• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଦ-ବିବାଦପରେ ସାତ ବର୍ଷର ଧର୍ମପଦ ପୁରସ୍କାର ଘୋଷଣା

May 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)ବହୁ ବାଦ-ବିବାଦପରେ ରାଜ୍ୟ ସରକାର ମଙ୍ଗଳବାର ଏକକାଳୀନ ସାତବର୍ଷର ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି ।

ସଂସ୍କୃତି ବିଭାଗ ଅଧୀନରେ ଥିବା ଲଲିତ କଳା ଏକାଡେମୀ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁସାରେ ୨୦୦୯ ପାଇଁ ପଟ୍ଟଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ , ୨୦୧୦ ପାଇଁ ଚିତ୍ରଶିଳ୍ପୀ ତଥା ମଞ୍ଚ ଶିଳ୍ପୀ ଅସୀମ ବସୁ ଧର୍ମପଦ ପୁରସ୍କାରରେ ସମ୍ମାନିତ ହେବେ ।

ଠିକ ସେହି ପରି ଏହି ପୁରସ୍କାର ପାଇଁ ନମିତା ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ହେଲେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ ପାଇଁ ଯଥାକ୍ରମେ ଖଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ୍ୟ ଡାଃ ଦୁର୍ଗାପ୍ରସାଦ ଦାସ, ଭାସ୍କର୍ଜ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଯତୀନ ଦାସ, ଚିତ୍ରଶିଳ୍ପୀ ତଥା କଳା ସମାଲୋଚକ ଦିନନାଥ ପାଠୀ ଓ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ।

ସମସ୍ତଙ୍କୁ ନଗଦ ଏକ ଲକ୍ଷଟଙ୍କାର ଅର୍ଥ ରାଶି ସହ ଉପଢୌକନ ଓ ମାନପତ୍ର ଦେଇ ସରକାର ସମ୍ବର୍ଦ୍ଧିତ କରିବେ ।

ଶିଳ୍ପୀମାନଙ୍କୁ ଦିଆଯାଉଥିବା ରାଜ୍ୟର ଏହି ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟାକୁ ନେଇ ୨୦୦୯ ରେ ବିବାଦ ସୃଷ୍ଟି ହୋଇଥିଲା । ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀ ଠିକ ଭାବେ ପାଳନ କରି ନ ଥିବା ବିଭିନ୍ନ ଶିଳ୍ପୀ ଅଭିଯୋଗ କରିବା ପରେ ସରକାର ଏହାର ତଦନ୍ତ ଆଦେଶ ଦେଇଥିଲେ ।

ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଥିଲେ ମଧ୍ୟ ବିବାଦ ଯୋଗୁଁ ୨୦୦୯ ଠାରୁ ଲଳିତକଳା ଏକାଡେମୀ ପୁରସ୍କାର ମନୋନୟନ ପ୍ରକ୍ରିୟା ବନ୍ଦ ରଖିଥିଲେ । ପୂର୍ବରୁ ପୁରସ୍କାର ବାବଦକୁ ପଚାଶ ହଜାର ଟଙ୍କା ଦିଆଯାଉଥିବା ବେଳେ ସରକାର ଏହାର ପରିମାଣ ଏକଲକ୍ଷ କୁ ବୃଦ୍ଧି କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମନୋରଞ୍ଜନ Tagged With: ଓଡିଶା, ଧର୍ମପଦ ସମ୍ମାନ, ପୁରସ୍କାର, ଲଳିତକଳା ଏକାଡେମୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version