• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିଜକୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ’ ଦାବି କରି ମହିଳାଙ୍କ ପାଟିତୁଣ୍ଡ

April 18, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୮ (ଓଡିଶା ଡଟ୍ କମ୍) ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ତ୍ରୀ ଦାବିକରି ଜଣେ ମହିଳା ନବୀନ ନିବାସ ସାମନାରେ ପାଟିତୁଣ୍ଡ କରିଛନ୍ତି। ପରିସ୍ଥିତି ଏଭଳି ଅସମ୍ଭାଳ ହୋଇଛି ଯେ ଘଟଣାରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି ।

Naveenଶୁକ୍ରବାର ସ୍ଵର୍ଗତ ବିଜୁବାବୁଙ୍କର ଶ୍ରାଦ୍ଧ ଦିବସରେ ଭୁବନେଶ୍ଵରରେ ଏହି ବିଚିତ୍ର ଘଟଣା ଘଟିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।ପିଣ୍ଡଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଅଭିମୁଖେ ବାହାରିବା ସମୟରେ ନବୀନ ନିବାସ ଆଗରେ ୩୮ ବର୍ଷୀୟ ଏହି ମହିଳା ପହଞ୍ଚି ଭିତରକୁ ଯିବା ପାଇଁ ଉଦ୍ୟମ କଲେ ।

ସୁରକ୍ଷା କର୍ମୀ ତାଙ୍କୁ ବାରଣ କରିବାରୁ ସେ ସୁରକ୍ଷା କର୍ମୀଙ୍କୁ ଧମକ ଦେଇ କହିଲେ, ” ମୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଆଜି ହେଉଛି ମୋ ଶ୍ଵଶୁରଙ୍କ ଶ୍ରାଦ୍ଧ, ମୋ ସ୍ଵାମୀଙ୍କ ସହ ମିଶି ଶ୍ରାଦ୍ଧ ଦେବି, ତିଳତର୍ପଣ କରିବି,ମୋତେ ଅଟକେଇବାକୁ ତୁମେ କିଏ ? ଭିତରକୁ ଛାଡିବା ନ ଏବେ ଦେଖିବ”?

ଦୈନିକ ସଂବାଦ ଖବରକାଗଜରେ ପ୍ରକାଶିତ ଏହି ଖବର ଅନୁସାରେ ଏହି ମହିଳା ଜଣକ ସାଙ୍ଗରେ ଅରୁଆ ଚାଉଳ ଓ ଶ୍ରାଦ୍ଧ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଆଣିଥିଲେ । ସେ ଏକ ହାଇସ୍କୁଲ ଦିଦି ପିନ୍ଧୁଥିବା ଶାଢୀ ପିନ୍ଧିଥିଲେ ।
ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ନଛାଡିବାରୁ ସେ ବହୁତ ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ପୁଲିସ ହାତରେ ଦେଇଦେଇଥିଲେ ।

ପୁଲିସ ପଚରାଉଚର କରିବା ପରେ ଜଣାପଡିଲା ଯେ, ଏହି ମହିଳା ଜଣକଙ୍କ ନାମ ରାଜଶ୍ରୀ ମହାନ୍ତି ଓ ସେ ବିବାହିତା। ଗତ କେତେବର୍ଷ ହେଲା ସ୍ଵାମୀଙ୍କ ସହ ତାଙ୍କର ଭଲ ସଂପର୍କ ନାହିଁ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ଏହି ମହିଳା ଏକ ସରକାରୀ ସ୍କୁଲରେ ହିନ୍ଦୀ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ। ଏବେ ୟୁନିଟ୍ ୮ ର ଏକ ସ୍କୁଲରେ ସେ ହିନ୍ଦୀ ଶିକ୍ଷୟତ୍ରୀଭାବେ ଯୋଗ ଦେଇଛନ୍ତି ।

ମହିଳାଙ୍କ ଏଭଳି ଆଚରଣ ଦେଖି ସେ ଏକ ମାନସିକ ରୋଗୀ ହୋଇଥିବା ପୁଲିସ ସନ୍ଦେହକରି ତାଙ୍କୁ ଜଟଣୀ ସ୍ଥିତ ସର୍ଟ ଷ୍ଟେ ହୋମ ପଠାଇବା ବେଳେ ଉକ୍ତ ମହିଳାଙ୍କର ଭଉଣୀ ତାଙ୍କୁ ଛାଡିଦେବା ପାଇଁ ପୁଲିସ କୁ ନିବେଦନ କରିବାରୁ ପୁଲିସ ତାଙ୍କୁ ଛାଡି ଦେଇଥିଲା ।

ଓଡିଶା ଡଟ୍ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ପାଟିତୁଣ୍ଡ, ପୁଲିସ, ମହିଳା, ମୁଖ୍ୟମନ୍ତ୍ରୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version