈଶବ ସୁରକ୍ଷା ବିକାଶ ଓ ଶିକ୍ଷା କେନ୍ଦ୍ର ଖୋଲାଯାଇଛି ।

ଏହି ପରି ଆହୁରି ୧୪ଟି ସ୍ଥାନୀୟ ଇଟା ଭାଟି ଅଞ୍ଚଳରେ ୮ଟି କେନ୍ଦ୍ର ଖୋଲାଯାଉଛି ଯାହାକି ପ୍ରାୟ ୭୦୦ ଏହିଭଳି ପିଲାଙ୍କୁ ସୁସ୍ଥ ତଥା ସୁରକ୍ଷିତ ପରିବେଶ ଓ ଶିକ୍ଷା ପ୍ରଦାନ କରିପାରିବ । ତେବେ ଏହି ଝିଙ୍ଗରପଡାର ବିଆଇସିସି ଇଟାଭାଟିର ମାଲିକ ଏ କେନ୍ଦ୍ର ପାଇଁ ଆବଶ୍ୟକ ସ୍ଥାନ ଓ ଭିତିଭୂମି ଯୋଗାଇଦେଇଛନ୍ତି ।

ସେହିପରି ଅନ୍ୟାନ ଭାଟି ମାଲିକମାନେ ମଧ୍ୟ ଏହିପରି ସହାୟତା ପ୍ରଦାନ କରିବେ ବୋଲି ହମାରା ବଚପନର ମୁଖ୍ୟ ମିହିର ମହାନ୍ତି ପ୍ରକାଶ କରିଛନ୍ତି ଏବଂ ସମଗ୍ର ରାଜ୍ୟରେ ଏପରି ଉଦ୍ୟମ ପ୍ରଥମ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ସହରାଞ୍ଚଳ ବସ୍ତିରେ ବାସ କରୁଥିବା ଶିଶୁମାନଙ୍କର ପିଲାବେଳକୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଶିଶୁ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଅଭିଯାନ ହେଉଛି ହମାରା ବଚପନ ।

ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ତାହାର ପିଲାଦିନବା ଶୈଶବ । ଏହି ଶୈଶବ ସମୟରେ ଶିଶୁଟିର ସବୁପ୍ରକାର ବିକାଶ ଘଟିଥାଏ ।

ଏହି ସମୟରେ ତାହାର ବିକାଶ ଲାଗି ସୁସ୍ଥ ଓ ସୁରକ୍ଷିତ ପରିବେଶ ନ ମିଳିଲେ ହୁଏତ ତାହାର ଭବିଷ୍ୟତ ଅନିଶ୍ଚିତତା ଆଡକୁ ଯାଇପାରେ । ତେବେ ସରକାରୀ ସ୍ତରରେ ଏହି ଶିଶୁ ମାନଙ୍କ ଲାଗି ଆଇନ ପ୍ରଣୟନର ବ୍ୟବସ୍ଥା ଲାଗି ହମାରା ବଚପନ ତାହାର ଉଦ୍ୟମ ଆରମ୍ଭ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପରିବେଶ, ଶିଶୁ ବିକାଶ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version