• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଖଣ୍ଡା ବୁଲାଇ ଜୟ ନାରାୟଣ ଗିରଫ, ଜେଲ ହାଜତ ଗଲେ

April 15, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୫ (ଓଡିଶା ଡଟ କମ) ପ୍ରଶାସନର କଟକଣା ସତ୍ୱେ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୁଲିସ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣଙ୍କୁ ବୁଧବାର ଗିରଫ କରିଛି ।

jayanarayanଏ ସଂକ୍ରାନ୍ତରେ ମିଶ୍ରଙ୍କ ବିରୁଦ୍ଧରେ ଟାଉନ ଥାନା ଓ ଧନୁପାଲି ଥାନାରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା । ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି । ଅଦାଲତ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ।

ତେବେ ଏହି କଟକଣକୁ ଉଲ୍ଲଂଘନ କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ମଙ୍ଗଳବାର ଅନୁଷ୍ଠିତ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି ।

ଶୋଭାଯାତ୍ରାରେ କେତେକ ସ୍ଥାନରେ ପ୍ରଦର୍ଶନକାରୀ ମାନେ ପ୍ରଶାସନ କୁ ବିରୋଧକରି ଟିଉବ ଲାଇଟ ଭାଙ୍ଗିଛନ୍ତି । କେତେକ ସ୍ଥାନରେ ଅନ୍ୟ କେତେକ ଶୋଭାଯାତ୍ରାକାରୀ ମଧ୍ୟ ଖଣ୍ଡା ପ୍ରଦର୍ଶନ କରିଛନ୍ତି ।

ପୁଲିସ କେତେକ ଖଣ୍ଡାକୁ ଜବତ କରିଛି । ହନୁମାନ ଜୟନ୍ତୀ ଅବସରରେ ସହରର ମନ୍ଦିର ମାନଙ୍କରେ ବିଶେଷ ପୂଜା ଅର୍ଚନା କର ଯାଇଥିଲା ।

ଶୋଭାଯାତ୍ରା ସମୟରେ ବୃକସ ହିଲର ହନୁମାନ ମନ୍ଦିରରୁ ଚାରୋଟି ଖଣ୍ଡା ବାହାର କରି ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରାରେ ଶହ ଶହ ହନୁମାନ ଭକ୍ତ ଅଂଶ ଗ୍ରହଣ କରିଥିଲେ ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଥିଲେ ।

ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଛି ।

ପୁଲିସ ଶୋଭାଯାତ୍ରାର ଭିଡିଓ ରେକର୍ଡିଂ କରିଛି ଓ ରେକର୍ଡ କରାଯାଇଥିବା ଫୁଟେଜ ଯାଞ୍ଚ କରୁଥିବା କୁହା ଯାଇଛି । ତେବେ ଗିରଫହେବା ପରେ ଜୟନାରାୟଣ କହିଛନ୍ତି ହନୁମାନ ଜୟନ୍ତୀରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହିନ୍ଦୁ ଧର୍ମର ଏକ ପରମ୍ପରା ଓ ତାକୁ କେହି ବାରଣ କରିପାରିବେ ନାହିଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ, ରାଜନୀତି Tagged With: ଖଣ୍ଡା, ଜୟ ନାରାୟଣ, ଜେଲ

Reader Interactions

Comments

  1. Bankim Chandra Tripathy says

    May 4, 2015 at 5:48 am

    I must thank and would like to congratulate the team of Odisha.com and the Editorial team for doing this fantastic job. Well done!!

    Reply

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version