• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶା ଦିବସରୁ ୨୦ ସହରରେ ମିଳିବ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା

March 30, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩୦, (ଓଡ଼ିଶା ଡ଼ଟ୍ କମ୍)ଅପ୍ରେଲ ପହିଲା ଓଡ଼ିଶା ଦିବସରୁ ରାଜ୍ୟର ପାଞ୍ଚଟି ମହାନଗର ନିଗମ (ଭୁବନେଶ୍ୱର, କଟକ, ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା) ରେ ପ୍ରଥମ ପର୍ଯ୍ୟାୟ ଆହାର ଯୋଜନା ର ଶୁଭାରମ୍ଭ ସରକାର କରିବେ ।

bhat-dalmaବିଭିନ୍ନ କାମ ରେ ଏହି ସହରକୁ ଆସୁଥିବା ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏଥିରେ ମାତ୍ର ୫ଟଙ୍କା ମୂଲ୍ୟରେ ଦିନ ୧୧ଟା ରୁ ୩ଟା ମଧ୍ୟରେ ପ୍ରତି ମହାନଗର ନିଗମର ଚାରି ଗୋଟି ସ୍ଥାନରେ ଲୋକଙ୍କୁ ଭାତ ଡ଼ାଲମା ଯୋଗାଇ ଦିଆଯିବ ।

ଅପ୍ରେଲ ପହିଲା ଦିନ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ପରିସର ଓ ରାଉରକେଲାର ସରକାରୀ ଡ଼ାକ୍ତରଖାନା ଠାରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଶୁଭାରମ୍ଭ କରିବେ । ସୋମବାର ସଚିବାଳୟରେ ପଟ୍ଟନାୟକ ଏହି ଯୋଜନା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଉପରୋକ୍ତ ସହର ମାନଙ୍କର ରେଳଷ୍ଟେସନ,ବସଷ୍ଟାଣ୍ଡ୍,ଡ଼ାକ୍ତରଖାନା ଓ ଅନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ଆହାର କେନ୍ଦ୍ର ଖୋଲାଯିବ । ଏହି ଯୋଜନା ର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ଓ କଟକ ରେ ଓଡ଼ିଶା ଖଣି ନିଗମ,ରାଉରକେଲାରେ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ,ବ୍ରହ୍ମପୁର ରେ ଟାଟାଷ୍ଟିଲ ଓ ସମ୍ବଲପୁର ରେ ଇଡକୋ ସହଯୋଗ ଯୋଗାଇ ଦେବ ବୋଲି ବୈଠକ ରେ ସୂଚନା ଦିଆଯାଇଥିଲା ।

ଅପ୍ରେଲ ପହିଲାରୁ ଏହି ଯୋଜନା କାର୍ଯ୍ୟକାରିତା ପାଇଁ ଭିତ୍ତିଭୂମିର ନିର୍ମାଣ, ଖାଦ୍ୟ ପରିବହନ, କର୍ମଚାରୀ ନିଯୁକ୍ତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି । ଆହାର କେନ୍ଦ୍ରମାନଙ୍କରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ବୈଠକ ରେ ମୁଖ୍ୟଶାସନ ସଚିବ,ଉନ୍ନୟନ କମିଶନର,ପୋଲିସ ମହାନିର୍ଦେଶକ ,ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ,ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: ଆହାର ଯୋଜନା, କ୍ୟାପିଟାଲ, ମୁଖ୍ୟମନ୍ତ୍ରୀ, ଶୁଭାରମ୍ଭ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version