• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଭିନ୍ନ ସ୍ଥାନରେ ମଇ ଦିବସ ପାଳନ

May 2, 2015 by News Bureau Leave a Comment

ଭୁବନେଶ୍ୱର,ମଇ ୨ (ଓଡିଶା ଡଟ କମ), ମଇ ପହିଲାରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ସି.ଆଇ.ଟି.ୟୁ ସହବନ୍ଧିତ ୟୁନିୟନ ମାନଙ୍କର ଅନ୍ତର୍ଜାତିକ ମଇ ଦିବସ ପାଳନ ହୋଇଯାଇଛି ।

ଏହି ଅବସରରେ ରାଜଧାନୀ ପରିବହନ ଶ୍ରମିକ ସଂଘର ସଭାପତି ନବକିଶୋର ମହାନ୍ତି ଲାଲ ପତାକା ଉତ୍ତୋଳନ କରି ମଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ପରିବହନ ଶ୍ରମିକମାନଙ୍କ ଉପରେ ଯେଉଁ ଆକ୍ରମଣ ଆଣିଛି ତାହା ବିରୋଧରେ ଗତ ୩୦ ମଇରେ ସାଧାରଣ ଧର୍ମଘଟକୁ ଶ୍ରମିକମାନେ ସଫଳ କରିଥିବାରୁ ସଂଘ ତରଫରୁ ଧନ୍ୟବାଦ ଦେବାସହିତ ଆଗାମୀ ଦିନର ଆନ୍ଦୋଳନକୁ ଆହୁରି ଦୁର୍ବାର କରିବାକୁ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ କଳନଦୀ ମାନସିଂ ବକ୍ତବ୍ୟ ରଖିଥିଲେ।

ଅନୁରୂପ ଭାବରେ ଶ୍ରମିକନେତା ଗୌରାଙ୍ଗ ସାହୁଙ୍କ ନେତୃତ୍ଵରେ ଭୁବନେଶ୍ୱରସ୍ଥ ଡୁମୁଡୁମା ଅଞ୍ଚଳରେ ନିର୍ମାଣ ଶ୍ରମିକଅଫିସ ସମ୍ମୁଖରେ ଶ୍ରମିକନେତା ସୁରେଶ ଦାସଙ୍କ ନେତୃତ୍ବରେ ଭରତ ପୁରସ୍ଥ ନିର୍ମାଣ ଶ୍ରମିକଅଫିସ ସମ୍ମୁଖରେ ଶତାଧିକ ନିର୍ମାଣ ଶ୍ରମିକମାନଙ୍କ ଗହଣରେ ସଂଘର ସଭାପତି ନବକିଶୋର ମହାନ୍ତି ଲାଲ ପତାକା ଉତ୍ତୋଳନ କରିଥିଲେ।

ବି.ଡ଼ି.ଏ ଅଫିସ ସମ୍ମୁଖରେ ଏବଂ ଓ.ଟିଡ଼ି.ସି ଅଫିସ ସମ୍ମୁଖରେ ଶ୍ରମିକନେତା ସାଥୀ ଗୋବର୍ଦ୍ଧନ ପୃଷ୍ଟି, ସର୍ବେଶ୍ଵର ମହାନ୍ତି ଓ ଲକ୍ଷ୍ମୀଧର ବାରିକଙ୍କ ନେତୃତ୍ବରେ ଆୟୋଜିତ ଶତାଧିକ ବି.ଡ଼ି.ଏ ଏବଂ ଓ.ଟିଡ଼ି.ସି ଶ୍ରମିକମାନଙ୍କ ଗହଣରେ ଶ୍ରମିକ ନେତା ବିକ୍ରମ ନାୟକ ଉଭୟ ସ୍ଥାନରେ ପତାକା ଉତ୍ତୋଳନ କରିଥିଲେ।

ଅପରାହ୍ନ ୫ ଘଟିକା ସମୟରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ମିଳିତ ପଟୁଆରରେ ସି.ଆଇ.ଟି.ୟୁର ଶତାଧିକ ସଦସ୍ୟ ଏକ ବିରାଟ ସୁଶୋଭିତ ପଟୁଆରରେ ରାଜମହଲ ଛକଠାରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ସି.ଆଇ.ଟି.ୟୁର ରାଜ୍ୟ ସଭାପତି ଲମ୍ବୋଦର ନାୟକ, ଏ.ଆଇ.ଟି.ୟୁ.ସିର ସାଧାରଣ ସମ୍ପାଦକ ସୌରିବନ୍ଧୁକର, ଏ.ଆଇ.ୟୁ.ଟି.ୟୁ.ସି, ଏ.ଆଇ.ସି.ସି.ଟି.ୟୁ ଓ ଭୁବନେଶ୍ୱର ୟୁନିୟନ ଓ ଆସୋସିଏସନ ସମନ୍ଵୟ ସମିତିର ନେତାମାନେ କେନ୍ଦ୍ରସରକାରଙ୍କ ଜନବିରୋଧୀ ତଥା ଶ୍ରମିକ ବିରୋଧୀ ଆଇନ ପରିବର୍ତ୍ତନର ତୀବ୍ର ବିରୋଧ କରିବା ସହିତ ଅର୍ନ୍ତଜାତିକ ମଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

୧୯୯୧ ମସିହାଠାରୁ ସାମ୍ରାଜ୍ୟବାଦୀ ଆମେରିକାର ନିର୍ଦ୍ଦେଶରେ କେନ୍ଦ୍ରର ସରକାରଙ୍କର ଯେଉଁ ଉଦାରିକରଣ, ଜନଗତିକରଣ ଓ ଘରୋଇକରଣ ନୀତି ପ୍ରଚଳନ କରିଛନ୍ତି ତାହାର ପରିଣାମ ସ୍ୱରୂପ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସହିତ ବେକାରି ବୃଦ୍ଧି, କଳକାରଖାନା ବନ୍ଦ, ଶ୍ରମିକ ଛଟେଇ , ଦରଦାମ ବୃଦ୍ଧି ଭଳି ବୋଝ ସାଧାରଣ ଜନଗଣ ତଥା ଶ୍ରମିକ ମାନଙ୍କୁ ବିପର୍ଯ୍ୟସ୍ତ କରିଛି।

ଏହିପରି ପରିସ୍ଥିତିର ମୁକାବିଲା କରିବାପାଇଁ ଐକ୍ୟବଦ୍ଧଭାବେ ଶ୍ରମିକ ଶ୍ରେଣୀର ଆନ୍ଦୋଳନକୁ ଆଗେଇ ନେବାପାଇଁ ବକ୍ତମାନେ ଆହ୍ଵାନ ଦେଇଥିଲେ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଆନ୍ଦୋଳନ, ମଇ ଦିବସ, ଶ୍ରମିକ ସଂଘ, ସାମ୍ରାଜ୍ୟବାଦୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version