• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମିଛ ମାମଲାରେ ମାନବାଧିକାର କର୍ମୀଙ୍କୁ ୭୦ ଦିନ ଜେଲ୍ !

January 29, 2014 by ଓଡିଶା ଡଟ କମ Leave a Comment

୨୯ ଜାନୁଆରୀ (ଓଡିଶା ଡ଼ଟ୍ କମ୍)-ଦିଲ୍ଲୀରେ ରହୁଥିବା ଓଡିଆ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କୁ ଢେଙ୍କାନାଳ ପୋଲିସ୍ ମିଛ କେସ୍ ରେ ସାଇବା ଘଟଣା ଏବେ ପୁଲିସ୍ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁଲିସର ବର୍ବରତା ବିରୋଧରେ ଭଜମନ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ।

ଏନଏଚଆରସିଙ୍କ ନିଦେ୍ର୍ଧଶ ପରେ ଏହି ଘଟଣାର ଦୁଇ ଦୋଷୀ ପୁଲିସ୍ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।ଦୋଷୀ ପୁଲିସ୍ ଙ୍କୁ ବରଖାସ୍ତ ଦାବି୨୦୧୩ ଅଗଷ୍ଟରେ ଢେଙ୍କାନାଳ ଜିଲ୍ଲା ତୁମୁସିଂଘା ଥାନା ଅନ୍ତର୍ଗତ ଟାଙ୍ଗର ଗାଁରେ ଗୌରାଙ୍ଗ ଚରଣ ପୃଷ୍ଟି(୨୨)ଙ୍କ ମୃତ ଦେହ ଗାଁ କେନାଲ ନିକଟରୁ ଉଦ୍ଧାର ହୋଇଥିଲା ।

ଏହା ଏକ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ଅଭିଯୋଗ କରିଥିଲେ ଓ ଏ ସମ୍ପର୍କରେ ଦିଲ୍ଲୀରେ ଥିବା ଭଜମନ ବିଶ୍ୱାଳଙ୍କୁ ଜଣାଇଥିଲେ । ଭଜମନ ସେଠାରେ ଥାଇ ଏହାର ଉପଯୁକ୍ତ ତଦନ୍ତ ପାଇଁ ଲଗାତାର ଦାବି କରିଥିଲେ । ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ପୁଲିସ ଏହି ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରୁ ଡକାଇଥିଲା ।

ଭଜମନ ଓଡିଶା ଆସିବା ପରେ ୧୩ ତାରିଖରେ ତୁମୁସିଂଘା ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ଓ ଅନ୍ୟ ପୁଲିସ ଅଧିକାରୀମାନଙ୍କ ସହ କେନାଲ ନିକଟକୁ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ କାମାକ୍ଷାନଗର ତତ୍କାଳୀନ ଏସ୍ଡିପିଓ ରାଜକିଶୋର ଦୋରା, ସବ କଲେକ୍ଟର ନରହରି ସେଠୀ ଓ ଅନ୍ୟ ୫୦୦ ରୁ ଅଧିକ ପୁଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ ।

ଉତ୍ୟକ୍ତ ଲୋକେ ପୁଲିସର ନିଷ୍କ୍ରିୟତା ଓ କାର୍ଯାନୁଷ୍ଠାନରେ ବିଳମ୍ବକୁ ବିରୋଧ କରିବାରୁ ପୁଲିସ ଚତୁରତାର ସହିତ ସେଠାରୁ ଚାଲି ଖସିଆସିବାକୁ ଉଦ୍ୟମ କରିଥିଲା । ଘଟଣାର ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ଭଜମନଙ୍କୁ ପଣ୍ଡୁଆ କୁ ଆସିବାବାଲାଗି ଅନୁରୋଧ କରିଥିଲା ।

ଭଜମନ ଓ ଗାଁର ଅନ୍ୟ ୭ ଜଣ ଲୋକ ପଣ୍ଡୁଆକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ୨ ଲକ୍ଷ ଟଙ୍କା ଯାଚିବା ସହ ମାମଲାରୁ ଓହରି ଯିବା ପାଇଁ କହିଥିବା ଭଜମନ ଅଭିଯୋଗ କରିଛନ୍ତି । ସେ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ମାଡମାରିବା ସହ ମିଛ ମାମଲା ରୁଜୁ କରି ତାଙ୍କ ସହ ପାଞ୍ଚ ଜଣଙ୍କୁ କାମାକ୍ଷାନଗର ସବ୍ ଜେଲ ପଠାଇଥିଲା । ସେମାନଙ୍କ ଠାରୁ ପୁଲିସ ୫ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ, ଏଟିଏମ୍, ପ୍ୟାନ କାର୍ଡ ଦୁଇଟି ସୁନା ଚେନ୍ ଆଦି ନେଇ ଯାଇଥିଲା । ଏଭଳିକି ତାଙ୍କ ପାଇଁ କୌଣସି ଓକିଲ ମକଦ୍ଧମା ନ ଲଢିବାକୁ ଓଆଇସି ଶ୍ରୀ ଲେଙ୍କା ସ୍ଥାନୀୟ ବାର ଆସୋସିଏସନ୍କୁ ଚିଠି ଲେଖିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କହିଥିଲେ, ୭୦ ଦିନ ପରେ ୨୦୧୩ ନଭେମ୍ବର ୨୧ରେ ଭଜମନ ଜେଲ୍ ରୁ ଜାମିନରେ ଆସିଲେ । ପୁଲିସ୍ ର ଏହି ବେଆଇନ କାର୍ଯ୍ୟ ବିରୋଧରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

କମିଶନଙ୍କ ନିଦେ୍ର୍ଧଶ ପରେ ପୁଲିସ୍ ସେଠାରେ ରିପୋର୍ଟ ଦାଖଲ କରିଥିଲା । ସେଥିରେ ଭଜମନଙ୍କ ଅଭିଯୋଗ ମିଛ ବୋଲି ପୋଲିସ୍ କହିଥିଲା । କିନ୍ତୁ ପୁଲିସ୍ ର ମିଛ ଯୁକ୍ତି ବିରୋଧରେ ଭଜମନ ପ୍ରମାଣ ଭିତିକ ଯୁକ୍ତି କମିଶନଙ୍କ ନିକଟରେ ରଖିଥିଲେ । ଏହାରେ କମିଶନ ପୋଲିସ୍ ରିପୋର୍ଟକୁ ଅଗ୍ରାହ୍ୟ କରି ଘଟଣାର ତଦନ୍ତ ସିବିଆଇ/ସିଆଇଡି ଦ୍ୱାରା କରାଇବାକୁ ନିଦେ୍ର୍ଧଶ ଦେଇଛନ୍ତି । ନିକଟରେ ଭୁବନେଶ୍ୱର ହୋଇଥିବା ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣୀ ହୋଇଥିଲା ।

ଭଜମନ କହିଥିଲେ ଯେ, ତାଙ୍କୁ ପୋଲିସ୍ ମିଛ ଏନକାଉଣ୍ଟରରେ ମାରିଦେବାକୁ ଚେଷ୍ଟା କରୁଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜଣାଇଥିଲେ । ସେଠାରେ କମିଶନ ପୋଲିସ୍ ର ଏହି କାର୍ଯ୍ୟ ଉରେ ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଏଚଆରିସି ଅତିରିକ୍ତ ଡିଜି ଅମ୍ରିତମୋହନ ପ୍ରସାଦ, ତାଳଚେର ରେଞ୍ଜ ଡିଆଇଜି, ଢେଙ୍କାନାଳ ଏସିପି ଓ ଜିଲ୍ଲାପାଳ କମିଶନଙ୍କୁ କିଛି କହିପାରିନଥିଲେ । ତାଙ୍କୁ ସୁରକ୍ଷା ଯୋଗାଇବା ଉପରେ ବିଚାର କରିବାକୁ କମିଶନ ଗୃହ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ।

କମିଶନଙ୍କ ନିଦେ୍ର୍ଧଶ ରେ ଘଟଣାର ମୁଖ୍ୟ ନାୟକ ତଥା ତୁମୁସିଂଘା ଥାନାର ତତ୍କାଳିନ ଅଧିକାରୀ ଲିଙ୍ଗରାଜ ଲେଙ୍କା, ତତ୍କାଳୀନ ଏସ୍ଆଇ ମଧୁସ୍ମିତା ବେହେରା, ତତ୍କାଳୀନ କାମାକ୍ଷାନଗର ଏସ୍ଡିିଓ ରାଜକିଶୋର ଦୋରା ଓ ଏଏସପି ମନୋରଂଜନ ମହାନ୍ତିଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ଭଜମନଙ୍କୁ କ୍ଷତିପୁରଣ ବାବଦରେ ୫୦ ଲକ୍ଷ ଟଙ୍କା ଦେବାକୁ ଅଖଣ୍ଡ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅଖଣ୍ଡଙ୍କ ସହ ଭଜମନ ଓ ତାଙ୍କ ପତ୍ନୀ ଜଗତଜୀତା ବିଶ୍ୱାଳ, ମୃତ ଗୌରାଙ୍ଗଙ୍କ ଭାଇ ଲକ୍ଷ୍ମଣ କୁମାର ବେହେରା ଏବଂ ପୋଲିସ୍ ନିର୍ଯାତନାର ଶିକାର ହୋଇଥିବା ଟାଙ୍ଗର ଗାଁର କିଛି ପିଡୀତ ଉପସ୍ଥିତ ଥିଲେ ।

(ଓଡିଶା ଡ଼ଟ୍ କମ୍)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ଜେଲ୍, ମାନବାଧିକାର କର୍ମୀ, ସାମ୍ବାଦିକ ସମ୍ମିଳନୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version