
ଓଡିଶା ଡଟ କମ : ଦୁର୍ଗ। ଜେନା
ଟୋକିଓ, ଜୁଲାଇ ୧୪ ( ଓଡିଶା ଡଟ କମ) ଜୁନ ୨୯ ଦିନ ଜାପାନ ର ରାଜଧାନୀ ଟୋକିଓ ରେ ଧୁମଧାମ ରେ ପ୍ରବାସୀ ଓଡିଆ ମାନେ ପାଳନ କରିଛନ୍ତି ରଥ ଯାତ୍ରା।
ଓଡିଶା କମ୍ୟୁନିଟି ଜାପାନ ଟୋକିଓ ପକ୍ଷରୁ ଫନବୋରୀ ପାର୍କ ରେ ଆୟୋଜିତ ଏହି ଯାତ୍ରା ରେ ସାରା ବିଶ୍ୱରୁ ପ୍ରାୟ ଦୁଇଶହ ଭକ୍ତ ଯୋଗ ଦେଇଥିଲେ ।
ଏହି ଯାତ୍ରାରେ ବ୍ୟବହୃତ ରଥ ଓଡିଶା ରେ ତିଆରି କର।ଯ।ଇ ଜାପାନ ନିଆ ଯାଇଥିଲା । ରଥ ଯାତ୍ରା ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ଆରତିରେ ଆରମ୍ଭ ହୋଇଥିଲା ।
ପାରମ୍ପରିକ ନୃତ୍ୟବାଦ୍ୟ ସହ ତିନି ଠାକୁରଙ୍କୁ ରଥକୁ ପହଣ୍ଡି ବିଜେ କରି ଅଣ ଯାଇଥିଲା ।
ଏହି ଉପଲକ୍ଷେ ଜାପାନରେ ଥିବା ଭାରତୀୟ ଦୂତାବାସ ର ଡେପୁଟି ଚିଫ କମିଶନ ସଞ୍ଜୟ ପଣ୍ଡା ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ରଥରେ ଛେରା ପହରା କରିଥିଲେ ।
କୀର୍ତନ, ଜୟ ଜଗନ୍ନାଥ, ହରିବୋଲ ଓ ହରେ ରାମ ହରେ କୃଷ୍ଣ ଧ୍ୱନି ତଥା ଶଙ୍ଖ, ଘଣ୍ଟ ଓ ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା।
ଓଡିଶା ଡଟକମ
when the situation of odisha will be change?
A2z.com
The real essence of Odisha is felt and imbibed to its fullest possible fragrance when you are away.Odisha is learning ways to deal with this fiercely inhospitable world order and making it’s own way in the process of finding a suitable place and respectable stature.Let’s all pray and hope she succeeds in her journey to glory and revive its rich history..
Hii odisha