ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ୱର, ମଇ ୧୭ (ଓଡିଶା ଡଟ କମ) ହିନ୍ଦୁ ସ୍ତ୍ରୀ ଲୋକ ମାନଙ୍କ ପରି ଶନିବାର ବାଣୀବିହାର ହିଞ୍ଜିଡ଼ା ବସ୍ତିରେ କିନ୍ନରମାନେ ପାଳନ କରିଛନ୍ତି ଏକ ଭିନ୍ନ ଧରଣର ସାବିତ୍ରୀ ଓଷା ।
ଏଥିରେ ୬୦ରୁ ଅଧିକ କିନ୍ନର ଭାଗ ନେଇଥିଲେ । ହାତରେ ଫଳ, ଫୁଲ, ଦୀପ, ନୈବେଦ୍ୟ ଓ ନୂଆ ଶାଢି ଥାଳିରେ ଧରି ସେମାନେ ପ୍ରଥମେ ତୁଳସୀ ଦେବତାଙ୍କ ପାଖରେ ପୂଜାର୍ଚ୍ଚନା କରି ଥିଲେ ।
ପରେ ନିଜର ଗୁରୁ ବା ସ୍ୱାମୀ ଗୁରୁମା ମାଧୁରୀ କିନ୍ନରଙ୍କୁ ପୂଜା କରିବା ସହିତ ଭଗବାନଙ୍କ ପାଖରେ ଦେଶ, ରାଜ୍ୟ ବା କିନ୍ନର ସମ୍ପ୍ରଦାୟର ବ୍ୟକ୍ତିମାନେ ଖୁସିରେ ରହିବା ପାଇଁ ପ୍ରାର୍ଥନା କରିଥିଲେ ।
ନିଖିଳ ଓଡ଼ିଶା ହିଞ୍ଜିଡ଼ା ମହାସଂଘର ସଭାପତି ପ୍ରତାପ କୁମାର ସାହୁ ଏହି ସାବିତ୍ରୀ ବ୍ରତକୁ ପରିଚାଳନା କରିବା ସହତି ଏକ ସ୍ଥାନୀୟ ଟଷ୍ଟ୍ର ପକ୍ଷର ସମସ୍ତ କିନ୍ନର ମାନଙ୍କୁ ଫଳ, ମୂଳ ଓ ନୈବେଦ୍ୟ ଯୋଗାଇ ଦିଆଯାଇଥିଲା । ଟ୍ରଷ୍ଟର ସମ୍ପାଦିକ ମାଧୁରୀ କିନ୍ନର ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ଓଡିଶା ଡଟ କମ
Leave a Reply