ଓଡିଶା ଡଟ କମ ସଂବାଦ ଦାତା
କଟକ, ମଇ ୫ (ଓଡିଶା ଡଟ କମ) ୪୧ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ବହୁ ଚର୍ଚିତ ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ଅଦାଲତ ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡଦେଶ ଦେଇଛନ୍ତି ।
ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଅନ୍ୟ ତିନି ଜଣ ଜୀବିତ ଅଛନ୍ତି ।
ପରଶୁରାମ ଶତପଥି ନାମକ ସହରର ଭାରତୀୟ ଲୋକ ଦଳ ପାର୍ଟିର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ଉକ୍ତ ବ୍ୟକ୍ତିମାନେ ୨୯ ନଭେମ୍ବର ୧୯୭୪ ମସିହାରେ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ଏହି ସଜା ଶୁଣାଇ ଛନ୍ତି ।
ଓଡିଶା ଡଟ କମ
Leave a Reply