• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶାହା କମିଶନ ନିକଟରେ ପକ୍ଷ ରଖିଲେ ଖଣିଧାରୀ

February 28, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୮(ଓଡ଼ିଶା ଡ଼ଟ୍ କମ୍), ବୁଧବାର ଏଠାରେ ଆରମ୍ଭ ହୋଇଥିବା ଶାହା କମିଶନଙ୍କ ଶୁଣାଣିର ପ୍ରଥମ ଦିନରେ ବିଭିନ୍ନ ଖଣିଧାରୀ ସେମାନଙ୍କର ପକ୍ଷ ରଖିଛନ୍ତି ।

ଖଣି ଦୁର୍ନୀତିର ତଦନ୍ତ କରୁଥିବା ଏହି କମିଶନ ପାଖରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ନିଜର ସଫାଇ ଦେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରି ବହୁ ଖଣିଧାରୀ ପୂର୍ବରୁ ଆବେଦନ କରିଥିଲେ ।

କମିଶନ ଏହି ଶୁଣାଣି କରିବା ପାଇଁ ଓଡ଼ିଶା ଆସିଛନ୍ତି । ବିବାଦୀୟ ଖଣି ଅଞ୍ଚଳର ଚିହ୍ନଟ ଉପଗ୍ରହ ଚିତ୍ର ସାହାଯ୍ୟରେ କରାଯାଇଥିବାରୁ ଏହାର ସଠିକତା ଉପରେ ଖଣିଧାରୀମାନେ ନିଜ ଓକିଲଙ୍କ ଜରିଆରେ ପ୍ରଶ୍ନ ଉଠାଇଥିଲେ ।

ସେମାନେ ଆଉଥରେ ଖଣି ଅଞ୍ଚଳ ପରିଦର୍ଶନ କରି ଏହାର ସାନି ଯାଞ୍ଚ ଦାବି କରିଥିଲେ । କମିଶନ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଥିବା କୁହାଯାଇଛି । ଠିକ୍ ସେହିପରି ବିଭିନ୍ନ ସମୟରେ ସେମାନେ ସରକାରଙ୍କ ନିର୍ଦେଶାନାମା ସବୁ ପାଳନ କରି ଆସିଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ କରାଯାଉଛି ବୋଲି ଦର୍ଶାଇଛନ୍ତି ।

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।

ଖଣିଧାରୀମାନଙ୍କ ପକ୍ଷରୁ ଯେଉଁ ବରିଷ୍ଠ ଓକିଲ ପକ୍ଷ ରଖୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରାମ ଜେଠ୍ ମଲାନି,ଏ.ବି.ଦିୱାନ,ଗୋପାଳ ଶୁଭ୍ରମନ୍ୟମ୍ ଓ ପିନାକୀ ମିଶ୍ର ।

ଏଠାରେ ଉଲେଖଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଖଣିଦୁର୍ନୀତି ତଦନ୍ତ ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୧୦ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ୍.ବି.ଶାହା ଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରିଛନ୍ତି ।

ଏହି କମିଶନ ଗୋଆ ଏବଂ କର୍ଣ୍ଣାଟକ ଭଳି ଖଣିଜସମ୍ପଦ ଭରପୂର ରାଜ୍ୟ ମାନଙ୍କରେ ତଦନ୍ତ କଲାପରେ ଓଡ଼ିଶାରେ ୨୦୧୧ରୁ ତଦନ୍ତ ଆରମ୍ଭ କରିଛନ୍ତି । ଜ.ଶାହା ନିଜେ କମିଶନ ବିଶେଷଜ୍ଞ ଦଳ ସହ ଡ଼ିସେମ୍ବର୨୦୧୧ରେ ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳ ଗସ୍ତ କରିଥିଲେ ।

ଚଳିତ ଗସ୍ତ ଶାହାଙ୍କ ଦ୍ୱିତୀୟଗସ୍ତ ହୋଇଥିବା ବେଳେ କମିଶନ ବିଶେଷଜ୍ଞମାନେ ରାଜ୍ୟକୁ ଗତବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ତଦନ୍ତ ପାଇଁ ଆସିଥିଲେ । କମିଶନଙ୍କର କାର୍ଯ୍ୟକାଳ ୧୬ ଜୁଲାଇ ୨୦୧୨ରେ ଶେଷ ହେଉଥିବାରୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ପାଇଁ ଏହା କାର୍ଯ୍ୟକାଳ ବୃଦ୍ଧି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ଖଣିଦୁର୍ନୀତି, ଭୁବନେଶ୍ୱର, ଶାହା କମିଶନ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version