• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜମି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସ୍ଵେଚ୍ଛାସେବୀଙ୍କ ଦାବି

May 15, 2015 by News Bureau Leave a Comment

ଭୁବନେଶ୍ୱର, ମଇ ୧୫ (ଓଡିଶା ଡଟ କମ) ରାଜ୍ୟରେ ଜମି ଆବଣ୍ଟନରେ ହୋଇଥିବା ବ୍ୟାପକ ଜାଲିଆତି, ବେଆଇନ୍ କାର୍ଯ୍ୟ ଓ ଅନିୟମିତତାର ସିବିଆଇ ତଦନ୍ତ କରାଯିବାକୁ ୩୦ଟି ସାମାଜିକ ସଂଗଠନର ସ୍ଵେଚ୍ଛାସେବୀ ଶୁକ୍ରବାର ଏଠାରେ ଦାବି କରିଛନ୍ତି ।

ବୁଦ୍ଧ ବିହାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନମାନଙ୍କ ତରଫରୁ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ସହରାଞ୍ଚଳ ଯଥା ଭୁବନେଶ୍ୱର ଏବଂ କଟକରେ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ, ସିଡ଼ିଏ ଦ୍ୱାରା ହୋଇଥିବା ଜମି ଓ ବାସଗୃହ ଆବଣ୍ଟନରେ ବ୍ୟାପକ ଅନିୟମିତତା ଓ ଜାଲିଆତିର ପର୍ଦାଫାଶ ସିଏଜି କରିଥିଲେ ।

ଏହା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଏବଂ ସିଭିଲ୍ ସୋସାଇଟି ସଂଗଠନମାନଙ୍କ ତରଫରୁ ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ କରାଗଲା ପରେ ସରକାର ବାଧ୍ୟବାଧକତାରେ ଗତ ବର୍ଷ ଅଗଷ୍ଟ ମାସରେ ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ।

ଏହି ଟାସ୍କ ଫୋର୍ସ ବିଭିନ୍ନ ସରକାରୀ ସଂସ୍ଥାଦ୍ୱାରା ହୋଇଥିବା ଜମି ଆବଣ୍ଟନର ଅନୁଧ୍ୟାନ କରି ନଭେମ୍ବର ତିନିମାସ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ଉକ୍ତ ରିପୋର୍ଟ ଉପରେ ରାଜ୍ୟ ସରକାର ଡ଼ିସେମ୍ବରରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରିଥିଲେ ।

ଉକ୍ତ ରିପୋର୍ଟରେ ରାଜ୍ୟ ସରକାର ୧୯୯୫ ମସିହା ଠାରୁ ଇଚ୍ଛାଧୀନ କୋଟାରେ ଦିଆଯାଇଥିବା ସମସ୍ତ ଜମିକୁ ବାତିଲ୍ କରିବା, ମିଥ୍ୟା ସତ୍ୟପାଠ ବା ଭୁଲ୍ ତଥ୍ୟ ଦେଇ ଜମି ନେଇଥିବା ବ୍ୟକ୍ତିମାନଙ୍କର ବିରୁଦ୍ଧରେ ଫୌଜଦାରୀ ମକଦ୍ଧମା ରୁଜୁ କରିବା, ଅଯୋଗ୍ୟ ବ୍ୟକ୍ତି ବା ପରିବାର ନେଇଥିବା ଏକ ବା ଏକାଧିକ ପ୍ଲଟଗୁଡ଼ିକୁ ବ୍ୟାଜ୍ୟାପ୍ତ କରିବା ଘୋଷଣା କରିଥିଲେ ।

ଏହା ବ୍ୟତିତ ୧୯୯୫ ମସିହା ପୂର୍ବବର୍ତ୍ତୀ ସମୟରେ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ ଏବଂ ହାଉସିଂ ବୋର୍ଡ଼ ତରଫରୁ ଜମି ନେଇଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ଛଅ ମାସ ମଧ୍ୟରେ ପ୍ରସ୍ତୁତ କରିବା, ସମସ୍ତ ଜମି ଆବଣ୍ଟନରେ ସ୍ୱତନ୍ତ୍ର ଅଡ଼ିଟ୍ ଅର୍ଥ ବିଭାଗ ଦ୍ୱାରା କରାଇବା, ଟାସ୍କ ଫୋର୍ସ କରିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ତିନିମାସ ମଧ୍ୟରେ ଏହାର ପଦ୍ଧତି ନିର୍ଦ୍ଧାରଣ କରିବା ଇତ୍ୟାଦି ପଦକ୍ଷେପ ନେବାକୁ ମଧ୍ୟ ଘୋଷଣା କରିଥିଲେ ।

କିନ୍ତୁ ଦୀର୍ଘ ଛଅ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି କି ଗୋଟିଏ ବେଆଇନ୍ ପ୍ଲଟ ସରକାରୀ ଅଧୀନକୁ ଆଣିନ ଥିବା ସେ ଅଭିଯୋଗ କରିଛନ୍ତି ।

ଅର୍ଥ ବିଭାଗ ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ଅଡ଼ିଟ୍ କରିନାହିଁ । ଭିଜିଲାନ୍ସ ବିଭାଗ କୌଣସି ତଦନ୍ତ ମଧ୍ୟ ଆରମ୍ଭ କରିନାହାଁନ୍ତି । ୧୯୯୫ ମସିହା ପୂର୍ବବର୍ତ୍ତୀ ସମୟରେ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ ଏବଂ ହାଉସିଂ ବୋର୍ଡ଼ ଦ୍ୱାରା ଆବଣ୍ଟିତ ଜମିର ତାଲିକା ପ୍ରସ୍ତୁତ କରିନାହାଁନ୍ତି ତେଣୁ ଏହାର ତଦନ୍ତ ସିବିଆଇ ଦ୍ଵାରା କରାଇବାକୁ ସେ ଦାବି କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଅନିୟମିତତା, ଜମି ଦୁର୍ନୀତି, ଭୁବନେଶ୍ଵର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version